ଘରର ଏହି ସ୍ଥାନରେ ଚୁପଚାପ୍ ରଖିଦିଅନ୍ତୁ 1 ମୟୂର ପଙ୍ଖର, ଘରକୁ ପ୍ରଚୁର ଧନର ଆଗମନ ହେବା ସହ 10 ଗୁଣା ବଢିବ ଧନ (Vastu Tips)

ଦୁନିଆରେ ପ୍ରତ୍ଯେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାନ୍ତି । ଧନ ଏପରି ଏକ ଜିନିଷ ଯାହା ଯେତେ କମାଇଲେ ବି ମନ ଭରେନାହିଁ । ତେବେ ଅନେକ ସମୟରେ ଯେତେ ଧନ କମାଇଲେ ମଧ୍ୟ ତାହା ସଞ୍ଚୟ କରି ହୁଏନାହିଁ । ଯଦି ଆପଣଙ୍କ ଜୀବନରେ ମଧ୍ୟ ଏମିତି ଚାଲିଛି ତେବେ ଆଜି ଆମେ ଆପଣଙ୍କୁ ଘରେ ଧନ ରହିବାର ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ । ଏଥିପାଇଁ ଆପଣଙ୍କୁ କେବଳ ତିନୋଟି ମୟୂର ପଙ୍ଖର ଆବଶ୍ୟକ ହେବ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ ।

ମୟୂର ପଙ୍ଖ ଏକ ଶକ୍ତିଶାଳୀ ଜନ୍ତ୍ର ଭଳି କାମ କରିଥାଏ । ପ୍ରାଚୀନ କାଳରୁ ଜ୍ଯୋତିଷ ଶାସ୍ତ୍ର, ତନ୍ତ୍ର ମନ୍ତ୍ର ସବୁଥିରେ ଏହାର ବ୍ୟବହାର କରାଯାଉଛି । ଶ୍ରୀକୃଷ୍ଣ ନିଜ ମଥାରେ ଧାରଣ କରୁଥିବା ଏହି ମୟୂର ପଙ୍ଖକୁ ଧନଦେବୀ ମାତାଲକ୍ଷ୍ମୀ, ବିଦ୍ୟାଦେବୀ ସରସ୍ଵତୀ, କାର୍ତ୍ତିକ ଭଗବାନ, ପ୍ରଭୁ ହନୁମାନ ଆଦି ସମସ୍ତଙ୍କ ସହ ଯୋଡା ଯାଇଥାଏ । ଏକ ବଂଶୀ ସହ ଏହି ମୟୂର ପଙ୍ଖକୁ ଘରେ ରଖିବା ଦ୍ଵାରା ସମ୍ପର୍କରେ ମଧୁରତା ଆସିଥାଏ । ଘରେ ପ୍ରବେଶ କରିଥିବା ନକରାତ୍ମକ ଊର୍ଜାକୁ ଦୂର କରିବା ପାଇଁ ସନ୍ଧ୍ୟା ଆଳତି ପରେ ଏକ ମୟୂର ପଙ୍ଖକୁ ଜୋର ଜୋରରେ ହଲାନ୍ତୁ ।

ଏହାଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ଚାଲିଯିବ । ମୟୂର ପଙ୍ଖ ନକରାତ୍ମକ ଊର୍ଜାକୁ ନିଜ ଆଡକୁ ଟାଣି ନେଇଥାଏ । ତେଣୁ ଏହାକୁ ଘରର ଏମିତି ଏକ ଜାଗାରେ ରଖନ୍ତୁ ଯେଉଁଠି ସମସ୍ତଙ୍କ ନଜର ପଡୁଥିବ । କୌଣସି ଏକ ଶୁଭ ଦିନରେ ଆପଣ ମୟୂର ପଙ୍ଖ ନେଇ ସେହି ସ୍ଥାନରେ ଲଗାଇ ଦିଅନ୍ତୁ ।

ବିଦ୍ୟାର୍ଥୀମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୂର ପଙ୍ଖ ରଖିବା ରାମବାଣ ଭଳି କାର୍ଯ୍ୟ କରିଥାଏ । ସେହିଭଳି ଘରର ସବୁ କୋଠରିରେ ଗୋଟିଏ ଲେଖାଏଁ ମୟୂର ପଙ୍ଖ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କର ରାହୁ, କେତୁ କିମ୍ବା କାଳସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ଗୋଟିଏ ମୟୂର ପଙ୍ଖ ରଖିବା ଉଚିତ । ଘରେ କୌଣସି ପିଲା ଅଧିକ ଜିଦି କରୁଥିଲେ ମୟୂର ପଙ୍ଖ ହଲେଇ ତା’ର ପବନ ତାଙ୍କ ଦେହରେ ବାଜିବା ଦ୍ଵାରା ଜିଦି କମ୍ ହୋଇଥାଏ ।

ଏଥିପାଇଁ ଆପଣ ଘରର ଫ୍ୟାନରେ ମଧ୍ୟ ଆପଣ ମୟୂର ପଙ୍ଖ ଲଗାଇ ପାରିବେ । ଗୃହରେ ନବଜାତ ଶିଶୁ ଥିଲେ ନଜର ଦୋଷ ଦୂର କରିବା ପାଇଁ ତା’ ବିଛଣା ପାଖରେ ଗୋଟିଏ ମୟୂର ପଙ୍କ ରଖିଦିଅନ୍ତୁ । ଘରକୁ ଯଦି ଧନ ଆସୁନି କିମ୍ବା ଯେତେ ଟଙ୍କା ଆସିଲେ ମଧ୍ୟ ପାଖରେ ରହୁନାହିଁ ତେବେ ଘରର ଦକ୍ଷିଣ କୋଣରେ ଏହି ମୟୂର ପଙ୍ଖକୁ ରଖିଲେ ଲାଭ ହୋଇଥାଏ ।

ଘର ଆଖପାଖରେ ବେଶୀ ସାପ ବାହାରୁଥିଲେ ଘର ସାମ୍ନାରେ ଏକ ମୟୂର ପଙ୍ଖ ଟାଙ୍ଗୀ ଦିଅନ୍ତୁ । ଘରର ଆଲମାରିରେ ମୟୂର ପଙ୍ଖ ରଖିବା ଦ୍ଵାରା ଧନ ବଢିଥାଏ ଓ ଖର୍ଚ୍ଚ କମ୍ ହୋଇଥାଏ । ଏହାଛଡା ଘରର ଠାକୁର ରଖୁଥିବା ସ୍ଥାନରେ କିମ୍ବା ଘରର ଉତ୍ତର-ପୂର୍ବ କୋଣରେ ଗୋଟିଏ ମୟୂର ପଙ୍ଖ ରଖନ୍ତୁ ଏବଂ ପ୍ରତଦିନ ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ ତଥା ଧନ ଆଗମନର ରାସ୍ତା ଖୋଲିବ । ଏହାଛଡା ଆପଣ ଶୋଉଥିବା ବିଛଣା ତଳେ ଗୋଟିଏ ମୟୂର ପଙ୍ଖ ରଖିଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କୁ ସକାରାତ୍ମକ ଊର୍ଜା ମିଳିବ ଓ ଜୀବନରେ ସଫଳତା ଆସିବ । ସେହିପରି ଘରର ମୁଖ୍ୟଦ୍ଵାର ସାମ୍ନାରେ ଗଣେଶଙ୍କ ମୂର୍ତ୍ତି ରଖି ସେଠାରେ ମଧ୍ୟ ତିନୋଟି ମୟୂର ପଙ୍ଖ ଲଗାନ୍ତୁ । ଏହାଦ୍ବାରା ଘର ଉପରେ ନଜର ପଡିବନି ଏବଂ ବାସ୍ତୁଦୋଷ ମଧ୍ୟ ଦୂର ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।