ଘରେ ବସି Voter IDରେ ସହଜରେ ବଦଳାଇ ପାରିବେ ନିଜର ନାମ, ଠିକଣା, ଫଟୋ, କେବଳ ଫଲୋ କରନ୍ତୁ ଏହି ତରିକା

ଲୋକସଭା ଇଲେକ୍ସନର ତାରିଖ ଜଲ୍ଦି ହିଁ ଘୋଷଣା ହେବାର ଅଛି । ବର୍ତ୍ତମାନ ସବୁଠୁ ଜରୁରୀ ଜିନିଷ ଏହା ଅଟେ କି ଯେଉଁ ଲୋକମାନଙ୍କ ପାଖରେ ଭୋଟର ଆଇଡ଼ି କାର୍ଡ ମାନେ ମତଦାତା ପରିଚୟ ପତ୍ର ନାହିଁ ସେମାନେ ଏହାକୁ କରି ନିଅନ୍ତୁ । ଅନ୍ୟ ପଟେ ଯେଉଁ ଲୋକମାନଙ୍କ ପାଖରେ ଭୋଟର ଆଇଡ଼ି ଅଛି କିନ୍ତୁ ତାଙ୍କର ଫଟୋ, ନାମ କିମ୍ବା ଠିକଣା ଇତ୍ୟାଦିରେ ଯଦି କେଉଁଥିରେ ଭୁଲ ଅଛି ତେବ ସେମାନେ ସେଗୁଡିକ ଠିକ କରି ନିଅନ୍ତୁ ।

ଭାରତୀୟ ଇଲେକ୍ସନ ଆୟୋଗ ମତଦାତା ପରିଚୟ ପତ୍ର ସହ ଜଡିତ କେତେକ ସେବାକୁ ଅନ୍ଲାଇନ କରି ଦେଇଛନ୍ତି । ଯାହା ଦ୍ଵାରା ଆପଣ ଘରେ ବସି ନିଜର ଭୋଟର ଆଇଡ଼ିକୁ ଠିକ କରି ପାରିବେ ।

ମତଦାତା ପରିଚୟ ପତ୍ର ଉପରେ ନିଜର ସୂଚନାକୁ ସଠିକ କରିବାର ପ୍ରକ୍ରିୟା –

ମତଦାତା ପରିଚୟ ପତ୍ରରେ ନିଜର ଠିକଣା କିପରି ବଦଳାଇବେ

ଯଦି ଆପଣଙ୍କର ମତଦାତା ପରିଚୟ ପତ୍ରରେ ଆପଣଙ୍କର ଘରର ଠିକଣା ବଦଳାଇବାର ଅଛି ତେବେ ଆପଣଙ୍କୁ www.nvsp.in ୱେବସାଇଟରେ ଯାଇ ନିଜର ଠିକଣାକୁ ବଦଲାଇ ପାରିବେ । ଆପଣ ଏହି ୱେବସାଇଟକୁ ଯାଇ ସେଠି ଲେଖା ହୋଇଥିବା Correction of entries in electoral roll ମାନେ ଫ୍ରମ ୮ରେ କ୍ଲିକ କରିବାର ଅଛି । ଏହ ପରେ ଆପଣ ସେହି ଫର୍ମକୁ ପୂରଣ କରନ୍ତୁ ।

ଏହି ଫର୍ମକୁ ପୂରଣ କରିବା ସମୟରେ ଆପଣ ନିଜର ନୂଆ ଠିକଣାର ପ୍ରମାଣ ରୂପରେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ, ବ୍ୟାଙ୍କର ପାସବୂକ କିମ୍ବା ଆଧାର କାର୍ଡ ଭଳି କୌଣସି ବି ଆଧିକାରିକ କାଗଜପତ୍ର ଅପଲୋଡ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ସବମିଟ ବଟନକୁ କ୍ଲିକ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଏକ ରେଫରେଂସ ନଂବର ନମ୍ବର ଦିଆଯିବ ।

ଆପଣ ଏହି ରେଫରେଂସ ନମ୍ବର ଦ୍ଵାରା ନିଜର ଆବେଦନକୁ ଟ୍ରାକ କରି ପାରିବେ । ଆପଣ ଯେଉଁ ଠିକଣା ଦେଇଥିବେ ସେହି ଠିକଣା ଉପରେ କୌଣସି ବି ସରକାରୀ କର୍ମଚାରୀ ଭେରିଫିକେଶନ ପାଇଁ ଯିବେ, ଏହା ପରେ ଆପଣଙ୍କୁ ଆପଣଙ୍କର ଭୋଟର ଆଇଡ଼ି କାର୍ଡ ମିଳିଯିବ ।

ମତଦାତା ପରିଚୟ ପତ୍ରରେ ନିଜର ଫଟୋ କିପରି ବଦଳାଇବେ

ଏହି ୱେବସାଇଟକୁ ଯାଇ ଆପଣ ୮ ନମ୍ବର ଫର୍ମକୁ ପୂରଣ କରିବା ପରେ ଆପଣ ଏକ “ମେରା ଫଟୋ”ର ଅପସନ ମିଳବ ଏବଂ ଏହା ଉପରେ କ୍ଲିକ କରି ନିଜର କିଛି ସୂଚନା ଦେବା ପରେ ଆପଣ ନିଜର ଫଟୋକୁ ଅପଲୋଡ କରିବାକୁ ହେବ । ଏହିସବୁ ସୂଚନା ଦେବା ପରେ ଆପଣଙ୍କୁ ଏକ କନ୍ଫର୍ମେଶନ ମୈସେଜ ଆସିବ ଏବଂ ଗୋଟିଏ ମାସ ଭିତରେ ଆପଣଙ୍କର ସବୁ ସୂଚନା ଅପଡେଟ ହୋଇଯିବ । ଏହିପରି ଆପଣ ନିଜ ବୟସ, ଜନ୍ମ ତାରିଖ ଇତ୍ୟାଦି ଏହି ଫର୍ମର ବ୍ୟବହାର କରି ଚେଞ୍ଜ କରିପାରିବେ ।

ଏହିଭଳି ଭାବରେ ଆପଣ ନିଜର ଭୋଟର ଆଇଡ଼ିକୁ ଘରେ ବସି ସଠିକ କରି ପାରିବେ । ସମସ୍ତଙ୍କୁ ଏହି ପୋଷ୍ଟଟି ନିଶ୍ଚୟ ସାହାଯ୍ୟ କରିବା, ସେଥିପାଇଁ ଏହି ଲେଖାଟିକୁ ଶେୟର କରିବାକୁ ଅନୁରୋଧ । ଆଗକୁ ଏମିତି ଦରକାରୀ ପୋଷ୍ଟ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।