ଘରର ଏହି ଦିଗରେ ରଖନ୍ତୁ ଏକ ମୟୂର ପର, ମା ଲକ୍ଷ୍ମୀଙ୍କର ବର୍ଷିବ ଅସୀମ କୃପା

ଭଗବାନ ଶ୍ରୀକୃଷ୍ଣଙ୍କୁ ତ ସେମିତି ବହୁତ ଜିନିଷ ପ୍ରିୟ ଅଟେ, କିନ୍ତୁ ମୁୟର ପର ତାଙ୍କୁ ସବୁଠୁ ପ୍ରିୟ ଅଟେ । ମୟୁର ପରକୁ ଘରେ ରଖିବା ଦ୍ଵାରା ଘରେ ଶାନ୍ତି ରହିଥାଏ ଓ ନକାରାତ୍ମକତା ଦୂର ହୋଇଥାଏ । କିନ୍ତୁ ଏହି ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ମୟୁର ପର ବ୍ୟବହାର କରିବା ଦ୍ଵାରା ଆପଣ ମାତା ଲକ୍ଷ୍ମୀଙ୍କର କୃପା ପାଇ ପାରିବେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ କେଉଁ ଉପାୟ ଦ୍ଵାରା ଆପଣଙ୍କୁ ମିଳିବ ଧନଲାଭ ।

ସୁଖ ସମୃଦ୍ଧି

ଘରର ସୁଖ ସମୃଦ୍ଧି ପାଇଁ ମୟୂର ପରକୁ ଦକ୍ଷିଣ- ପୂର୍ବ ଦିଗରେ ରଖିବା ଉଚିତ । ଘରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବହୁତ ମୟୁର ପର ରଖନ୍ତୁ । ଏହା ଦ୍ଵାରା ଘରେ ସୁଖ ସମ୍ପଦ ଆସିଥାଏ ଓ ଏହା ସହିତ ଘରର ପରିସ୍ଥିତି ମଧ୍ୟ ଭଲ ରହିଥାଏ ।

ଧନଲାଭ

ଯଦି ଆପଣ ବହୁତ ପରିଶ୍ରମ କଲା ପରେ ବି ଆୟ କରିଥିବା ଟଙ୍କା ଆପଣଙ୍କ ପାଖରେ ରହୁ ନାହିଁ ତେବ ପୂଜା ସ୍ଥାନରେ ମୟୁର ପରକୁ ରଖିବା ଉଚିତ । ଏହା ଦ୍ଵାରା ଘରକୁ ଆସୁଥିବା ଟଙ୍କା ରହିବ । ଏହା ସହିତ ଘର ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଗଢି ଉଠିବ ।

ବାସ୍ତୁ ଦୋଷ

ବେଳେ ବେଳେ ପରିବାରରେ ବିଭିନ୍ନ ସମସ୍ୟା ଆସିଥାଏ । ଏହାର ମୁଖ୍ୟ କାରଣ ହେଉଛି ଘରର ବାସ୍ତୁ ଦୋଷ । ଏହାକୁ ଦୂର କରିବା ପାଇଁ ଘରର ମୁଖ୍ୟ ଦ୍ଵାରାରେ ଗଣେଶଙ୍କର ପ୍ରତିମା ସହ ମୟୂର ପରକୁ ମଧ୍ୟ ରଖି ପାରିବେ । ଏହା ଦ୍ଵାରା ସବୁ ବାସ୍ତୁ ଦୋଷ ଦୂର ହୋଇଯିବ ।

ରାହୁ ଦୋଷ

ଯଦି ଆପଣ ରାହୁ ଦୋଷ ଠାରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମୟୁର ପରର ତାବିଜ କରି ଡାହାଣ ହାତରେ ପିନ୍ଧନ୍ତୁ ।

ଏକାଗ୍ରତା

ଯଦି ଆପଣଙ୍କର ପଢାରେ ଧ୍ୟାନ ଲାଗୁ ନାହିଁ ତେବେ ଆପଣ ନିଜ ବହିରେ ମୟୂର ପର ରଖିବା ଦ୍ଵାରା ଆପଣଙ୍କର ମନ ପଢାରେ ଲାଗିବ ।

ବିଜନେସ

ଯଦି ଆପଣଙ୍କୁ ଆପଣଙ୍କର ବିଜନେସରେ କ୍ଷତି ହେଉଛି ତେବେ ଆପଣ ଅଫିସରେ କିମ୍ବା ଦୋକାନର ପୂର୍ବ ଦିଗରେ ମୟୂର ପର ରଖିବା ଦ୍ଵାରା ବିଜନେସରେ ଆପଣଙ୍କୁ ସଫଳତା ମିଳିବ ।

ଚିନ୍ତାକୁ ଦୂର କରନ୍ତୁ

ଯଦି ଘର ପରିବାରରେ ସବୁ ବେଳେ ଝଗଡା ଲାଗୁଛି ତେବେ ଆପଣ ଶୋଇବା ଘରର ପୂର୍ବ ଦିଗରେ ମୟୁର ପର ରଖିବା ଉଚିତ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।