ଗ୍ରାମର ଲୋକମାନେ କହୁଥିଲେ ଡାହାଣୀ, କିନ୍ତୁ ଏହା ସତ୍ଵେ ବି ଏହି ବ୍ୟକ୍ତି ଜଣକ ବାହା ହେଇଗଲେ ସେହି ଝିଅକୁ, ଆଉ ତା ପରେ…

କୁହନ୍ତି କି କଳିଯୁଗରେ ସମସ୍ତେ ନିଜ ବିଷୟରେ ଏବଂ ନିଜ ପାଇଁ ହିଁ ଚିନ୍ତା କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଠାରୁ ଅନ୍ୟ ଲୋକମାନଙ୍କ ବିଷୟରେ ଚିନ୍ତା କରିଥାନ୍ତି । ଏବଂ ତାଙ୍କର ଖୁସି ପ୍ରତି ଧ୍ୟାନ ରଖନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣ ବି ମଣିଷତ୍ଵ ଉପରେ ବିଶ୍ଵାସ କରିବେ ।

ଏହି କାହାଣୀ ଆଫଗାନିସ୍ତାନର ଜଲାଲାବାଦ ଗ୍ରାମର ଅଟେ । ସେହି ଗ୍ରାମର ରହୁଥିବା ବ୍ୟକ୍ତି ସଲମାନ ପୁରା ୯ ବର୍ଷ ପରେ ସହରରୁ ନିଜ ଗାଁକୁ ଫେରୁଥିଲା । ଯେମିତି ହିଁ ସଲମାନ ଗାଁ ପାଖ ବସ ଷ୍ଟାଣ୍ଡରେ ଓଲହାଇଲେ ଏବଂ ଦେଖିଲେ କି ପାଖରେ କୌଣସି ଗାଡି ଗାଁକୁ ଯିବା ପାଇଁ ନଥିଲା । ସେଥିପାଇଁ ସେ ନିଜର ଜିନିଷପତ୍ରକୁ କାନ୍ଧରେ ପକାଇ ନିଜ ଗ୍ରାମ ଆଡକୁ ବହୁତ ଖୁସିରେ ଚାଲିଲା ।

ଏବଂ ନିଜ ପରିବାର ସହିତ ଦେଖା କରିବା ପାଇଁ ତାହା ମନରେ ଉତ୍କଣ୍ଠା ଥିଲା । ଏହା ସହିତ ଏହି ଝିଅର ଫଟୋ ଯାହାକୁ ସେ ପ୍ରେମ କରୁଥିଲେ କିନ୍ତୁ ତାକୁ କେବେ ବି କିଛି କହି ନଥିଲେ ।

ସେହି ଯୁବତୀର ନାମ ଥିଲା ଅଫସାନା, ନା ହିଁ ସଲମାନ କେବେ ତାଙ୍କ ସହିତ କଥା ହୋଇଛନ୍ତି, ନା ହିଁ ସେହି ଯୁବତୀ ବି କେବେ ତାଙ୍କ ସହିତ କଥା ହୋଇଛନ୍ତି । ଜଣା ନାହିଁ ତାହାର ବାହାଘର ହୋଇଯାଇଛି ନା ନାହିଁ । ଏବଂ ସଲମାନଙ୍କ ଆଖି ସାମନାରେ ସେହି ଝିଅର ଚେହେରା ବୁଲୁଥିଲା । ଏହା ପରେ ସଲମାନ ଗ୍ରାମର ଭିତରକୁ ଆସିଲା ତେବେ ସେ ଦେଖିଲା କି ଓସ୍ଥ ଗଛ ତଳେ ଜଣେ ଧଳା ରଙ୍ଗର ଶାଢୀ ପିନ୍ଧି ଏକ ଯୁବତୀ ବସିଛି । ଏବଂ ସେ ସେହି ଯୁବତୀ ଥିଲା ଯାହାକୁ ସଲମାନ ଭଲ ପାଉଥିଲେ ।

ସଲମାନ ଅଫସାନା ପାଖକୁ ଯାଇ ତାଙ୍କ ସହିତ କଥାବାର୍ତ୍ତା ହେବାକୁ ଲାଗିଲା । ଠିକ ସେହି ସମୟରେ ସଲମାନଙ୍କର ମା ସଲମାନ ପାଖକୁ ଆସି ତାଙ୍କୁ କହିଲେ କି – ପୁଅ ତୁ ଏହି ଡାହାଣୀ ପାଖରେ କଣ କରୁଛୁ ?

ଏବଂ କହିଲେ କି ଏହି ଡାହାଣୀ ନିଜର ସ୍ଵାମୀକୁ ଖାଇ ଯାଇଛି । ସଲମାନ ଏହି ସବୁ କଥା ଉପରେ ବିଶ୍ଵାସ କରିଲେ ନାହିଁ । କହିବାକୁ ଗଲେ ଅଫସାନାଙ୍କର ସ୍ଵାମୀ ଆର୍ମୀରେ ଥିଲେ ଏବଂ ସେ ସହିଦ ହୋଇ ଯାଇଥିଲେ । ଏହା ପରେ ସଲମାନ ପୁଣି ଥରେ ସନ୍ଧ୍ୟା ସମୟରେ ଅଫସାନାଙ୍କ ପାଖକୁ ଆସିଲେ । ସଲମାନ କହିଲେ କି ତୁ ନିଜର ଅବସ୍ଥା ଏହିଭଳି କାହିଁକି କରିଛୁ । ଏବଂ ଏହି ଗ୍ରାମବାସୀଙ୍କର କଥା କାହିଁକି ଶୁଣୁଛୁ । ଅଫସାନା କାନ୍ଦି କାନ୍ଦି କହିଲେ କି ଏହା ସବୁ ମୋ ଭାଗ୍ୟର ଖେଳ ଅଟେ, ଯଦି ସେ ସହିଦ ହେଇ ଗଲେ ଏଥିରେ ମୋର କଣ ଦୋଷ, ମୁ କେମିତ ବୁଝେଇବି ଏହି ଗାଁ ଲୋକଙ୍କୁ ।

ଏହା ପରେ ସଲମାନ ଏବଂ ଅଫସାନା କଥାବାର୍ତ୍ତା ହେବାକୁ ଲାଗିଲେ । ଏହା ମଧ୍ୟରେ ସଲମାନଙ୍କର ଗ୍ରାମକୁ ଆସିବାର ସାତ ଦିନ ହୋଇଗଲାଣି । ବର୍ତ୍ତମାନ ସେ ସହରକୁ ଫେରିଯିବେ । ଫେରିବା ସମୟରେ ସଲମାନଙ୍କ ଆଖି ସାମନାରେ କେବଳ ଅଫସାନାଙ୍କର ଚେହେରା ବୁଲୁଥିଲା । ଏବଂ ପୁଣି ଥରେ ସେ ଗ୍ରାମକୁ ଫେରିଯାଇ ଅଫସାନାଙ୍କ ପାଖକୁ ଗଲେ ।

ଏବଂ କହିଲେ କି ସେ ସହରକୁ ଫେରିଯାଉଛନ୍ତି । ଏବଂ ଆଗକୁ କହିଲେ କି ତୁମେ ମୋ ସହିତ ବିବାହ କରିବ ? ଏହା ପରେ ଅଫସାନା ସଲମାନଙ୍କୁ ଆଶ୍ଚର୍ଯ୍ୟ ସହିତ ଦେଖି କାନ୍ଦିବାକୁ ଲାଗିଲେ । ଏବଂ କିଛି ସମୟ ପରେ ଅଫସାନା ସଲମାନଙ୍କୁ ଆଲିଙ୍ଗନ କଲେ ଏବଂ କାନ୍ଦିଲେ । ଏହା ପରେ ଦୁଇଜଣ ସହରକୁ ଚାଲିଗଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଶେୟର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଲେଖା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।