ଘରେ ବସି Immunity ବଢେଇବାର ସବୁଠୁ ସହଜ ଉପାୟ, ଇମ୍ୟୁନିଟି ଏତେ ବଢିଯିବ କି 6 ମାସ ପର୍ଯ୍ୟନ୍ତ ରୋଗରେ ପଡିବେ ନାହିଁ- Health Tips

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ଯାହା କେଉଁ ବ୍ଯକ୍ତିର ଶରୀରରରେ କମ ରହିଥାଏ ତ ଆଉ କେଉଁ ବ୍ଯକ୍ତିର ଅଧିକ ରହିଥାଏ । ଶରୀରର ଡିଫେନସ ସିଷ୍ଟମରେ ରୋଗ ସହ ଲଢିବାର ଅଧିକ ଶକ୍ତି ରହିଥାଏ । ଏହାକୁ ରୋଗ ନିରୋଧକ କ୍ଷମତା କୁହାଯାଏ । ଯାହାକୁ ଆମେ ଇଙ୍ଗ୍ଲିଶରେ ଇମୁନିଟି ପାୱାର ବୋଲି କହିଥାଉ । କିଛି ବ୍ୟକ୍ତିଙ୍କୁ ବହୁତ ଜଲ୍ଦି ରୋଗ ହୋଇଥାଏ । କାରଣ ସେମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ।

ଏମିତି କିଛି ଘରୋଇ ଔଷଧ ରହିଛି ଯାହାକୁ ସେବନ କରିଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମୁନିଟି ପାୱାର ବଢିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହିଭଳି କିଛି ଘରୋଇ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ଶରୀର ପାଇଁ ହିତକାରୀ ହେବା ସହ ଆପଣ ଏହା କରିବା ଫଳରେ ସୁସ୍ଥ ମଧ୍ୟ ରହିବେ । ଏହି ଘରୋଇ ଔଷଧ ପ୍ରସ୍ତୁତ କରିବା ପାଇଁ କିଛି ସାମଗ୍ରୀର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଜାଣିବା ସେହି ସାମଗ୍ରୀ ଗୁଡିକ କଣ କଣ ଅଟେ ।

୧- ପ୍ରଥମ ଉପଚାର : ପ୍ରଥମେ ଏକ ପାତ୍ରରେ ୧୦ ମିଲି ଲିଟର ଲେମ୍ବୁ ରସ ନେବେ । ଫଳ ରସ ବା ଜୁଷ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ୭୫ ମିଲି ଲିଟର ସପୁରି ରସ ବା ପାଇନାପଲ ରସ ମିଶାନ୍ତୁ । ଶେଷରେ ୨୫ ମିଲି ଲିଟର ଆମ୍ବ ରସ ବା ମ୍ୟାଙ୍ଗୋ ଜୁଷ ମିଶାନ୍ତୁ । ଏହା ପରେ ଏହି ଫଳ ରସର ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ରସକୁ ପ୍ରତିଦିନ ଥରେ ପିଇବା ସହ ୧୫ ଦିନ ଲଗାତାର ପିଅନ୍ତୁ । ଏହାକୁ ସେବନ କରିଲେ ଆମ ଶରୀରର ଇମୁନିଟି ପାୱାର ବଢିଥାଏ ।

୨- ଦିତୀୟ ଉପଚାର : ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢେବା ପାଇଁ ଦହି ଏକ ଏମିତି ଘରୋଇ ମାଧ୍ୟମ ଯାହା ସେବନ କରିଲେ ଆମକୁ ବହୁତ ଲାଭ ମିଳିଥାଏ । କିଛି ଦହି ଯାହା ତଟକା ବା ସଜ ହୋଇଥିବ ସେଥିରେ କିଛି ପାଣି ମିଶାନ୍ତୁ । ଏହା ପରେ ଦହିରେ ଏକ ଚାମଚ ମହୁ ମିଶାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ନୀତିଦିନ ଖାଇବା ସମୟରେ ଖାଇବା ଉଚିତ । ଏହା ଫଳରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କେବେ ବି ରାତିରେ ଦହି ଖାଇବା ଉଚିତ ନୁହେ ।

୩- ତୃତୀୟ ଉପଚାର : ଅଦା ଆମ ଶରୀରରେ ପାଚନ ତନ୍ତ୍ରକୁ ଠିକ ରଖିଥାଏ । ଅଦା ଚାହା ଆମ ଶରୀରର ଇମ୍ଯୁନିଟି ପାୱାରକୁ ବଧାବାରେ ସାହାଜ୍ଯ କରିଥାଏ । କିଛି ପାଣିରେ ଖଣ୍ଡେ ଅଦା ପକାନ୍ତୁ । କିଛି ସମୟ ପାଣି ଫୁଟିବା ପରେ ଏଥିରେ ଅଧା ଚାମଚ ଡାଲଚିନି ଗୁଣ୍ଡା ପକାଇ ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା ଭଲ ଭାବେ ଫୁଟି ଗଲା ପରେ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏଥିରେ ଅଧା ଚାମଚରୁ କମ ଲେମ୍ବୁ ରସ ମିଶାଇ ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହା କରିବା ଫଳରେ ଆମ ଶରୀରରେ ଇମ୍ଯୁନିଟି ପାୱାର ବଢିଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ