ଘରର ମନ୍ଦିରରେ ଭୁଲରେ ବି ରଖନ୍ତୁ ନାହିଁ ଭଗବାନଙ୍କ ଏହି ୪ଟି ମୂର୍ତ୍ତି, ନଚେତ ଘରକୁ ଆସିଥାଏ ବର୍ବାଦି ଓ ଅଶାନ୍ତି

ଆଜି ଆମେ ଆପଣଙ୍କୁ ସେହି ୪ଟି ମୂର୍ତ୍ତି ବିଷୟରେ କହିବୁ ଯାହାକୁ ଘରେ ରଖିବା ଦ୍ଵାରା ବର୍ବାଦି ଓ ମୃତ୍ୟୁ ଛଡା ଆଉ କିଛି ବି ମିଳି ନଥାଏ । କହିବାକୁ ଗଲେ ହିନ୍ଦୁ ଧର୍ମ ଅନୁସାରେ ଘରେ ସବୁ ଦେବୀ ଦେବତାଙ୍କ ପାଇଁ ଏକ ଅଲଗା ସ୍ଥାନ ତିଆରି କରାଯାଏ । ହିନ୍ଦୁ ଧର୍ମରେ ଦେବତାମାନଙ୍କୁ ରଖିବା ପାଇଁ ଯେଉଁ ଯେଉଁ ସ୍ଥାନ ବିଷୟରେ କୁହାଯାଇଛି ଲୋକମାନେ ସେମିତି ହିଁ ନିଜ ଘରେ ଦେବତାଙ୍କୁ ସ୍ଥାପନା କରିଥାନ୍ତି ।

ଆପଣଙ୍କ ଘରେ ବି ଦେବୀ ଦେବତାଙ୍କ ମନ୍ଦିର ନିଶ୍ଚିତ ଥିବ । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ଘରେ ଚାରୋଟି ଏମିତି ଦେବତାଙ୍କ ମୂର୍ତ୍ତି କେବେ ବି ରଖିବା ଉଚିତ ନୁହେଁ । ଯଦି ଏହାକୁ ଘରେ ରଖି ଦିଆଯାଏ ତେବେ ଏହା ଦ୍ଵାରା ଘରର ବର୍ବାଦି ଛଡା କିଛି ବି ମିଳି ନ ଥାଏ । ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

ଏହା ସହିତ ବାସ୍ତୁ ହିସାବରେ ହିଁ ଘରର ମନ୍ଦିର ତିଆରି କରିବା ଉଚିତ ନଚେତ ଏହା ଦ୍ଵାରା ବି ଘରେ ଅସୁବିଧା ହୋଇପାରେ । ଘରର ସୁଖ ଶାନ୍ତି ପାଇଁ ମନ୍ଦିରର ସ୍ଥାନ ସଠିକ ହେବା ସହିତ ମନ୍ଦିରରେ ରଖାଯାଇଥିବା ମୂର୍ତ୍ତି ଓ ମନ୍ଦିରରେ ରହୁଥିବା ଜିନିଷର ମହତ୍ଵ ବି ବହୁତ ଅଧିକ ରହିଥାଏ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ମନ୍ଦିରରେ କୌଣସି ଭଗବାନଙ୍କର ଭଙ୍ଗା ମୂର୍ତ୍ତି ରଖିବା ଉଚିତ ନୁହେଁ ।

ଆଜି ଆମେ ଆପଣଙ୍କୁ ୪ ଦେବୀ ଦେବତାଙ୍କ ବିଷୟରେ କହିବୁ ଯାହାଙ୍କର ପୂଜା ଘରେ ହେବା ଉଚିତ ନୁହେଁ ।

୧. ଭୈରବ ଦେବ

ଭୈରବ ଦେବ ଭଗବାନ ଶିବଙ୍କର ଏକ ଅବତାର ଅଟନ୍ତି । ଭୈରବ ଦେବଙ୍କ ମୂର୍ତି କେବେ ବି ନିଜ ଘରର ମନ୍ଦିରରେ ରଖିବା ଉଚିତ ନୁହେଁ । ଏହା ପଛର କାରଣ ଏହା ଅଟେ କି ଭୈରବ ଦେବଙ୍କୁ ତନ୍ତ୍ର ବିଦ୍ୟାର ଦେବତା ବୋଲି କୁହଯାଏ । ଭୈରବ ଦେବତାଙ୍କ ପୂଜା କରିବା ଉଚିତ କିନ୍ତୁ ଭୁଲରେ ବି ଘରେ କରିବା ଉଚିତ ନୁହେଁ ।

୨. ନଟରାଜଙ୍କ ମୂର୍ତ୍ତି

ଆମ୍ଭମାନଙ୍କ ମଧ୍ୟରେ କେତେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ଘରେ ନଟରାଜଙ୍କ ମୂର୍ତ୍ତି ରଖିଥାନ୍ତି । ନଟରାଜଙ୍କ ମୂର୍ତ୍ତି ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ଓ ନଟରାଜ ଭଗବାନ ଶିବଙ୍କର ହିଁ ରୁଦ୍ର ରୂପ ଅଟନ୍ତି । ତଥାପି ବି ଆପଣ ନଟରାଜଙ୍କ ମୂର୍ତ୍ତିକୁ ଘରେ ଭୁଲରେ ବି ରଖନ୍ତୁ ନାହିଁ । କାରଣ ନଟରାଜ ମୂର୍ତ୍ତି ଭଗବାନ ଶିବଙ୍କ ରୁଦ୍ର ରୂପ ଅଟନ୍ତି ମାନେ ଭଗବାନ ଶିବଙ୍କ କ୍ରୋଧିତ ରୂପ । ଆମ୍ଭମାନଙ୍କ ମଧ୍ୟରେ ଏତେ ସାହସ ନାହିଁ କି ଆମେ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରି ପାରିବା । ସେଥିପାଇଁ ନଟରାଜଙ୍କ ମୂର୍ତ୍ତିକୁ ଘରେ ରଖନ୍ତୁ ନାହିଁ ।

୩. ରାହୁ ଓ କେତୁ ମୂର୍ତ୍ତି

ଘରେ ରାହୁ ଓ କେତୁଙ୍କର ମୂର୍ତ୍ତିକୁ ରଖିବା ଅଶୁଭ ଅଟେ । ଜ୍ୟୋତିଷଙ୍କ ଅନୁସାରେ ଶନି, ରାହୁ ଓ କେତୁଙ୍କୁ ଅତି କ୍ରିୟାଶୀଳ ଗ୍ରହ ବୋଲି କୁହାଯାଏ । ଯଦି ଆପଣ ଏହି ଦେବତାଙ୍କର ପୂଜା କରୁଛନ୍ତି ତେବେ ଆପଣ ଘରେ ଅଶାନ୍ତିକୁ ଆମନ୍ତ୍ରଣ ଦେଉଛନ୍ତି । ବାସ୍ତୁ ଅନୁସାରେ ଏମାନଙ୍କ ପୂଜା ଘରେ କରିବା ଉଚିତ ନୁହେଁ ।

୪. ସିଂହ ଉପରେ ବସିଥିବା ମୂର୍ତ୍ତି

ଆମେ ଘରେ କିଛି ଏମିତି ଦେବୀ ଦେବତାଙ୍କ ମୂର୍ତ୍ତି ନେଇ ଆସିଥାଉ ଯେଉଁମାନେ ସିଂହ ଉପରେ ବସିଥାନ୍ତି । ଏହାକୁ ଆଣିବା ଭଲ ଅଟେ । କିନ୍ତୁ ଯଦି ସେହି ସିଂହର ମୁହଁ ଖୋଲାଥିବ ତେବେ ଏହା ଆପଣଙ୍କ ପାଇଁ ଭୟଙ୍କର ହୋଇପାରେ । ସିଂହ ଉପରେ ବସିଥିବା ଦେବୀ ଦେବତାଙ୍କ ଫଟୋ ନିଶ୍ଚିତ ଆଣନ୍ତୁ କିନ୍ତୁ ସେଥିରେ ସିଂହ ଶାନ୍ତ ରହିଥିବା ଉଚିତ ।