ପିମ୍ପୁଡି ଘରକୁ ଆସିବା ଦେଇଥାଏ ଏହି ସଂକେତ, ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ

କହିବାକୁ ଘରେ ପିମ୍ପୁଡି ଆସିବା ସାଧାରଣ କଥା ହୋଇଥାଏ । ଏହାକୁ ଆମେ କେତେ ଥର ନଜର ଅନ୍ଦାଜ କରିଦେଇ ଥାଉ । କିନ୍ତୁ ଆପଣମାନେ ପିମ୍ପୁଡିକୁ କେତେ ଥର ଗୋଟିଏ ରାସ୍ତାରେ ହିଁ ଚାଲୁଥିବାର ଦେଖିଥିବେ, ଏହା ଏକତାର ପ୍ରତୀକ ଅଟେ । ଏହା ଛଡା ଆମେ ପିମ୍ପୁଡିମାନଙ୍କ ସହ ବିଭିନ୍ନ ମୋଟିବେଶନ ଥଟ ଶୁଣିଥାଉ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଯଦି ଆପଣଙ୍କ ଘରେ ପିମ୍ପୁଡି ଆସୁଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ପିମ୍ପୁଡି ଆସିବାର କଣ କଣ ସଂକେତ ଦେଇ ଥାଏ ଏହା ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଏହି ପିମ୍ପୁଡିମାନଙ୍କର ସଂକେତ ବିଷୟରେ:-

Image courtesy: Google

ଯଦି ଆପଣଙ୍କ ଘରେ ନାଲି ପିମ୍ପୁଡି ଆସିଥାଏ ତେବେ ଏହା ଖରାପ ସମୟର ପ୍ରତୀକ ଅଟେ । ଶାସ୍ତ୍ର ଅନୁସାରେ ନାଲି ପିମ୍ପୁଡିକୁ ଭୂତ – ପ୍ରେତର ରୂପ ବୋଲି କୁହାଯାଏ । ଯଦି ଆପଣ ନାଲି ପିମ୍ପୁଡି ଦେଖୁଛନ୍ତି ତେବେ ତୁରନ୍ତ ତାଙ୍କୁ ଚିନି ଦିଅନ୍ତୁ ଏହା କରିବା ଦ୍ଵାରା ଆପଣଙ୍କର ଖରାପ ସମୟ ଚାଲିଯାଇ ଥାଏ ।

ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଦେଖାଯାଏ ତେବେ ଏହା କୌଣସି ବଡ ଦୁର୍ଘଟଣାର ସଂକେତ ଦେଇଥାଏ କିମ୍ବା କୌଣସି ରୋଗ ଆସିବାର ସଂକେତ ଦେଇଥାଏ । କଳା ପିମ୍ପୁଡି ଦେଖିବା ମାତ୍ରେ ହିଁ ଆପଣ ତାଙ୍କୁ ଅଟା ଓ ଚିନି ମିଶାଇ ଖାଇବାକୁ ଦିଅନ୍ତୁ ଏହା କରିବା ଦ୍ଵାରା ସମସ୍ତ ସମସ୍ୟା ଟଳିଯାଏ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ନାଲି ଓ କଳା ପିମ୍ପୁଡିକୁ ଅଟା ଦେବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି । ପିମ୍ପୁଡିମାନଙ୍କୁ ଅଟା ଦେବା ଦ୍ଵାରା ବ୍ୟକ୍ତିର ସମସ୍ତ ପ୍ରକାର ଦୁଃଖ ଦୂର ହୋଇଯାଏ । ଜ୍ୟୋତିଷ ଅନୁସାରେ ଯେଉଁ ବ୍ୟକ୍ତି ପିମ୍ପୁଡିମାନଙ୍କୁ ଚିନି ଓ ଅଟା ନିୟମିତ ରୂପରେ ଦେଇଥାନ୍ତି ସେମାନେ କରଜରୁ ମୁକ୍ତି ପାଇ ଯାଆନ୍ତି ଓ ବ୍ୟାପର କିମ୍ବା ଚାକିରିରେ ଲାଭ ପ୍ରାପ୍ତ ହୋଇଥାଏ ।

ଏହା ଅତିରିକ୍ତ ଯଦି ଶନିମହାଦଷା ଚାଲିଛି ତେବ ଚକଟା ହୋଇଥିବା ଅଟାରେ ଚିନି ମିଶାଇ ପିମ୍ପୁଡିଙ୍କୁ ଦିଅନ୍ତୁ । ଏହା ଦ୍ଵାରା ଅଶୁଭ ଗ୍ରହରୁ ଆପଣ ମୁକ୍ତି ପାଇଯିବେ ଓ ଆପଣଙ୍କ ରାସ୍ତାରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଏହି ପିମ୍ପୁଡିମାନେ ଘରକୁ ଆସିବା ଠାରୁ ବି ଅଧିକ ଅଶୁଭ ହୋଇଥାଏ ଏମାନଙ୍କୁ ମାରିବା । ସେଥିପାଇଁ ଆପଣ କେବେ ବି ଜାଣିଶୁଣି ଏହି ପିମ୍ପୁଡିମାନଙ୍କୁ ମାରିବେ ନାହିଁ । ଯଦି ଆପଣ ଅଟା ଦେବେ ତେବେ ଏମାନେ ମନକୁ ମନ ସେହି ଜାଗା ଛାଡି ଚାଲିଯିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।