କେବଳ ୭ ଦିନରେ ହିଁ ଘରେ ପାଆନ୍ତୁ 6 Pack Abs, ଜାଣନ୍ତୁ କେମିତି

ଆଜି ୧୮ ରୁ ୨୫ ବର୍ଷର ପୁରୁଷ କେବଳ ଏଥିପାଇଁ ଜିମ ଯାଆନ୍ତି ଯାହା ଦ୍ଵାରା ତାଙ୍କ ଶରୀରରେ 6 ପ୍ୟାକ ଆବ୍ସ ହୋଇ ପାରିବ । ଏହି ବୟସରେ କିଏ କାହିଁକି ଏମିତି ନ ଭାବିବ । 6 ପ୍ୟାକ ଆବ୍ସ ହେବା ଦ୍ଵାରା ପୁରୁଷର ସୁନ୍ଦରତା ବଢି ଯାଇଥାଏ ଓ ଆଜିକାଲି ମହିଳାମାନେ ବି 6 ପ୍ୟାକ ଆବ୍ସ ପାଇବା ଆଶାରେ ଲାଗିଛନ୍ତି । ସମସ୍ତେ ତାଙ୍କର ଏହି ଲୁକର ଦିବାନା ହୋଇଥାନ୍ତି । ଯଦି କୌଣସି ପୁରୁଷର 6 ପ୍ୟାକ ଆବ୍ସ ହୋଇଯାଏ ତେବେ ସେ ବାରମ୍ବାର ଲୋକଙ୍କୁ ଏହା ଦେଖାଇବାର ସୁଯୋଗ ଛାଡେ ନାହିଁ । ଯେଉଁଠି ସୁଯୋଗ ମିଳେ ସେ ଏହାକୁ ଦେଖାଇଥାଏ ଓ କାହିଁକି ବି ଦେଖାଇବ ନାହିଁ, 6 ପ୍ୟାକ ଆବ୍ସ ପାଇବା କୌଣସି ଛୋଟ କଥା ନୁହେଁ ।

ଏଥି ପାଇଁ କେତେ କେତେ ମାସ ଧରି ଜିମରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇବାକୁ ପଡେ ଓ ନିଜର ପସନ୍ଦ ଖାଇବା ଠାରୁ ବି ମାସ ମାସ ଧରି ଦୂରେଇ ରହିବାକୁ ପଡେ । ତେବେ ଯାଇଁ ଆପଣଙ୍କ ଶରୀରରେ 6 ପ୍ୟାକ ଆବ୍ସ ଆସିଥାଏ ।

ଆପଣ ବି ଫିଲ୍ମ ହୀରୋ ବା ମଡେଲଙ୍କୁ ଦେଖି ତାଙ୍କ ଭଳି 6 ପ୍ୟାକ ଆବ୍ସ କରିବାକୁ ଚାହୁଞ୍ଚନ୍ତି ? ଯଦି ହଁ ତେବେ ଆମେ ଆପଣଙ୍କୁ ଏଥିରେ ପୁରା ସାହାର୍ଯ୍ୟ କରିବୁ । ଆଜି ଆମେ ଜଣାଇବୁ କିଛି ଏମିତିକା ଡାଏଟ ଓ କିଛି ଏମିତିକା ଏକ୍ସରସାଇଜ ବିଷୟରେ ଯିଏ ଆପଣଙ୍କର ଏହି ସ୍ଵପ୍ନକୁ ପୂରା କରିବ ।

ଡାଏଟ ପ୍ଳାନ

ଶରୀରରେ କୌଣସି ପ୍ରକାରର ପରିବର୍ତ୍ତନ କରିବା ପାଇଁ ସଠିକ ଡାଏଟ ର ଆବଶ୍ୟକତା ପଡିଥାଏ ତାହା ଓଜନ ବଢାଇବାର ହେଉ ବା କମାଇବାର ହେଉ । ଏହି ଭଳି 6 ପ୍ୟାକ ଆବ୍ସ ପାଇବା ପାଇଁ ମଧ୍ୟ ଜରୁରୀ ହୋଇଥାଏ କି ଆପଣ ପ୍ରୋଟିନ ର ସେବନ କରନ୍ତୁ ଓ ପାଚନ କ୍ରିୟା ଠିକ କରିବା ପାଇଁ ଓଟ୍ସ ର ସେବନ କରନ୍ତୁ । ପ୍ରୋଟିନର ବ୍ୟବହାର କରିବା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ କାରଣ ଏମିତି କରିବା ଦ୍ଵାରା ଆପଣଙ୍କ ଶରୀରରେ ଆବ୍ସ ହେବାକୁ ଳାଗେ ।

ଏହି ସମୟରେ ଧ୍ୟାନ ରଖିବେ କି ତେଲ ଯୁକ୍ତ ଖାଦ୍ୟ ଖାଇବାରୁ ବଞ୍ଚନ୍ତୁ । ଅଧିକ ରୁ ଅଧିକ ମାତ୍ରାରେ ପାଣି ପିଅନ୍ତୁ । ଦିନରେ ଅତି କମରେ ୫-୬ ଲିଟର ପାଣି ପିଅନ୍ତୁ ଓ ତା ସହିତ ଦିନରେ ୩-୪ ଥର ବ୍ଲାକ କଫିର ସେବନ ମଧ୍ୟ କରନ୍ତୁ । ଏହା ଆପଣଙ୍କ ପେଟର ଚର୍ବିକୁ ଶେଷ କରିଥାଏ ଓ ଆପଣଙ୍କ ଶରୀରକୁ ସ୍ଲିମ କରିଥାଏ ଯାହା ପାଇଁ ଆପଣଙ୍କ ଆବ୍ସ ଭଲ ଭାବେ ବାହାରକୁ ଦେଖାଯାଇଥାଏ ।

ଏକ୍ସରସାଇଜ

6 ପ୍ୟାକ ଆବ୍ସ ପାଇବା ପାଇଁ ଆବ୍ସ ର ଏକ୍ସରସାଇଜ କରିବା ବହୁତ ଜରୁରୀ ହୋଇଥାଏ । ପ୍ରଥମ ଦିନ ଆପଣ ଅପର ଆବ୍ସ ର ଏକ୍ସରସାଇଜ କରନ୍ତୁ ପୁଣି ଲୋୟର ଆବ୍ସର ଏକ୍ସରସାଇଜ କରନ୍ତୁ ଓ ପୁଣି ପର ଦିନ ସାଇଡ ର ଏକ୍ସରସାଇଜ କରନ୍ତୁ । ଆପଣ ଗୋଟିଏ ଦିନରେ ୩ ଟି ଏକ୍ସରସାଇଜ ନ କରି ଅଲଗା ଅଲଗା ଦିନରେ କରନ୍ତୁ ଯାହା ଦ୍ଵାରା ଆପଣ ଭଲ ଭାବେ ନିଜ ଆବ୍ସ କୁ ବାହାର କରି ପାରିବେ । ଆପଣ ତଳେ ଦିଆଯାଇଥିବା ଏକ୍ସରସାଇଜ କୁ 2-4 ସେଟ ପର୍ଯ୍ୟନ୍ତ କରି ପାରିବେ । ପ୍ରତି ସେଟ ମଧ୍ୟରେ 2-3 ମିନିଟ ରେଷ୍ଟ ନେବା ଆବଶ୍ୟକ ।

ଯଦି ଆପଣ ମୋଟା ଅଟନ୍ତି ବା ଆପଣଙ୍କ ପେଟରେ ଅଧିକ ଚର୍ବି ଅଛି ତେବେ ପ୍ରଥମେ ଆପଣ ରନିଙ୍ଗ ଓ କାର୍ଡିୟୋ କରି ଏହାକୁ ଶେଷ କରନ୍ତୁ ଓ ପରେ 6 ପ୍ୟାକ ଆବ୍ସର ଏକ୍ସରସାଇଜ ଓ ଡାଏଟ ଆରମ୍ଭ କରନ୍ତୁ ତେବେ ଯାଇଁ ଆପଣଙ୍କର ଆବ୍ସ ବାହାରିବ ।

ଏହା ଥିଲା ୬ ପ୍ୟାକ ଆବ୍ସ ଘରେ କରିବାର ଉପାୟ । ଯଦି କୌଣସି ବ୍ୟକ୍ତି ଘରେ ବା ଜିମରେ ଯାଇ ଏହି ଉପାୟ କୁ ଫଲୋ କରନ୍ତି ତେବେ ମାତ୍ର ୭ ଦିନରେ ତା ଶରୀରରେ ଆବ୍ସ ଦେଖାଯାଇଥାଏ ଓ ମାସକ ମଧ୍ୟରେ ଆପଣ ନିଜ ପସନ୍ଦର 6 ପ୍ୟାକ ଆବ୍ସ ପାଇ ପାରିବେ । ଯଦି ଆପଣ ବି ଏହି 6 Pack Abs ର ଦିଵାନା, ଆପଣ ବି ଏହାକୁ ପାଇବାକୁ ଚାହାଁନ୍ତି ତେବେ ଆମର ଏହି ଉପାୟଟି ଆପଣାଇ ଦେଖନ୍ତୁ । ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆହୁରି ଏହି ଭଳି ଅନେକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।