ପତ୍ର ଭଳି ଆକାଶରେ ଉଡିଲା ଘରର ଛାତ ! ଏହି ଭୟଙ୍କର ଘୂର୍ଣ୍ଣିଝଡ ବିଶ୍ଵବାସୀଙ୍କ ହୋସ୍ ଉଡେଇ ଦେଉଛି, ଶୀଘ୍ର ଦେଖନ୍ତୁ ଏହି video

ଆମେରିକାର କାନ୍ସାସ ସହରରେ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଳୟଙ୍କାରୀ ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ । ଏହି ଘୂର୍ଣ୍ଣିଝଡର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଭଉଁରୀ ଯୋଗୁଁ ଘରର ଛପର ଗୁଡିକ ପତ୍ର ଭଳି ଆକାଶରେ ଉଠିଥିଲା । ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପ୍ରାୟ ୧୫ ହଜାରରୁ ଅଧିକ ଘର ଏହି ଘୂର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ହୋଇଛି । ଅନେକ ଘରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ତିନିଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କାନ୍ସାସ ଗଭର୍ଣ୍ଣର ଏହି ଘୂର୍ଣ୍ଣିଝଡକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏହାସହ ଆମେରିକାର ଅନ୍ୟକିଛି ସହରରେ ମଧ୍ୟ ଘୂର୍ଣ୍ଣିଝଡର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ଘୂର୍ଣ୍ଣିଝଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖିବା ଲୋକର ଛାତି ଥେଇ ଦେଉଛି ଏହି ଘୂର୍ଣ୍ଣିଝଡ । ରାସ୍ତାରେ ଯାଉଥିବା କିଛି ଲୋକ ଦୂରରୁ ଏହି ଘୂର୍ଣ୍ଣିଝଡକୁ କ୍ୟାମେରାରେ ରେକର୍ଡ କରିଛନ୍ତି । ଏହି ଭୟଙ୍କର ଘୂର୍ଣ୍ଣିଝଡ କେତେ ଭୟଙ୍କର ଥିଲା ଆପଣ ଏହି ଭିଡିଓରେ ଦେଖି ପାରୁଥିବେ ।

ଭୂତତ୍ତ୍ଵବିଦଙ୍କ ସୂଚନା ଅନୁସାରେ ଗରମ ପବନ ହାଲୁକା ହୋଇଥିବାରୁ ଉପରେ ରହିଥାଏ ଏବଂ ଥଣ୍ଡା ପବନ ଓଜନିଆ ହୋଇଥିବାରୁ ଏହା ତଳେ ରହିଥାଏ । କିନ୍ତୁ ଏହି ଦୁଇଟି ଯାକ ପବନ ପରସ୍ପର ସହ ଧକ୍କା ହେବା ଫଳରେ ଥଣ୍ଡା ପବନ ଉପରକୁ ଉଠିଥାଏ ଓ ଗରମ ପବନ ତଳକୁ ଚାଲିଆସେ । ଯାହାଫଳରେ ଏକ ଘୂର୍ଣ୍ଣିଝଡ କ୍ଷେତ୍ର ତିଆରି ହୋଇଥାଏ । ସମାନତା ଆଣିବା ପାଇଁ ଏହି ଘୂର୍ଣ୍ଣିଝଡ ତଳୁ ଉପରକୁ ତୀବ୍ର ବେଗରେ ଘୂରିଥାଏ ।

ଆମେରିକାରେ ଏହି ଘୂର୍ଣ୍ଣିଝଡ ଅଧିକ ଦେଖିବାକୁ ମିଳେ । ଏହାକୁ ଟର୍ଣ୍ଣାଡୋ ବୋଲି କୁହାଯାଇଥାଏ । ଏହି ଟର୍ଣ୍ଣାଡୋ ମଧ୍ୟରେ ଯାହାବି କିଛି ଆସେ ସବୁ ଛିନ୍ନଭିନ୍ନ କରି ଦେଇଥାଏ । କାଳବୈଶାଖୀ ଆସିବା ସମୟରେ ଭାରତର ଉତ୍ତର ଓ ପୂର୍ବ ଭାଗର ଅନେକ ସ୍ଥାନରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥାଏ । କିନ୍ତୁ ଭାରତରେ ଏହା ସେତେ ଭୟଙ୍କର ହୁଏନାହିଁ କି ହେବାର କୌଣସି ଆଶଙ୍କା ନାହିଁ ବୋଲି ମଧ୍ୟ କହିଛନ୍ତି ଭୂତତ୍ତ୍ଵବିଦ । ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ଆଶ୍ବସ୍ତିକର ବିଷୟ ।

କାରଣ ଏଭଳି ଭୟଙ୍କର ଘୂର୍ଣ୍ଣିଝଡ ଦେଖି ସାରା ବିଶ୍ଵର ଲୋକଙ୍କ ମନରେ ଶଙ୍କା ପଶିଯାଉଛି । ଏହି ଘୂର୍ଣ୍ଣିଝଡର ଏତେ ଶକ୍ତିଶାଳୀ ଯେ ଏହା ଘରର ଛାତମାନଙ୍କୁ ମଧ୍ୟ କାଗଜ ଭଳି ଉଡେଇ ନେଉଛି । ଏଥିରୁ ଆପଣ ଏହି ଘୂର୍ଣ୍ଣିଝଡର ଭୟଙ୍କାରିତା ଅନୁଭବ କରି ପାରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।