ବିସର୍ଜନ ସମୟରେ ଗଣେଶଙ୍କ ପ୍ରତିମାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ, ଜୀବନରେ ହେବ ବିଦ୍ୟା, ବୁଦ୍ଧି ଓ ଧନର ବର୍ଷା

ଭଗବାନ ଗଣେଶଙ୍କ ବିସର୍ଜନ ଅନନ୍ତ ଚତୁର୍ଦ୍ଦଶୀ ଦିନ କରାଯାଏ । ଅନନ୍ତ ଚତୁର୍ଦ୍ଦଶୀ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ଏହି ଦିନ ଭଗବାନ ଅନନ୍ତଙ୍କୁ ପୂଜା କରାଯାଏ । ଏହି ବ୍ରତ ପାଳନର ସଂକଳ୍ପ ନେଇ ଅନନ୍ତ ସୂତ୍ର ବନ୍ଧାଯାଏ । ଏହାକୁ ଧାରଣ କରିବା ଦ୍ଵାରା ସମସ୍ତ ସଙ୍କଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ବ୍ରତ କଲେ ଅନେକ ଲାଭ ମିଳିଥାଏ । ଏହି ବ୍ରତ କରିଲେ ଦାରିଦ୍ର୍ୟତା ଦୂର ହୁଏ, ଦୁର୍ଘଟଣା ଓ ସ୍ଵାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ବିଶେଷ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଗ୍ରହଦୋଷ ମଧ୍ୟ ଦୂର ହୋଇଥାଏ । ଅନନ୍ତ ସୂତ୍ର ବାନ୍ଧିବା ଦ୍ଵାରା ଏହା ରକ୍ଷାକବଚ ଭଳି କାମ କରେ ।

 

ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶ ବିସର୍ଜ୍ଜନର କାରଣ କଣ?

ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥି ରୁ ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଏ । ତେଣୁ ଗଣେଶ ପ୍ରତିମାକୁ ଗଣେଶ ଚତୁର୍ଥୀ ଦିନ ସ୍ଥାପନା କରାଯାଏ ଓ ଚତୁର୍ଦ୍ଦଶୀ ଦିନ ବିସର୍ଜନ କରାଯାଏ । ଏହି ଦିନଟିକୁ ମଧ୍ୟ ଗଣେଶ ନବରାତ୍ରି ମଧ୍ୟ କୁହାଯାଏ । ଏପରି ମାନ୍ୟତା ରହିଛି କି ଗଣେଶ ପ୍ରତିମାକୁ ବିସର୍ଜନ କରିବା ପରେ ଭଗବାନ ଗଣେଶ ପୁନଃ କୈଳାସ ପର୍ବତରେ ବିରାଜମାନ କରନ୍ତି ।

ଗଣେଶ ସ୍ଥାପନା ଠାରୁ ବିସର୍ଜନର ମହତ୍ତ୍ଵ ଅଧିକ ରହିଥାଏ । ଏହି ଦିନ କିଛି ଖାସ ଉପାୟ କଲେ ଆପଣଙ୍କ ଜୀବନରେ ବିଦ୍ୟା ଧନ ଯଶ ମାନ ଆଦି ସବୁ ବୃଦ୍ଧି ହୋଇଥାଏ । କଠିନରୁ ଅତି କଠିନ ସମସ୍ଯା ଦୂର ହୋଇଥାଏ ।

ଗଣେଶ ପ୍ରତିମା ବିସର୍ଜନ ବେଳେ କରନ୍ତୁ ଏହି ଉପାୟ

 

ଯଦି ଆପଣଙ୍କର ସ୍ଥାପିତ ଗଣେଶ ପ୍ରତିମାକୁ ବିଧି ବିଧାନରେ ପୂଜା କରୁଛନ୍ତି, ତେବେ ବିସର୍ଜନ ପୂର୍ବରୁ ପୂଜାରେ ନଡିଆ ସହ ଲାଜକୁଳୀ ପତ୍ର, ଦୁବ ଅବଶ୍ୟ ଅର୍ପଣ କରନ୍ତୁ । କାହିଁକି ନା ଭଗବାନ ଗଣେଶଙ୍କୁ ଦୁବ ଅତ୍ୟନ୍ତ ପ୍ରିୟ । ଏହା ପରେ ପ୍ରଥମେ ଭଗବାନ ଗଣେଶଙ୍କୁ ବିଧି ଅନୁଯାୟୀ ଆଳତୀ କରନ୍ତୁ ତା ପରେ ବିସର୍ଜନ ପାଇଁ ନିଅନ୍ତୁ । ବିସର୍ଜନ ସମୟରେ ତାଙ୍କର କାଣୀ ଆଙ୍ଗୁଳି ଯଦି ଆପଣ ଆଣି ପାରିବେ ଆପଣଙ୍କର ସବୁ ସମସ୍ୟା ଦୂର ହେବ ।

ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ଆପଣଙ୍କୁ ବିଦ୍ୟା ବୁଦ୍ଧି ଆଦି ମିଳିବ । ଯଦି ଆପଣ ଧନପ୍ରାପ୍ତି କରିବାକୁ ଚାହୁଞ୍ଚନ୍ତି ତେବେ ତାହାକୁ ଆପଣ ନିଜର ଧନ ରଖୁଥିବା ସ୍ଥାନରେ ଆଣି ରଖନ୍ତୁ । ଦେଖିବେ ଏହି ଗୋଟିଏ ଜିନିଷ ଯଦି ଆପଣ ବିସର୍ଜନ ସମୟରେ ଆଣୁଛନ୍ତି ଭଗବାନ ଗଣେଶ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେବେ । ଯଦି ଆପଣ ବିଦ୍ୟାର୍ଥୀ ହୋଇଥିବେ ତେବେ ଆପଣ ଗଣେଶ ପ୍ରତିମାଙ୍କ କାଣୀ ଆଙ୍ଗୁଳି ଆଣି ପଢା ସ୍ଥାନରେ ରଖନ୍ତୁ ଦେଖିବେ ଆପଣଙ୍କର ପାଠ ପଢାରେ ଆପେ ଆପେ ଉନ୍ନତି ଆସିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।