ସୁନୀଲ ଗାବସ୍କର ବିସିସିଆଇ ଉପରେ ଲଗାଇଲେ ଆରୋପ କି ବିସିସିଆଇ କୋହଲିଙ୍କ କଥାରେ ଚାଲିଛି, ଜାଣନ୍ତୁ କାହିଁକି

କହିବାକୁ ଗଲେ ଟିମ ଇଣ୍ଡିଆକୁ ନେଇ ବର୍ତ୍ତମାନ ଗୋଟିଏ ବଡ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଉଛି କି ଇଣ୍ଡିଆର କ୍ରିକେଟ ଟିମ ମଧ୍ୟରେ ପାତର ଅନ୍ତର କରାଯାଉଛି । କୁହାଯାଉଛି କି ବିରାଟ କୋହଲି ଯାହା କହୁଛନ୍ତି ତାଙ୍କ ଅନୁସାରେ ହିଁ ବିସିସିଆଇ ଚାଲୁଛି । କହିବାକୁ ଗଲେ ଏହିଭଳି ମନ୍ତବ୍ୟ ପୂର୍ବତନ କ୍ରିକେଟ ଖେଳାଳି ସୁନୀଲ ଗାବସ୍କର ଦେଇଛନ୍ତି । ସେ ଟିମ ଇଣ୍ଡିଆର ପାତର ଅନ୍ତରତାକୁ ଦର୍ଶାଇ କିଛି ଉଦାହରଣ ବି ଦେଲେ ଓ କହିଲେ ଭାରତୀୟ କ୍ରିକେଟ ଟିମରେ ଅନିୟମତା ଚାଲିଛି ।

ଏହା ସହିତ ରବିଚନ୍ଦ୍ର ଅଶ୍ଵିନ ଓ ଟି ନଟରାଜନକୁ ଉପେକ୍ଷା କରାଯାଉଥିବା ଉପରେ ବି ସୁନୀଲ ଗାବସ୍କର ନିଜର ମନ୍ତବ୍ୟ ଦେଇଛନ୍ତି । କହିବାକୁ ଗଲେ ବିସିସିଆଇ ବର୍ତ୍ତମାନ ବିରାଟ କୋହଲିଙ୍କୁ ପିତା ହେବା ଉପଲକ୍ଷେ ଛୁଟି ଦେଇଛନ୍ତି ଓ ଏହା ପର ଠାରୁ ହିଁ ଏହି ବିବାଦ ଆରମ୍ଭ ହୋଇଛି ।

ପୂର୍ବତନ ଅଧିନାୟକ ସୁନୀଲ ଗଭାସ୍କର ଏହି ପ୍ରସଙ୍ଗରେ ବିସିସିଆଇକୁ ଆକ୍ଷେପ କରି କହିଛନ୍ତି । ସୁନୀଲ ଗାଭାସ୍କର କହିଲେ କି ବିସିସିଆଇ ଟି ନଟରାଜନଙ୍କୁ ତାଙ୍କର ନବଜାତ ଶିଶୁକୁ ଦେଖିବା ପାଇଁ ଛୁଟି ଦେଇ ନ ଥିଲାଓ ତାକୁ ନେଟ ବୋଲର ରୂପରେ ଅଷ୍ଟ୍ରେଲିୟାକୁ ନେଇଥିଲା । କିନ୍ତୁ ଅନ୍ୟ ପଟେ ବିସିସିଆଇ ସିରିଜ ଅଧାରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଛୁଟି ଦେଇଛି । ସୁନୀଲ ଗାବସ୍କର ଆଗକୁ କହିଲେ କି ନଟରାଜନ ଭଳି ଗୋଟିଏ ଭଲ ବୋଲରକୁ କେବଳ ନେଟରେ ବୋଲିଙ୍ଗ କରିବା ପାଇଁ ରଖା ଯାଇଛି ।

ଯାହାକି ଗୋଟିଏ ଅଦ୍ଭୁତ କଥା ଅଟେ । ସୁନୀଲ ଗାଭାସ୍କର ଟିମ ଇଣ୍ଡିଆର ମ୍ୟାନେମେଣ୍ଟକୁ ପ୍ରଶ୍ନ କରିଛନ୍ତି କି ଟି ନଟରାଜନ ଜଣେ ଚାମ୍ପିୟାନ ବୋଲର ଅଟନ୍ତି । ସେ ନିଜକୁ ଟି ଟ୍ୱେଣ୍ଟୀ ଫର୍ମାଟରେ ବି ପ୍ରମାଣିତ କରିସାରିଛନ୍ତି । ଅଷ୍ଟ୍ରେଲିୟା ବିରୁଦ୍ଧରେ ହୋଇଥିବା ଟି ଟି ଟ୍ୱେଣ୍ଟୀ ସିରିଜରେ ସେ ଭଲ ପ୍ରଦର୍ଶନ ବି କରିଥିଲେ । ଏହା ସତ୍ବେ ଟିମ ଇଣ୍ଡିଆ ତାକୁ ଟେସ୍ଟ ମ୍ୟାଚ ପ୍ରସ୍ତୁତି ପାଇଁ ଜଣେ ନେଟ ବୋଲର ହିସାବରେ କାହିଁକି ରଖିଛି । ଗାବସ୍କର କହିଛନ୍ତି କି ଟି ନଟରାଜନ ଆଇପିଏଲ ପ୍ଲେ ଅଫ ସମୟରେ ପିତା ହୋଇଥିଲେ ଓ ସେହି ସମୟରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଛୁଟି ଦିଆଯାଇ ନାହିଁ ଓ ତାଙ୍କୁ ଅଷ୍ଟ୍ରେଲିୟା ସିରିଜ ପର୍ଯ୍ୟନ୍ତ ଅଟକାଇ ଦିଆଯାଇଛି ।

ପୁଣି ସେ ଦଳରେ ନାହାନ୍ତି କେବଳ ନେଟରେ ହିଁ ବୋଲିଙ୍ଗ କରୁଛନ୍ତି । ସିରିଜ ଶେଷ ହେବା ପରେ ଜାନୁୟାରୀ ମାସରେ ନଟରାଜନ ଭାରତକୁ ଫେରିବେ । ଏମିତିରେ ସେ ନିଜ ଝିଅକୁ ଦେଖିବା ପାଇଁ ଆହୁରି ୧ ମାସ ତାଙ୍କୁ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଟିମର କ୍ୟାପଟେନ ବିରାଟ କୋହଲି ଯିଏକି ପ୍ରଥମ ଟେସ୍ଟ ମ୍ୟାଚ ପରେ ନିଜ ସନ୍ତାନକୁ ଦେଖିବା ପାଇଁ ଭରତକୁ ଫେରିଗଲେ ବୋଲି ଗାବସ୍କରକୁ ପ୍ରଶ୍ନ କରିଛନ୍ତି ।

ଏତିକି ନୁହେଁ ସୁନୀଲ ଗାବସ୍କର ଟି ନଟରାଜନ ଭଳି ଅଶ୍ଵିନୀଙ୍କୁ ନେଇ ବି ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୁନୀଲ କହିଲେ କି ତାଙ୍କର ବୋଲିଙ୍ଗ ଶୈଳୀ ପାଇଁ ନୁହେଁ ସେ ତାଙ୍କର ସରଳତା କାରଣରୁ ସେ ଅସୁବିଧାରେ ପଡିଛନ୍ତି । ଏହା ସହିତ ସେ କହିଲେ କି ଅଶ୍ଵିନୀ ମ୍ୟାଚରେ ୱିକେଟ ନ ହେଲେ ତାଙ୍କ ପରବର୍ତୀ ମ୍ଯାଚରୁ ବାହାର କରି ଦିଆଯାଉଛି ଯାହାକି ଭୁଲ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।