ଗଛ ଉପରେ ଅଚାନକ ଦେଖିବାକୁ ମିଳିଲା ସାଈ ବାବଙ୍କର ଆକୃତି, ଦର୍ଶନ ପାଇଁ ଲାଗିଲା ଭିଡ, ଭିଡିଓ ହେଲା ଭାଇରାଲ, ଜାଣନ୍ତୁ ପୁରା ଘଟଣା

ଭାରତ ଏକ ଏମିତି ଦେଶ ଅଟେ ଯେଉଁଠି ଲୋକମାନଙ୍କର ଭାବନା ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଖାସକରି ଯେତେବେଳେ ଧର୍ମର କଥା ଆସିଥାଏ ତେବ ତାଙ୍କର ଆସ୍ଥା ବହୁତ ପ୍ରବଳ ହୋଇଯାଏ । ଏମିତିରେ ଦେଶର କେତେକ ଜାଗାରେ ଧର୍ମ କିମ୍ବା ଭଗବାନଙ୍କ ସହ ଜଡିତ ବହୁତ ଚମତ୍କାରର ଖବର ଭାଇରାଲ ହୋଇଥାଏ । ଏମିତିରେ ବର୍ତ୍ତମାନ ଇଣ୍ଟର୍ନେଟରେ ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ ଗଛରେ ଜଣେ ସାଈ ବାବାଙ୍କର ଆକୃତି ଦେଖା ଯାଉଛି ଓ ଏହାକୁ ଦେଖିବାକୁ ପାଇଁ ଲୋକମାନଙ୍କର ଭିଡ ବି ଜମି ଯାଇଛି ।

ଏହି ପୁରା ମାମଲାଟି ଜରିୟାନାର ଅମ୍ବାଲା ସହରର ରେଲୱେ କଲୋନୀର ୱାର୍ଡ ୮ର କୁହାଯାଉଛି । ଏହି ଅଞ୍ଚଳରେ ଏକ ବହୁତ ପୁରୁଣା ‘ଜଙ୍ଗଲ ଜଲେବୀ’ର ଗଛ ଅଛି । ଏହି ଗଛରେ ସାଈ ବାବାଙ୍କର ଚେହେରାର ଏକ ଆକୃତି ଦେଖାଯାଉଛି । ଏହାକୁ ପ୍ରଥମେ ସେଠି ଖେଳୁଥିବା ପିଲାମାନେ ଦେଖିଲେ । ଏହା ପରେ ଏହି ଖବରଟି ଚାରିଆଡେ ବ୍ୟାପିଗଲା ।

ଏହା ପରେ ଏହି ଗଛର ଥିବା ସାଈ ବାବଙ୍କର ଦର୍ଶନ ପାଇଁ ଲୋକମାନଙ୍କର ଭିଡ ଲାଗି ଯାଇଛି । ଲୋକମାନେ ସେଠି ଭଜନ କୀର୍ତ୍ତନ ବି କରିବାକୁ ଆରମ୍ଭ କରି ଦେଇଛନ୍ତି । ସମସ୍ତେ ଏହାକୁ ସାଈ ବାବାଙ୍କର ଚମତ୍କାର ବୋଲି କହି ତାଙ୍କର ପୂଜା ଅର୍ଚନା ବିକରୁଛନ୍ତି ।

ଏହି ମାମଲା ଲୋକମାନଙ୍କର ଆସ୍ଥା ସହିତ ଜଡିତ ଥିବା ଲୋକମାନେ ସାଈ ବାବଙ୍କର ଆଖ ପାଖ ଜାଗାକୁ ଘେରି ଦେଇଛନ୍ତି । ଏହା ଛଡା ରେଲୱେ ପ୍ରଶାସନ ଆରପୀଏଫ କର୍ମଚାରିମାନଙ୍କର ସେଠି ଡ୍ଯୂଟୀ ବି ଲଗାଇ ଦେଇଛନ୍ତି ।

କଣ ଅଟେ ଏହି ଚାମତ୍କାରର ସତ୍ୟତା ?

ସେଠିକାର ଏକ ବ୍ୟକ୍ତି ରାମଦିନ କହିଲେ କି ଏହି ଗଛ ପାଖରେ ସବୁଦିନ ଏକ ବ୍ୟକ୍ତି ଆସୁଥିଲା ଓ ସେ ଏହି ଗଛର ଏକ ଅଂସରେ କିଛି କରୁଥିଲା । ଏମିତିରେ ବୋଧେ ସେହି ବ୍ୟକ୍ତି ଜଣକ ଏହି ସାଈ ବାବଙ୍କର ଆକୃତିକୁ କରିଥିବ ।

ଅନ୍ୟ ପଟେ ଅମ୍ବାଲାର ଡୀଆରଏମ ଦିନେଶ ଚଂଦ୍ର ଶର୍ମାଙ୍କର କହିବା ଅଟେ କି ୨୧ ଶତାବ୍ଦୀରେ ଏହିଭଳି କିଛି ହେବା ସମ୍ଭବ ଅଟେ । ଏହି ଗଛ ପାଖରେ ଗତ କିଛି ଦିନ ହେବ କାମ ଚାଲୁଥିଲା, ସେମାନଙ୍କୁ ସେତେବେଳେ କିଛି ଦେଖାଯାଇ ନ ଥିଲା । ଯଦି ଦରକାର ପଡିବ ତେବେ ଆମେ ପୁରାତତ୍ୱ ବିଭାଗ ଦ୍ଵାରା ଏହାକୁ ଯାଞ୍ଚ କରାଇବୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।