ଦେହଜୀବୀ ଙ୍କ ପାଇଁ ଗରାଖ ହୋଇଗଲେ S.P, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସାରା ଦେଶରେ ସେକ୍ସ ରିୟାକେଟ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ଯେମିତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ସେକ୍ସ କାରୋବର କରି ଏବେ ଜେଲ ରେ ଦିନ କାଟୁଛନ୍ତି । ତେବେ ବର୍ତ୍ତମାନ ଏମିତି ଆଉ ଏକ ଖବର ସମାନା କୁ ଆସିଛି । ଯେଉଁଠି ସେକ୍ସ ରିୟାକେଟ ଚଲାଇଥିଲା ଆଉ ପୋଲିସ କିପରି ସେମାନଙ୍କୁ ଧରିଛି । ରାତି ଯେତିକି ଯେତିକି ବଢୁଥିଲା ଗେଷ୍ଟ ହାଉସ ରେ ସେତିକି ସେତିକି ତାତି ବି ବଢୁଥିଲା ।

ଆଉ ଏହି ଖବର ପହଞ୍ଚି ଥିଲା ଖୋଦ ବ୍ରହ୍ମପୁର ଏସପି ଙ୍କ ପାଖରେ । କେମିତି ଦେହଜୀବୀ ଙ୍କୁ ଧରାଯିବ ଏପରି ଅନୈତିକ କାର୍ଯ୍ୟ କୁ ବନ୍ଦ କରାଯିବ ସେ ନେଇ ମାଷ୍ଟର ପ୍ଳାନ କରିଥିଲେ ଏସପି । ଖୋଦ ନିଜେ ଗ୍ରାହକ ହୋଇ ଅଧ ରାତିରେ ପହଞ୍ଚି ଥିଲେ ଗେଷ୍ଟ ହାଉସ ରେ । ଆଉ ଏସପି ପହଞ୍ଚିବା ପରେ ଗେଷ୍ଟ ହାଉସ ରୁ ୪ ଜଣ ରାଣୀ ମହୁମାଛି ଙ୍କୁ ଉଧାର କରିବା ସହ ୧୦ ଗ୍ରାହକ ଙ୍କୁ ଥାନା କୁ ନେଇଥିଲା ପୋଲିସ ।

ରାତି ବଢିଲେ ଗେଷ୍ଟ ହାଉସ ରେ ଯମୁଥିଲା ରଙ୍ଗୀନ ଆସର । ସୁନ୍ଦରୀ ରୂପଜୀବୀ ଓ ରଙ୍ଗୀନ ନାଲି ନେଳି ଆଲୁଅରେ ନିଜକୁ ହଜାଇ ଦେଉଥିଲେ ଗ୍ରାହକ ମାନେ । ବ୍ରହ୍ମପୁର ସହର ର ଟାଟା ବେଣ୍ଟ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ରେ ଚାଲିଥିଲା ସେକ୍ସ ରିୟାକେଟ । ଏହି ଗେଷ୍ଟ ହାଉସ ର ତଳ ମହଲାରେ ବାଇକ ସୋ ରୁମ ଚାଲିଥିବା ବେଳେ ଉପର ମହଲାରେ ସେକ୍ସ ରିୟାକେଟ ବେପାର । ଆଉ ରାତି ହେଲେ ଏଠାରେ କଥା ସରିଲା ।

ରାତି ହେଲେ ଗେଷ୍ଟ ହାଉସ ଆଗରେ ଏମିତି ଜାମ ହେଉଥିଲା ଯେ ଯେମିତି ଯାତ୍ରା ହେଉଛି । କିନ୍ତୁ ପୂର୍ବ ରୁ କେବେ ପୋଲିସ ଏଠାରେ ରେଡ ମାରି ନ ଥିଲା । ଏହି ଗେଷ୍ଟ ହାଉସର ସେକ୍ସ ରିୟାକେଟ ସମ୍ପର୍କ ରେ ଏସପି ଶ୍ରବଣ ବିବେକ ସବୁ ଜାଣିଥିଲେ । ଯୋଜନା ଅନୁଯାୟୀ ଗତ ସୋମବାର ରାତି ପ୍ରାୟ ୧୧ଟା ରେ ଗ୍ରାହକ ଭାବେ ଗେଷ୍ଟ ହାଉସ ରେ ପହଞ୍ଚିଥିଲେ ଏସପି । ସେଠାରେ ଦେହ ବ୍ୟାପାର ହେବାର ଦେଖି ନୂଆ ଗାଁ ଓ ବୈଦ୍ୟନାଥ କୁ ଖବର ଦେଇଥିଲେ ।

ପୋଲିସ ଟିମ ଗେଷ୍ଟ ହାଉସ ରେ ଚଢାଉ କରି ୧୦ ଜଣ ଗ୍ରାହକ ଙ୍କୁ ଗିରଫ କରିବା ସହ ୪ ଜଣ ସୁନ୍ଦରୀ ଙ୍କୁ ଉଧାର କରିଥିଲା । ସେମାନଙ୍କୁ ପୋଲିସ ଅଟକି ରଖି ଥାନା ରେ ପଚରା ଉଚରା କରୁଛି । ତେବେ ଖୋଦ ଏସପି ଗ୍ରାହକ ହୋଇ ଦେହଜୀବୀ ମାନଙ୍କୁ ଧରିବା ପରେ ସ୍ଥାନୀୟ ଅଞ୍ଚଳ ରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏସପି ଙ୍କ ଏଭଳି କାର୍ଯ୍ୟ କଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।