ଘରର ଉତ୍ତର ଦିଗରେ କେଉଁ ଫଟୋ ଲଗାଇଲେ ଆର୍ଥିକ ସମସ୍ଯା ଦୂର ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନରେ ସୁଖଶାନ୍ତି ଲାଭ କରିବାକୁ ହେଲେ ଏହି ଶାସ୍ତ୍ର ଲିଖିତ ଅନୁଚିନ୍ତାମାନ ପାଳନ କରନ୍ତୁ । ଖାଦ୍ଯ ଖାଇବା ସମୟରେ ଯଦି କୁକୁର କାନ୍ଦିବାର ଶବ୍ଦ ଶୁଣନ୍ତି ତେବେ ଏହା ଅଶୁଭ ତଥା କିଛି ଅଘଟଣ ଘଟିବାର ସଙ୍କେତ ହୋଇଥାଏ । ସମ୍ଭୋଗରତ କୁକୁର ଦେଖିବା ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ବିଘ୍ନ ଆସିବା ସହ ପରିବାରରେ କଳହ ଦେଖାଦେବାର ସଙ୍କେତ ହୋଇଥାଏ । ଯଦି ଚୁଚୁନ୍ଦ୍ରା କାହା ଘର ଚାରିପାଖେ ବୁଲିଯାଏ ତେବେ ଏହା ଶୁଭ ହୋଇଥାଏ ଏବଂ ଘର ଉପରେ ପଡିଥିବା ବିପଦ ଟଳିଯାଏ ।

ଦୀପାବଳି ଦିନ ଯଦି କାହାକୁ ଚୁଚୁନ୍ଦ୍ରା ଦେଖିବାକୁ ମିଳେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହେବାସହ ଉନ୍ନତି ହେବାର ସଙ୍କେତ ଦେଇଥାଏ । ଘରେ ଚୁଚୁନ୍ଦ୍ରା ଦେଖିବା ଶୁଭ ହୋଇଥାଏ ଓ ଚୁଚୁନ୍ଦ୍ରା ଯଦି କାହା ଚାରିପଟେ ବୁଲିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ତୁଳସୀ ଗଛ ଲଗାଇ ଏହାର ପୂଜା କରିବା ଦ୍ଵାରା ଶାଶୁ ଓ ବୋହୂଙ୍କ ସମ୍ପର୍କ ମଜବୁତ ହୋଇ ସୁସମ୍ପର୍କ ସ୍ଥାନ ହୋଇଥାଏ । ଘର ଉପରେ ପତାକା ଲଗାଇବା ମଙ୍ଗଳକାରୀ ହୋଇଥାଏ ଓ ଯଶ, ବୃଦ୍ଧି ଏବଂ ବିଜୟ ପ୍ରାପ୍ତି ହୋଇଥାଏ ।

ପତାକାରେ ଓଁ ଲେଖି ଘରର ଛାତ ଉପରେ ଲଗାଇବା ଦ୍ଵାରା ଘରୁ ରୋଗ, ଶୋକ ଏବଂ ଦୁଃଖ ଦୂର ହୋଇଥାଏ । ଘରର ମୁଖ୍ୟ କବାଟ ଖୋଲିବା କିମ୍ବା ବନ୍ଦ କରିବା ବେଳେ ଯଦି ଶବ୍ଦ ହେଉଥାଏ ତେବେ ଏହା ଅଶୁଭ ହେବାସହ ଘରେ ଅଶାନ୍ତି ଦେଖା ଦେଇଥାଏ । ଘରର ମୁଖ୍ୟ କବାଟ କେବେବି ଲୁହାରେ ତିଆରି କରିବା ଉଚିତ ନୁହେଁ ।

କାଠରେ କବାଟ କରିବା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ରୋଷେଇ ଘରକୁ ଭୁଲରେ ବି ଚପଲ ମାଡି ଯିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ଦାରିଦ୍ୟତା ଦେଖା ଦେଇଥାଏ । ଘରର ପଇସା ରଖୁଥିବା ସ୍ଥାନକୁ କେବେବି ଚପଲ ମାଡି ଯିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହେବାସହ ଦୁର୍ଭାଗ୍ୟ ଦେଖା ଦେଇଥାଏ । ଘରର ପୂର୍ବ ଦିଗରେ ସୂର୍ଯ୍ୟମୁଖୀ ଫୁଲ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ଓ ଆତ୍ମଶକ୍ତି ବୃଦ୍ଧି ହୋଇଥାଏ ।

ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ 5 ମିନିଟ ହାତ ଯୋଡି ଧ୍ୟାନ କରିବା ଦ୍ଵାରା ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ । ଡାହାଣ ହାତର ଅନାମିକା ଆଙ୍ଗୁଳିରେ ସୁନାର ମୁଦିଟିଏ ପିନ୍ଧିବା ଦ୍ଵାରା ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ ଏବଂ ସହଜରେ ଲକ୍ଷ୍ୟ ହାସଲ ହୋଇଥାଏ ।

ମଙ୍ଗଳବାର ଦିନ କେବେବି ପଇସା ଧାର କରଜ କିମ୍ବା ଉଧାର କରିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ମଙ୍ଗଳବାର ଦିନ କେବେବି କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ଶନିଗ୍ରହଙ୍କ ଖରାପ ପ୍ରଭାବ ପଡିଥାଏ । ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ହସୁଥିବା ପିଲାଙ୍କ ଫଟୋ ଲଗାଇବା ଉଚିତ ।

ଏହା ଶୁଭ ହେବାସହ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଘରେ ଅର୍ଥ ସମସ୍ଯା ଲାଗି ରହୁଥିଲେ ଘରର ଉତ୍ତର ଦିଗରେ ମାତା ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ଲଗାଇବା ଉଚିତ, ଏହାଦ୍ବାରା ଅର୍ଥ ସମସ୍ଯା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।