ଫୁସଫୁସ, ଗଳା, ଛାତିରେ ଜମିଥିବା ସମସ୍ତ କଫ ଥରକରେ ତରଳି ବାହାରିଯିବ, କେବଳ 2 ଚାମଚ ପିଇ ନିଅନ୍ତୁ (Health Tips)

ଯଦି କୌଣସି ବ୍ୟକ୍ତିର ଛାତିରେ କଫ ଜମି ଅଛି, ସେହି କାରଣରୁ ବାରମ୍ବାର ସେ ଅସୁସ୍ଥ ହେଉଛନ୍ତି, ଗଲାରେ କଫ ଜମି ଅଛି, ବାରମ୍ବାର ଏଲାର୍ଜି, ଥଣ୍ଡା ଓ କାସ ଲାଗି ରହୁଛି ତେବେ ଏହି ସବୁ ଛାତିରେ ଓ ଫୁସଫୁସରେ ଜମା ହୋଇଥିବା କଫ କାରଣରୁ ହୋଇଥାଏ । କାରଣ କଫ ଆମକୁ ବାରମ୍ବାର ଇନଫେକସନ କରାଇଥାଏ । ସେହି କଫକୁ ବାହାର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର କହିବୁ ।

ଏହାକୁ ଥରେ ତିଆରି କରି ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ସେବନ କରି ପାରିବେ । ଏହି ଘରୋଇ ଉପଚାରକୁ ଦୁଇ ରୁ ତିନି ଥର ପ୍ରୟୋଗ କରିବା ଦ୍ଵାରା କଫ ଭଲ ହୋଇଯିବ । ବହୁତ ଆରାମ ବି ମିଳିବ ଓ ବାରମ୍ବାର ରୋଗରେ ବି ପଡିବେ ନାହିଁ । କଫ ଦୂର କରିବାର ଘରୋଇ ଉପଚାରକୁ ତିଆରି କରିବା ପାଇଁ ତେଜପତ୍ର ଓ ଅଦା ନିଅନ୍ତୁ । ପ୍ରଥମେ ୬ ଟି ତେଜପତ୍ରକୁ ଛୋଟ ଛୋଟ କରି ଛିଣ୍ଡେଇ ଦିଅନ୍ତୁ ।

ଅଦାକୁ ଭଲରେ ଧୋଇ ତାର ଚୋପା ଛଡାଇ ଦିଅନ୍ତୁ ଓ ଛୋଟ ଛୋଟ ଆଳୁ ଚିପ୍ସ ଭଳି କାଟି ଦିଅନ୍ତୁ । ବର୍ତ୍ତମାନ ଗୋଟିଏ ପାତ୍ରକୁ ଗ୍ୟାସ ଉପରେ ବସାଇ ଏଥିରେ ପାଣି ଦିଅନ୍ତୁ । ଆପଣ ୭ ଦିନ ପାଇଁ କରୁଛନ୍ତି ତେବେ ଆପଣ ଅଧ ଲିଟର ପାଣି ନିଅନ୍ତୁ । ଯେତେବେଳେ ପାଣି ଅଳ୍ପ ଗରମ ହୋଇଯିବ ତେବେ ଆପଣ ଏଥିରେ କାଟି ରଖିଥିବା ଅଦାକୁ ଦିଅନ୍ତୁ ଓ ତେଜପତ୍ରକୁ ସଙ୍ଗେ ସଙ୍ଗେ ଧୋଇ ଏହି ପାଣିରେ ଦିଅନ୍ତୁ ।

କିଛି ସମୟ ପର୍ଯ୍ୟନ୍ତ ଏହି ପାଣିକୁ ଫୁଟାଇବା ପାଇଁ ଛାଡି ଦିଅନ୍ତୁ । ଯେତେବେଳେ ଏହି ପାଣିରେ ଫେଣ ଆସିବାକୁ ଲାଗିବ ସେହି ସମୟରେ ଆପଣ ଗ୍ୟାସକୁ କମ କରି ଏଥିରେ ୬ ଟି ଲବଙ୍ଗ ପକାନ୍ତୁ । ଯେତେବେଳେ ଆପଣ ଏହାକୁ ଗରମ କରିବେ ତେବେ ପ୍ରଥମେ ତେଜପତ୍ର ଭାସିବ, କିନ୍ତୁ ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ ତେବେ ତେଜପତ୍ର ତଳେ ବସିଯିବ । ଗ୍ୟାସକୁ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଏକ ପାତ୍ରରେ ଛାଣି ଏଥିରେ ଚାରି ଚାମଚ ମହୁର ପ୍ରୟୋଗ କରନ୍ତୁ ।

ଯଦି ଆପଣଙ୍କୁ ଡାଏବେଟିସ ଓ ସୁଗାରର ସମସ୍ୟା ଅଛି ତେବେ ଆପଣ ମହୁର ପ୍ରୟୋଗ କରନ୍ତୁ ନାହିଁ । ବର୍ତ୍ତମାନ ଜାଣି ନିଅନ୍ତୁ କି ଏହାକୁ କେମିତି ସେବନ କରିବେ । ଯଦି କୌଣସି ବଡ ଲୋକଙ୍କୁ ଦେଉଛନ୍ତି ତେବେ ଦୁଇ ଚାମଚ ପାଣି ସହ ଉଷୁମ ପାଣି ମିକ୍ସ କରି ପିଇବାକୁ ଦିଅନ୍ତୁ । ଛୋଟ ପିଲାମାନଙ୍କୁ ଏକ ଚାମଚ ସହ ଉଷୁମ ପାଣି ମିକ୍ସ କରି  ପିଇବାକୁ ଦିଅନ୍ତୁ । ଆପଣ ଏହାକୁ ଫ୍ରିଜରେ ସ୍ଟୋର କରି ରଖି ପାରିବେ । ସବୁବେଳେ ଏହାକୁ ସକାଳୁ ଖାଲି ପେଟରେ ସେବନ କରିବେ । ଦେଖିବେ ଆପଣଙ୍କ କଫ ସମ୍ପୂର୍ଣ ରୂପରେ ଭଲ ହୋଇଯିବ ।