ଘର ମୁହଁରେ ଜୋତା ଚପଲ ଓଲଟା ପଡିଥିଲେ କେଉଁ ସଙ୍କେତ ମିଳିଥାଏ ? ଏହା ସହ ଆହୁରି କିଛି ବଛା ବଛା ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିଜ ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି କି ଘଟୁଥିବା ଘଟଣାର ପରିଣାମ କଣ ହେବ ତାହା ସମ୍ପର୍କରେ ଭାବିବା ପାଇଁ ମଧ୍ୟ ସମୟ ପାଉନାହାନ୍ତି ଏବଂ ସେହି ଭୁଲକୁ ବାରମ୍ବାର କରିବାକୁ ଲାଗନ୍ତି । ଯାହାର କୁ ପରିଣାମ ଆପଣ ଭୋଗ କରିଥାନ୍ତି । କିନ୍ତୁ ଏହି କୁପରିଣାମ ପଛର କାରଣ ଆପଣ ଜାଣି ପାରନ୍ତି ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ କଥା ଜଣାଇବା ପାଇଁ ଯାଉଛୁ ଯାହାଦ୍ଵାରା ଆପଣ ଆଗକୁ ଆସୁଥିବା ବିପଦର ସଙ୍କେତ ବୁଝିପାରିବେ ।

ପ୍ରଥମ:ଯଦି ଆପଣ ଠାକୁର ପୂଜା କରିବା ସମୟରେ କୌଣସି ବନ୍ଧୁ ବାନ୍ଧବ ଆପଣଙ୍କ ଘରକୁ କିଛି ଜିନିଷ ନେଇ ଆସି ପହଞ୍ଚିଯାନ୍ତି ତେବେ ଏହାକୁ ଶୁଭ ମାନାଯାଏ । ଏବଂ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥିବାର ଏହା ଏକ ସଙ୍କେତ ହୋଇଥାଏ ।

ଦିତୀୟ: ଯଦି ଆପଣ ଠାକୁର ପୂଜା କରିବା ସମୟରେ ଆପଣଙ୍କ ଘର ଦୁଆର ବନ୍ଧା ସାମ୍ନାରେ କୌଣସି ଗାଈ ଆସି ଠିଆ ହୁଏ ତେବେ ଏହା ଆପଣଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ଥିବାର ସଙ୍କେତ ହୋଇଥାଏ । ଏବଂ ଆପଣଙ୍କ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ତୃତୀୟ:  ଠାକୁର ପୂଜା କରିବା ସମୟରେ ଯଦି ଦୀପର ଶିକ୍ଷା ହଠାତ ଜୋରେ ଜଳିବା ପାଇଁ ଲାଗେ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଆପଣଙ୍କ ଦୁଃଖ ଦୂର ହେବାର ଏହା ସୂଚନା ଦେଇଥାଏ ।

ଚତୁର୍ଥ: ଠାକୁର ପୂଜା କରିବା ସମୟରେ ଯଦି ଧୂପ କାଠିର ଧୂଆଁ ସ୍ଵାସ୍ତିକ ଆକାର କିମ୍ବା ଓମ ଆକାରର ହେବ ଭଳି ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭଫଳଦାୟୀ ହୋଇଥାଏ । ପଞ୍ଚମ: ଯଦି କୌଣସି ଦିନ ଅଯଥା ପଇସା ଖର୍ଚ ହେବା ବନ୍ଦ ହୋଇଯାଏ ଏବଂ ଆପଣଙ୍କ ସଞ୍ଚୟ ହେବା ଆରମ୍ଭ ହୁଏ ତେବେ ଏହା ଆପଣଙ୍କ ଭଲ ସମୟ ଆସିବାର ସଙ୍କେତ ଅଟେ ।

ଷଷ୍ଠ: ଯଦି ଆପଣ କୌଣସି ଦିନ ସକାଳୁ ବାଛୁରୀକୁ ଗାଈ କ୍ଷୀର ଦେଉଥିବାର ଦେଖନ୍ତି ତେବେ ଏହା ବହୁତ ଶୁଭପ୍ରଦ ହୋଇଥାଏ । ଆଗକୁ ଭଲ ସମୟ ଆସିବାର ଏହା ଏକ ସଙ୍କେତ ହୋଇଥାଏ । ସପ୍ତମ: ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ଯଦି ବାଟରେ ବାଳକ କିମ୍ବା ବାଳିକାଙ୍କ ଆନନ୍ଦଦାୟକ ମୁହଁ ଦେଖନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଙ୍କେତ ଦେଇଥାଏ ।

ଅଷ୍ଟମ: ଯଦି ଆପଣ ଘରର ସମ୍ମୁଖରେ ଜୋତା ଚପଲ ଓଲଟା ପଡିଥିବାର ଦେଖନ୍ତି ତେବେ ଏହାକୁ ତୁରନ୍ତ ସିଧା କରିଦେବା ଉଚିତ । ଜୋତା ଚପଲ ଓଲଟା ପଡିବା ଅଶୁଭ ହୋଇଥାଏ । ଘରେ କଲି ଝଗଡା ଲାଗି ରହିବାର ଏହା ଏକ ପ୍ରମୁଖ ସଙ୍କେତ ଅଟେ । ନବମ: ଘର ଉପରେ ଧଳା ପାରା ବସିବା ଶୁଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।