ଘରେ ରହୁଥିବା ଝିଟିପିଟି ଏମିତି ଦେଇଥାଏ ଖରାପ ସମୟର ସଂକେତ, ଭୁଲରେ ବି ଅଣଦେଖା କରନ୍ତୁ ନାହିଁ ଏହି କଥା

ଆମ ଜୀବନରେ ବହୁତ ପ୍ରକାରର ଦୁଖଃ କଷ୍ଟ ଆସିଥାଏ । ଆମେ ସେଥିରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାରର ଉପାୟ ମଧ୍ୟ କରିଥାଉ । ଆପଣ ଆମେ ଜାଣିଥିବେ କି ଆମର କୌଣସି ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ନା କିଛି ସଂକେତ ଦେଇଥାନ୍ତି । କିନ୍ତୁ ଆମେ ବହୁତ ସଂକେତକୁ ଅଣଦେଖା କରିଦେଇ ଥାଉ । ଯାହାଦ୍ୱାରା ଆମେ ବହୁତ ବଡ ଅସୁବିଧାରେ ମଧ୍ୟ ପଡିଥାଉ । ଘରେ ରହୁଥିବା ଝିଟିପିଟି ବି ଆମକୁ ଖରାପ ସମୟର ସଙ୍କେତ ଦେଇଥାଏ କିନ୍ତୁ ଆମେ ତାକୁ ସବୁବେଳେ ଅଣଦେଖା କରିଦେଇ ଥାଉ । ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ଘରେ ରହୁଥିବା ଝିଟିପିଟି ଆମକୁ କିଭଳି ଖରାପ ସମୟ ଆସିବାର ସଙ୍କେତ ଦେଇଥାନ୍ତି ।

ଏହି ପ୍ରକାରର ଦେଇଥାନ୍ତି ଘରେ ରହୁଥିବା ଝିଟିପିଟି ଖରାପ ସମୟର ସଂକେତ

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଘରେ ରହୁଥିବା ଝିଟିପିଟି ଆମର ଖରାପ ସମୟ ଆସିବା ପୂର୍ବରୁ ତାର ସଂକେତ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ପୁରୁଷ ମାନଙ୍କର ବାମ ପଟ ଅଙ୍ଗରେ ଏବଂ ମହିଳା ମାନଙ୍କର ଡାହାଣ ପଟ ଅଙ୍ଗରେ ଝିଟିପିଟି ପଡିବା ଅଶୁଭ ହୋଇଥାଏ । ସେହି ପରି ତାର ଓଲଟା ହେଲେ ତାକୁ ଶୁଭ ବୋଲି କୁହାଯାଇ ଥାଏ । ତାହେଲେ ଆସନ୍ତୁ ଜାଣିବା ଝିଟିପିଟି କେଉଁ ପ୍ରକାର ସଂକେତ ଦେଇଥାନ୍ତି ।

ଯଦି ଆପଣ କୌଣସି ଜରୁରୀ କାମରେ ବାହାରକୁ ଯାଇ ଘରକୁ ଆସିବା ପରେ ହିଁ ଆପଣଙ୍କ ଉପରେ ଝିଟିପିଟି ପଡେ ତାହେଲେ ଏହାକୁ ଅଶୁଭ ବୋଲି କୁହାଯାଇ ଥାଏ । କୁହାଯାଏ କି ଏମିତି ହେଲେ ଆପଣଙ୍କ କାମ ଅଟକି ପାରେ ଏବଂ ଘରେ ଝଗଡା ହେବାର ସଂକେତ ବି ଦେଇଥାଏ । ଏଥିପାଇଁ ଏହାକୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ ।

ଯଦି ଆପଣ କୌଣସି ନୂଆ ଘର କିଣିବା ପାଇଁ ବା ଦେଖିବା ପାଇଁ ଯାଇଥିବା ସମୟରେ ସେଠାରେ ମରିଯାଇ ଥିବା ଝିଟିପିଟି ପଡିଥିବାର ଦେଖିବେ ତାହେଲେ ସେ ଘର କେବେ ହେଲେ କିଣିବେ ନାହିଁ କାରଣ ଏହା ଅଶୁଭ ହୋଇଥାଏ ।

Image courtesy: Google

ଆପଣ ଯଦି କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି ଆଉ ରାସ୍ତାରେ ଝିଟିପିଟି ଦେଖୁଛନ୍ତି ତାହେଲେ ସେହି କାମ କରିବା ପାଇଁ ଆଗକୁ ବଢନ୍ତୁ ନାହିଁ କାରଣ ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇ ଥାଏ ।

ଝିଟିପିଟି ଭଲ ସମୟର ଏହି ଭଳି ଦେଇଥାନ୍ତି ସଂକେତ

ଯଦି ଝିଟିପିଟି ମୁଣ୍ଡରେ ପଡେ ତାହେଲେ ଧନ ପ୍ରାପ୍ତିର ଯୋଗ ଥାଏ ବୋଲି କୁହାଯାଇଥାଏ । ସେହି ଭଳି ଯଦି ଝିଟିପିଟି ଡାହାଣ କାନ ଉପରେ ପଡେ ଗହଣା ପ୍ରାପ୍ତି ଏବଂ ବାମ କାନ ଉପରେ ପଡିଲେ ଆୟୁ ବୃଦ୍ଧି ହୋଇଥାଏ ବୋଲି କୁହାଯାଇଛି ।

ଝିଟିପିଟି ନାକ ଉପରେ ପଡିବା ଦ୍ଵାରା ଭାଗ୍ୟରେ ବୃଦ୍ଧି ହୋଇଥାଏ ଏବଂ ବାମ ଗାଲ ଉପରେ ପଡିଲେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହେବାର ସଂକେତ ମିଳିଥାଏ । ଝିଟିପିଟି ବେକ ଉପରେ ପଡିଲେ ପ୍ରସିଦ୍ଧି ଲାଭ ହୋଇଥାଏ ଏବଂ ଯଦି କୌଣସି ବ୍ୟକ୍ତିର ପିଠି ଉପରେ ପଡେ ତାହେଲେ ତାହା ସୁଖ ପ୍ରାପ୍ତିର ସଂକେତ ଦେଇଥାଏ । ଯଦି ଝିଟିପିଟି ଡାହାଣ ହାତ ଉପରେ ପଡେ ତାହେଲେ ଲକ୍ଷ୍ମୀ ପ୍ରାପ୍ତିର ସଂକେତ ମିଳିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।