ଘରର ଏହି ଦିଗରେ ରଖନ୍ତୁ ଭଗବାନ ଗଣେଶଙ୍କ ମୂର୍ତ୍ତି, ହେବ ଅପାର ଧନ ପ୍ରାପ୍ତି

ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ସୁଖ ସମୃଦ୍ଧି, ସୋଭାଗ୍ୟ ଓ ସଫଳତାର ଦେବତା ବୋଲି କୁହାଯାଏ । ବ୍ୟକ୍ତି ନିଜର ଉଦ୍ଦେଶ୍ୟ ଓ ମନୋକାମନା ପୁରା କରିବା ପାଇଁ ଘରେ ଗଣେଶଙ୍କର ମୂର୍ତ୍ତି ରଖନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଗଣେଶଙ୍କର ମୂର୍ତ୍ତିକୁ ସଠିକ ଜାଗାରେ ରଖିବା ବହୁତ ଜରୁରୀ ଅଟେ ।

ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ଘରେ ଗଣେଶଙ୍କର ମୂର୍ତ୍ତିକୁ ରଖିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଏହା ବିଷୟରେ :-

ଧଳା ରଙ୍ଗର ଗଣେଶଙ୍କର ମୂର୍ତ୍ତି ଅଧିକ ଧନ, ସୁଖ ସମୃଦ୍ଧି ଓ ଖୁସିକୁ ଆକର୍ଷିତ କରିଥାଏ । ଗଣେଶଙ୍କର କେବଳ ମୂର୍ତ୍ତି ନୁହେଁ ତାଙ୍କର ଫଟୋ ବି ବହୁତ ଚମତ୍କାରିକ ପ୍ରମାଣିତ ହୋଇଥାଏ । ପରନ୍ତୁ ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ଦେବାକୁ ପଡିବ କି ଗଣେଶଙ୍କର ପଛ, ଘରର ମୁଖ୍ୟ ଦ୍ଵାର ଆଡକୁ ହେବା ଦରକାର ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଗଣେଶଙ୍କର ମୂର୍ତ୍ତି ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ । ଘରର ପୂର୍ବ ଦିଗରେ ଗଣେଶଙ୍କର ମୂର୍ତ୍ତି ସ୍ଥାପିତ କରିବା ସବୁଠୁ ଭଲ ବୋଲି କୁହାଯାଇଛି । ଯଦି ଏହି ଭଳି ରଖିବା ସମ୍ଭବ ନୁହେଁ ତେବେ ଆପଣ ଗଣେଶଙ୍କର ମୂର୍ତ୍ତିକୁ ଏହିଭଳି ରଖନ୍ତୁ ଯେଉଁଠି ଆପଣ ପ୍ରାର୍ଥନା କରିବା ସମୟରେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ବସିବେ ।

ଯଦି ଆମେ ଶାସ୍ତ୍ରକୁ ଦେଖିବା ତେବେ ଘରେ କେବେ ବି ଗଣେଶଙ୍କର ମୂର୍ତ୍ତିକୁ ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ । ଏହାର ଅତିରିକ୍ତ ଏହି କଥା ଉପରେ ବି ଧ୍ୟାନ ଦେବେ କି ଆପଣ ଯେଉଁଠି ଗଣେଶଙ୍କର ମୂର୍ତ୍ତି ରଖିଛନ୍ତି ସେହି ଜାଗାର କାନ୍ଥ ବାଥରୁମ ପାଖରେ ନ ଥିବ ।

Image courtesy: Google

ଆପଣ ଗଣେଶଙ୍କର ମୂର୍ତିକୁ ନିଜର ଶୋଇବା ଘରେ ରଖିବେ ନାହିଁ । ଯଦି ଆପଣ ଏହି ଭଳି କରୁଛନ୍ତି ତେବେ ମୂର୍ତ୍ତିକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କର ଗୋଡ ମୂର୍ତ୍ତି ସାମ୍ନାକୁ ରହିବା ଉଚିତ ନୁହେଁ ।

ଭଗବାନ ଗଣେଶଙ୍କର ମୂର୍ତି ସାମ୍ନାରେ ଛୋଟ ପାତ୍ରରେ ଚାଉଳ ରଖିବା ବହୁତ ଶୁଭ ବୋଲି କୁହାଯାଏ ଏବଂ ଘରେ ଭଗବାନ ଗଣେଶଙ୍କର ଛିଡା ହୋଇଥିବା ମୂର୍ତ୍ତି ରଖିବା ବହୁତ ଶୁଭ ବୋଲି କୁହାଯାଏ । ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।