କାହିଁକି ଭଗବାନ ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀ, ଏହା ଅଟେ ମୁଖ୍ୟ କାରଣ

ମନୁଷ୍ୟଙ୍କ ପାଇଁ ଗଛ ଲତା ବହୁତ ଉପଯୋଗୀ ଅଟନ୍ତି । ଏମାନଙ୍କ ମଧ୍ୟରୁ ଏକ ଖାସ ଗଛ ଅଟେ ତୁଳସୀ ଗଛ । ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମାନ୍ୟତା ରହିଛି । କେବଳ ପୌରାଣିକ ରୂପରେ ନୁହେଁ ବରଂ ଆୟୁର୍ବେଦିକ ରୂପରେ ମଧ୍ୟ ଏହାର ପତ୍ରର ବହୁତ ମହତ୍ଵ ରହିଛି । ତୁଳସୀ ପତ୍ରର ବ୍ୟବହାର ଦ୍ଵାରା ଶରୀରର ଅନେକ ରୋଗ ବି ଭଲ ହୋଇଯାଏ । ଏହା ଛଡା ଭଗବାନଙ୍କର ପ୍ରସାଦ ଓ ଚରଣାମୃତରେ ବି ତୁଳସୀ ପତ୍ରର ବ୍ୟବହାର କରାଯାଏ ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଭଗବାନ ଗଣେଶ ଏକମାତ୍ର ଦେବତା ଅଟନ୍ତି ଯାହାଙ୍କୁ ତୁଳସୀର ଭୋଗ ଲାଗେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କି ତୁଳସୀ ଭଗବାନ ଗଣେଶଙ୍କୁ କାହିଁକି ଅର୍ପଣ କରାଯାଇ ନ ଥାଏ ।

ଗଣେଶଙ୍କୁ କାହିଁକି ଚଢାଯାଇ ନ ଥାଏ ତୁଳସୀ

ଏହା ପଛରେ ଏକ ପୌରାଣିକ କଥା ଅଛି । ଜଣେ ରାଜା ଥିଲେ ଯାହାଙ୍କର ନାମ ଧର୍ମାତ୍ମଜ ଥିଲା । ତାଙ୍କର ଏକ କନ୍ୟା ଥିଲା ଯାହାଙ୍କର ନାମ ତୁଳସୀ ଥିଲା । ସେ ଯେତେବେଳେ କିଶୋର ଅବସ୍ଥାକୁ ଆସିଲେ ତେବେ ତାଙ୍କ ମଧ୍ୟରେ ବିବାହର ଇଚ୍ଛା ଉତ୍ପନ୍ନ ହେଲା । ଏହା ପରେ ସେ ବହୁତ ଜାଗା ବୁଲିଲେ, କିନ୍ତୁ ତାଙ୍କୁ ତାଙ୍କର ମନଇଚ୍ଛା ବର ମିଳିଲା ନାହିଁ ।

ଏହା ପରେ ଦିନେ ସେ ଭ୍ରମଣ କରିବା ସମୟରେ ଗଙ୍ଗା ତଟରେ ପହଞ୍ଚିଲେ ତ ଗଣେଶଙ୍କୁ ତପସ୍ୟା କରୁଥିବାର ପାଇଲେ ଓ ଭଗବାନ ଗଣେଶ ରତ୍ନ ସିଂହାସନ ଉପରେ ବିରାଜମାନ ଥିଲେ । ତାଙ୍କର ଅଙ୍ଗରେ ଚନ୍ଦନ ଲାଗି ଥିଲା ଓ ସେ ପୁରା ସୁନ୍ଦର ବେଶଭୂଷାରେ ବିରାଜମାନ ଥିଲେ । ତୁଳସୀ ତାଙ୍କୁ ଦେଖି ବିବାହ କରିବା ପାଇଁ ମନ ବଳାଇଲେ  ।

ଏହା ପରେ ସେ ଗଣେଶଙ୍କ ତପସ୍ୟାକୁ ଭଙ୍ଗ କରି ତାଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖିଲେ । କିନ୍ତୁ ଭଗବାନ ଗଣେଶ ନିଜର ତପସ୍ୟା ଭଙ୍ଗ ହେବା ଦ୍ଵାରା କ୍ରୋଧିତ ହୋଇଗଲେ ଓ କହିଲେ କି ସେ ବ୍ରହ୍ମଚାରୀ ଅଟନ୍ତି ଓ କେବେ ବି ବିବାହ କରିବେ ନାହିଁ । ଏହା ପରେ ତୁଳସୀ ଏହି କଥା ଉପରେ କ୍ରୋଧିତ ହୋଇ ଗଣେଶଙ୍କୁ ଅଭିଶାପ ଦେଲେ କି ଆପଣଙ୍କୁ ଦୁଇଟି ବିବାହ କରିବାକୁ ପଡିବ । ଏହା ପରେ ଭବିଷ୍ୟତରେ ଭଗବାନ ଗଣେଶଙ୍କର ପତ୍ନୀ ହେଲେ ରିଦ୍ଧୀ ସିଦ୍ଧୀ ।

ଭଗବାନ ଗଣେଶ ଦେଲେ ଅଭିଶାପ

ଏହା ପରେ ଗଣେଶ ଭଗବାନ ବି ତାଙ୍କୁ ଅଭିଶାପ ଦେଲେ କି ତୁମର ବିବାହ ଏକ ଅସୁର ଶଂଖଚୂର୍ଣ୍ଣ ଜଳନ୍ଧର ସହ ହେବ । ଏହା ଶୁଣି ତୁଳସୀ କାନ୍ଦିବାକୁ ଲାଗିଲେ ଓ ଗଣେଶଙ୍କୁ କ୍ଷମା ମାଗିଲେ । ଏହା ପରେ ଗଣେଶ କହିଲେ କି ସେ ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କର ପ୍ରିୟ ହେବେ ଓ କଳିଯୁଗରେ ଜୀବନ ଓ ମୋକ୍ଷ ଦେବାରେ କାମ କରିବେ । କିନ୍ତୁ ମୋ ପୂଜାରେ ତୁମର ଭୋଗ କେବେ ବି ଲାଗିବ ଆହିଁ । ଏହି କାରଣରୁ ଭଗବାନ ଗଣେଶଙ୍କ ପୂଜାରେ କେବେ ବି ତୁଲସୀ ଲାଗେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।