ଗାଈ ପାଇଁ ପାଗଳ ଏହି ବ୍ୟକ୍ତି, ଗୋ ମୁତ୍ର ଓ ଗୋବରର କରିଥାଏ ସେବନ, ଜାଣନ୍ତୁ ପୁରା ଦିନର କାମ

ଗାଈକୁ ଆମ ଦେଶରେ ଭଗବାନଙ୍କର ସ୍ଥାନ ଦିଆ ଯାଇଛି । ଶାସ୍ତ୍ରରେ ବି ଗାଈ ପାଳନକୁ ଶୁଭ ବୋଲି କୁହାଯାଇଛି । ଗାଈଙ୍କ ଦ୍ଵାରା ଉତ୍ପାଦ କ୍ଷୀର, ଘିଅ ସହିତ ତାହାର ମଳ ମୁତ୍ର ଓ ଗୋବର ବି ବହୁତ ଲାଭଦାୟକ ହୋଇଥାଏ । ସେଥିପାଇଁ ଦେଶର ପ୍ରାୟତଃ ଲୋକ ଘରେ ଗାଈ ପାଳିଥାନ୍ତି । କିନ୍ତୁ ଗୁଜୁରାଟରେ ରହୁଥିବା ଏକ ବ୍ୟକ୍ତି ଏମିତି ବି ଅଛି ଯିଏକି ଗାଈମାନଙ୍କ ପାଇଁ ପୂରାପୂରି ପାଗଳ ଅଟେ ।

୪୪ ବର୍ଷୀୟ ବିଜୟ ପରସାନାଙ୍କର ଦିନର ଆରମ୍ଭ ଗାଈର ମୁତ୍ର ଓ ଗୋବରକୁ ସେବନ କରି ହୋଇଥାଏ । ବିଜୟ ପରସାନାଙ୍କ ଅନୁସାରେ ଏହା ଗାଈ ପାଇଁ ତାଙ୍କର ଭକ୍ତି ଅଟେ ।

ବିଜୟ ପରସାନା ନିଜ ଗାଈଙ୍କୁ ନିଜର ଝିଅ ଭଳି ପାଳିଥାନ୍ତି ଓ ତାଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ଗୋ ମୁତ୍ର ପିଇବା ଉପରେ ବିଜୟଙ୍କର କହିବା ଅଟେ କି, ”ଗୋ ମୁତ୍ରରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ଏହାର ସେବନ ଦ୍ଵାରା ଶରୀରରେ ଥିବା ଅଶୁଦ୍ଧଗୁଡିକ ଦୂର ହୋଇଯାଏ । ଯଦି ଆପଣ ସବୁଦିନ ଏକ କପ ଗୋ ମୁତ୍ର ପିଇବେ ତେବେ ଆପଣଙ୍କୁ କେବେ ବି କୌଣସି ପ୍ରକାରର ରୋଗ ହେବ ନାହିଁ ଓ ଆପଣ ସବୁବେଳେ ସୁସ୍ଥ ରହିବେ ।“

ଗୋଟିଏ ସମୟରେ ବିଜୟଙ୍କର ପତ୍ନୀ ଗୀତା ପରସାନା ଓ ତାଙ୍କର ସମ୍ପର୍କୀୟମାନେ ବିଜୟଙ୍କର ଏହି ପାଗଳାମି ପାଇଁ ଚିନ୍ତିତ ଥିଲେ । କିନ୍ତୁ ସମୟ ସହିତ ତାଙ୍କୁ ବି ଏହାର ଅଭ୍ୟାସ ପଡିଗଲା । ବର୍ତ୍ତମାନ ସେମାନେ ବି ଗାଈଙ୍କ ପ୍ରତି ବିଜୟଙ୍କର ଏହି ଭଲ ପାଇବାକୁ ବୁଝି ଯାଇଛନ୍ତି । କହିଦେଉଛୁ କି ବିଜୟଙ୍କୁ ପ୍ରଥମେ ଜୁଆ ଖେଳିବାର ଅଭ୍ୟାସ ଥିଲା । କିନ୍ତୁ ପରେ ଗାଈଙ୍କ ପ୍ରତି ତାଙ୍କର ଭଲ ପାଇବା ଦ୍ଵାରା ତାଙ୍କର ଏହି ଅଭ୍ୟାସ ବି ଛାଡିଗଲା ।

ବିଜୟ ନିଜର ପରିବାର, କାମ ଓ ଗାଈଙ୍କୁ ବରାବର ସମୟ ଦେଇଥାନ୍ତି । ସେ ସବୁଦିନ ଅଫସିରୁ ୫ ଟା ସମୟରେ ଆସିବା ପରେ କିଛି ସମୟ ପରିବାର ସହିତ ବିତାଇ ଥାନ୍ତି । ଏହା ପରେ କିଛି ସମୟ ସେ ଗାଈମାନଙ୍କ ସହିତ ସମୟ ବିତାଇ ଥାନ୍ତି ଓ ପରେ ଟିଭି ଦେଖିଥାନ୍ତି । ଏହା ପରେ ବିଜୟ ସରସ୍ୱତୀ ନାମକ ଏକ ଗାଈ ସହିତ ଶୋଇ ଯାଆନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।