ଗାଜିୟାବାଦର ନଳାରେ ଅଚାନକ ବହିବାକୁ ଲାଗିଥିଲା ୫୦୦ ଓ ୧୦୦୦ ଟଙ୍କାର ପୁରୁଣା ନୋଟ, ନୋଟକୁ ଲୁଟିବା ପାଇଁ ଲାଗିଗଲା ଭିଡ, ଆଉ ତା ପରେ…

କହିବାକୁ ଗଲେ ୮ ନଭେମ୍ବର ୨୦୧୬ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶରେ ୧୦୦୦ ଓ ୫୦୦ ଟଙ୍କାର ନୋଟକୁ ବନ୍ଦ କରିବା ପାଇଁ ନିଷ୍ପତି ନେଲେ । ଏହା ପର ଠାରୁ ହିଁ ଦେଶରେ ହଙ୍ଗାମା ଆରମ୍ଭ ହୋଇଗଲା । ଲୋକମାନେ ନୋଟ ବଦଳାଇବା ପାଇଁ ବ୍ୟାଙ୍କରେ ବହୁତ ସମୟ ପର୍ଯ୍ୟନ୍ତ ଲାଇନରେ ଲାଗି ରହିଥିଲେ । କିନ୍ତୁ କିଛି ହିଁ ମାସରେ ଏହି ସମସ୍ୟାର ସମାଧାନ ହୋଇଗଲା ଓ ସ୍ଥିତି ସାମାନ୍ୟ ହୋଇଗଲା । ଏହା ପରେ ଭାରତରେ କେଉଁଠି ବି ୫୦୦ ଓ ୧୦୦୦ ନୋଟ ଦେଖିବାକୁ ମିଳିଲା ନାହିଁ ।

କିନ୍ତୁ ଉତ୍ତର ପ୍ରଦେଶର ଗାଜିୟାବାଦରୁ ୫୦୦ ଓ ୧୦୦୦ ରୁ ପୁରୁଣା ନୋଟ ମିଳିବାର ଖବର ବର୍ତ୍ତମାନ ଆସୁଛି । ଖବର ଅନୁସାରେ ଉତ୍ତର ପ୍ରଦେଶର ରାଜ୍ୟ ଗାଜିୟାବାଦ ଜିଲ୍ଲାର ସିହାନୀ ଗେଟ ଅଞ୍ଚଳ ପାଖରୁ ଯେତେବେଳ ଲୋକମାନେ ଏକାଠି ହେଲେ ତେବେ ସେମାନେ ଦେଖିଲେ କି ୫୦୦ ଓ ୧୦୦୦ ଟଙ୍କା ନୋଟ ଭାରି ମାତ୍ରରେ ନଳାରେ ପ୍ରବାହିତ ହେଉଛି ।

କିଛି ମିନିଟ ମଧ୍ୟରେ ଏହି ଖବର ପୁରା ଗ୍ରାମରେ ବ୍ୟାପି ଗଲା ଓ ପୁରା ଗ୍ରାମ ଏହାକୁ ଦେଖିବା ପାଇଁ ସେହି ଜାଗାରେ ଏକାଠି ହୋଇଗଲେ ଓ ଏହା ପରେ କିଛି ଲୋକମାନେ ତ ନଳାରେ ଡେଇଁ ପଡି ନୋଟକୁ ଏକାଠି କରିବାକୁ ଲାଗିଲେ ।

ସ୍ଥାନୀୟ ନିବାସୀ ଏହାର ସୂଚନା ପାଖରେ ଥିବା ଥାନାରେ କରିଲେ । ବର୍ତ୍ତମାନ ପୁଲିସ ଏହି ମାମଲାର ଯାଞ୍ଚ କରୁଛି କି ଅଚାନକ ଏତେ ନୋଟ ନଳାରେ କେଉଁଠି ଆସିଲା । ଏହିଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ ଓ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ମାମଲା ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।