ଆପଣଙ୍କ ଜୀବନକୁ ବଦଳାଇ ଦେଇପାରେ ଗୌତମ ବୁଦ୍ଧଙ୍କ ଏହି ବାଣୀ, ମାନି ଚଳିଲେ ମିଳିଥାଏ ସଫଳତା

ଗୌତମ ବୁଦ୍ଧଙ୍କୁ ହିନ୍ଦୁ ଧର୍ମରେ ବିଷ୍ଣୁ ଙ୍କ ଅବତାର ବୋଲି କୁହାଯାଏ । ଗୌତମ ବୁଦ୍ଧ ନିଜର ସ୍ୱଶ୍ଚ ବାଣୀ ସତ୍ୟତା ନୀତି ପାଇଁ ଜନ ମାନସରେ ଅମର ହୋଇ ପାରିଛନ୍ତି । ଗୌତମ ବୁଦ୍ଧ ଙ୍କ ପୂର୍ବ ନାମ ସିଦ୍ଧାର୍ଥ ଥିଲା ପରେ ସେ ନିଜ ସାଂସାରିକ ଜୀବନ ନିଜ ପରିବାର ସ୍ତ୍ରୀ ଙ୍କୁ ତ୍ୟାଗ କରି ମହାତ୍ମା ବୁଦ୍ଧ ବନିଯାଇଥିଲେ । ଆମେ ସମସ୍ତେ ଗୌତମ ବୁଦ୍ଧଙ୍କ ବିଷୟରେ ଅଳ୍ପ ବହୁତେ ଜାଣୁ । ଅନେକ ହୁଏତ ତାଙ୍କ ଜୀବନ ବିଷୟରେ ଇତିହାସର ପୃଷ୍ଠାରେ ପଢିଥିବେ । ଆଜିର ଏହି ଆର୍ଟିକିଲ ରେ ଆମେ ସେହି ମହାତ୍ମା ବୁଦ୍ଧ ଙ୍କ କିଛି ଅମୃତ ବାଣୀ ବିଷୟରେ ଚର୍ଚ୍ଚା କରିବା ।

ବୁଦ୍ଧଙ୍କ ବାଣୀ ଆମକୁ ବହୁତ ଭଲ ଲାଗେ । କିନ୍ତୁ ଆମେ ନିଜ ଜୀବନରେ ଗୌତମ ବୁଦ୍ଧଙ୍କ କଥା ଅନୁସରଣ କରିବାକୁ କେତେ ଚେଷ୍ଟା କରୁ, ଆପଣ ନିଜକୁ ଏହି ପ୍ରଶ୍ନ ପଚାରିପାରିବେ । ଅହିଂସା ବିଷୟରେ ଗୌତମ ବୁଦ୍ଧଙ୍କ ବାର୍ତ୍ତା ଇତିହାସ ପୁସ୍ତକରେ ରହିଯାଇଛି । ଯଦି ଆପଣ ବୁଦ୍ଧଙ୍କ ଶବ୍ଦକୁ କାର୍ଯ୍ୟରେ ଲଗାଇ ପାରିବେ, ତେବେ ହୁଏତ ଜୀବନ ଅଲଗା ହେବ ।

ଚେଷ୍ଟା କରିବାରେ କ’ଣ କ୍ଷତି?ଆଜି ମଧ୍ୟ ବୁଧ ଙ୍କ ବାଣୀ ଅମର ବାଣି ଅଟେ ଏହାର ମୁଲ୍ୟ ଆଜି ମଧ୍ୟ ରହିଛି । ଜୀବନରେ ସଫଳତା ପାଇବାର ମାର୍ଗରେ ଆପଣ ମଧ୍ୟ ସଫଳ ହୋଇପାରିବେ ଯଦି ଆପଣ ଏହି ନିୟମ ଗୁଡିକୁ ଅନୁସରଣ କରନ୍ତି ।

 

ଅହିଂସା ହିଁ ପରମ ଧର୍ମ ଅଟେ । ହିଂସା କେବଳ କାମନା ର ବିଫଳତା ଅଟେ, କାମନା ହିଁ ଦୁଃଖ ର କାରଣ । କାମନା ର ବିନାଶ ରେ ହିଁ ଦୁଃଖ ର ବିନାଶ ଅଟେ । ଅନ୍ୟ ପ୍ରତି କେବେ ମଧ୍ୟ ଇର୍ଷାନିତ ହେବା ଉଚିତ ନୁହେଁ । କାରଣ ଇର୍ଷା ର ଅଗ୍ନି ଠାରୁ ତୀବ୍ର ଅନ୍ୟ କୌଣସି ଅଗ୍ନି ଏହି ସଂସାର ରେ ନାହିଁ ।

ନିଜ କୁ ସର୍ବଦା ଇର୍ଷା ରୁ ଦୁରେଇ ରଖି ଯେତିକି ଆବଶ୍ୟକ ସେତିକି ରେ ଖୁସି ରହିବା ଆବଶ୍ୟକ । ଯଦି କୌଣସି ସ୍ଥାନ ରେ ଆପଣଙ୍କୁ ନିନ୍ଦା ମିଳୁଛି ତେବେ ସେ ସ୍ଥାନ କୁ ସେ ପର୍ଯ୍ୟନ୍ତ ପରିତ୍ୟାଗ କରନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ସେହି ଲୋକ ମାନେ ଆପଣଙ୍କ ପ୍ରଶଂସା ନିଜ ମୁଖରୁ କରି ନାହାଁନ୍ତି ।

କାର୍ଯ୍ୟ ସିଦ୍ଧି ପୂର୍ବରୁ ଆପଣ ଅନେକ କଥା କୁହନ୍ତି, ଯଦି ଆପଣ ସେମାନଙ୍କ ଉପରେ କାର୍ଯ୍ୟ ନକରନ୍ତି ତେବେ ଆପଣଙ୍କ ଜୀବନ ମୂଲ୍ୟହୀନ ହୋଇଯିବ । ସମାଜ ରେ କିଛି କହିବା ପୂର୍ବରୁ ତାହାକୁ ନିଜେ ପାଳନ କରିବା ଉଚିତ । ଶ୍ରଦ୍ଧା ରେ ସ୍ନେହ ରେ ଯେଉଁ ଔଷଧ ରହିଛି ତାହା ଯେ କୌଣସି ହୃଦୟର ଗଭୀର କ୍ଷତକୁ ମଧ୍ୟ ଠିକ କରି ପାରିବ । ଆପଣ ନିଜେ, ସମଗ୍ର ବ୍ରହ୍ମାଣ୍ଡର ଯେକୌଣସି ବ୍ୟକ୍ତି, ତୁମର ପ୍ରେମ ଏବଂ ସ୍ନେହର ଯୋଗ୍ୟ ଅଟେ । କାରଣ ପରମାତ୍ମା ସଭିଙ୍କ ମଧ୍ୟରେ ଅଛନ୍ତି । ପ୍ରେମ ଦେଲେ ହିଁ ପ୍ରେମ ପ୍ରତିଫଳନ ହୋଇ ତୁମ ପାଖକୁ ଆସିବ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।