ଗରିବି କାରଣରୁ ଅଟକିଥିଲା ୧୦ମର ପାଠପଢା, ପୁଣି ଯାହା ଛାତ୍ରୀ ଜଣକ କରିଲା ତାହା ଥିଲା ବହୁତ ଭୟାନକ

ଉତ୍ତର ପ୍ରଦେଶର କାନପୁରର ବର୍ରାରେ ୧୦ମ ପାସ ଛାତ୍ରୀ ମହିମା ଶନିବାର ସକାଳେ ଘରେ ନିଜର ଓଢଣି ଦ୍ଵାରା ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଛି । ତାହାର ମା’ କହିଲେ କି ମହିମା ୧୦ ମ ପରେ ଆଗକୁ ପଢିବାକୁ ଚାହୁଁଥିଲା, କିନ୍ତୁ ଆର୍ଥିକ ସ୍ଥିତି ଠିକ ନ ଥିବା କାରଣରୁ ତାହାର ଶିକ୍ଷା ବନ୍ଦ କରି ଦିଆଯାଇଥିଲା । ଏହି କାରଣରୁ ସେ ଆତ୍ମହତ୍ୟା କରିଛି ।

ଫରେଂସିକ ଯାଞ୍ଚ ପରେ ଶବକୁ ପୋସ୍ଟମାର୍ଟମ ପାଇଁ ପଠାଇ ଦିଆଯାଇଛି । ସେକ୍ଟର ୮ର C ବ୍ଲକ ସ୍ଥିତ ଘରେ ଭଡାରେ ରହୁଥିବା ବସନ୍ତ ସକ୍ସେନା ଓ ତାଙ୍କର ପତ୍ନୀ ଆଶା ସକ୍ସେନା କାମକୁ ଯାଇଥିଲେ । ଘରେ ମଝିଆଁ ଝିଅ ମହିମା (୧୮) ଏକୁଟିଆ ଥିଲା । ପାଖପାଖି ୧୨ ଟା ସମୟରେ ଯେତେବେଳେ ଆଶା କାମରୁ ଫେରିଲା ତ ଘରର କବାଟ ଭିତରୁ ବନ୍ଦ ଥିଲା ।

ବାରମ୍ବାର ଡାକିବା ସତ୍ତ୍ୱେ ବି ଭିତରୁ କେହି ବି କବାଟ ଖୋଲିଲେ ନାହିଁ । ଏହା ପରେ ଆଶା ବାରମ୍ବାର କବାଟକୁ ଧକ୍କା ମାରିବାରୁ କବାଟ ଖୋଲିଗଲା । ଏହା ପରେ ଆଶା ଦେଖିଲା କି ମହିମା ନିଜର ଓଢଣି ଦ୍ଵାରା ନିଜକୁ ଫାସି ଲଗାଇ ସାରିଛି ।

ଅନ୍ୟ ପଟେ ଆତ୍ମହତ୍ୟାର ସୂଚନା ମିଳିବା ପରେ ପୋଲିସ ଓ ଫରେଂସିକ ଟିମ ସେହି ସ୍ଥାନରେ ପହଞ୍ଚିଲା । ଶବ ପାଖରୁ ମୋବାଇଲ, ଇୟରଫୋନ ଓ ବେଲ୍ଟ ବି ମିଳିଲା । ମୋବାଇଲରେ ଶେଷ କଲ ତାହାର ଭିଣେଇର ଥିଲା । ଅନ୍ୟ ପଟେ ଯାଞ୍ଚ ପରେ ଶବକୁ ପୋସ୍ଟମାର୍ଟମ ପାଇଁ ପଠାଯାଇଥିଲା ।