୧୮ କିମି ପର୍ଯ୍ୟନ୍ତ ଗର୍ଭବତୀ ମହିଳାକୁ କାନ୍ଧରେ ବୁହାଇ ଗାଁର ମହିଳାମାନେ ପହଞ୍ଚାଇଲେ ହସ୍ପିଟାଲ, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

ହିମାଚଳ ପ୍ରଦେଶର କୁଲୁ ରାଜ୍ୟକୁ ଦେଶ ସାରା ଲୋକ ଭ୍ରମଣ କରିବା ପାଇଁ ଆସନ୍ତି । ଏହି କୁଲୁ ରାଜ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏଠାରେ ଏକ ଗର୍ଭବତୀ ମହିଳାକୁ ଚିକିତ୍ସାର ଆବଶ୍ୟକତା ହୋଇଥିଲା, ଯାହାଫଳରେ ଗାଁର ମହିଳାମାନେ ଏହି ଗର୍ଭବତୀ ମହିଳା ଜଣକୁ କାନ୍ଧରେ କାନ୍ଧେଇ ୧୮ କିମି ପର୍ଯ୍ୟନ୍ତ ଚାଲିଥିଲେ । ଏହି ଗାଁର ଅବସ୍ଥା ବହୁତ ଖରାପ ଅଟେ । ଏଠାରେ ରାସ୍ତା ଖରାପ ଥିବା ସହିତ ହସ୍ପିଟାଲ ମଧ୍ୟ ନାହିଁ । ଏହି ଗାଁର ନାମ ହେଉଛି ଶାକ୍ଟି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।


ଗର୍ଭବତୀ ମହିଳାକୁ ଆବଶ୍ୟକ ହେଲା ଚିକିତ୍ସା

ଖବର ଅନୁସାରେ ଜଣା ପଡିଛି କି ଏହି ଘଟଣାଟି ରବିବାର ଦିନ ଘଟିଛି । ଏଠାରେ ସୁନିତା ନାମକ ଜଣେ ମହିଳା ରହୁଥିଲେ । ସେ ଗର୍ଭବତୀ ଥିବା ହେତୁ ତାଙ୍କର ଲେବର ପେନ ହେଉଥିଲା । ତାଙ୍କୁ ତତ୍କାଳ ଚିକିତ୍ସା ପାଇଁ ହସ୍ପିଟାଲ ଯିବାର ଆବଶ୍ୟକତା ଥିଲା । ହେଲେ ନିକଟରେ କୌଣସି ହସ୍ପିଟାଲ ନଥିଲା ।

ଅନ୍ୟ ଏକ ହସ୍ପିଟାଲ ତାଙ୍କ ଗାଁରୁ ୧୮ କିମି ଦୂରରେ ଥିଲା । ଗାଁର ରାସ୍ତା ଖରାପ ହେତୁ ଏହି ମହିଳା ଜଣକୁ ରାସ୍ତାରେ ନେଇ ଯିବା ବହୁତ କଷ୍ଟକର ଥିଲା । ଏହା ରେ ଗାଁର ମହିଳା ମାନେ ସେହି ଗର୍ଭବତୀ ମହିଳାକୁ ଏମିତି ଏକ ରାସ୍ତାରେ ହସ୍ପିଟାଲ ନେଇଥିଲେ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


ସେହି ସମୟରେ ପୀଡ଼ିତାଙ୍କ ପତି ଦେବେନ୍ଦ୍ର କୁମାର ଗାଁ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଗୁହାରି କରିଥିଲା । ଯାହାଫଳରେ ଗାଁର କେତେକ ମହିଳା ସାହାର୍ଯ୍ୟ ପାଇଁ ସାମ୍ନାକୁ ଆସିଥିଲେ । ମହିଳାମାନେ ସେହି ଗର୍ଭବତୀ ମହିଳାଙ୍କୁ ଏକ ଚେୟାର ରେ ବସାଇଦେଲେ ଓ ନିଜ କାନ୍ଧରେ ଚେୟାରକୁ ଧରି ପୀଡ଼ିତାଙ୍କୁ ହସ୍ପିଟାଲ ନେଇଯାଇଥିଲେ, ରାସ୍ତାରେ ବହୁତ ବରଫ ଜମା ହୋଇଥିଲା । ହେଲେ ଏହି ମହିଳାମାନେ ହାର ମାନି ନଥିଲେ । ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବା ପରେ ସେମାନେ ୧୮ କିମି ଦୂରରେ ଥିବା ଏକ ବଡ ହସ୍ପିଟାଲରେ ପହଞ୍ଚିଥିଲେ ।