ଫ୍ରିଜ ବିଷୟରେ ୯୯ % ଲୋକମାନେ ଜାଣି ନଥିବେ ଏହି କଥା, ଏବେହିଁ ଜାଣି ନିଅନ୍ତୁ ନ ହେଲେ ଜୀବନ ସାରା ପସ୍ତେଇବେ

ଆଜିକାଲିର ଏହି ମେସିନ ଯୁଗରେ ଆମ ଜୀବନରେ ମେସିନ ଉପକରଣ ଏତେ ଅଧିକ ବଢିଯାଇଛି କି ଆମକୁ ଅଧିକ କାମ କରିବା ଦରକାର ହେଉ ନାହିଁ କାରଣ ପ୍ରାୟତଃ କାମ ମେସିନରେ ହିଁ ହୋଇ ଯାଉଛି । ବର୍ତ୍ତମାନ ସମୟରେ ତ ସମସ୍ତଙ୍କ ଘରେ ଫ୍ରିଜ ନିଶ୍ଚିତ ଅଛି ଓ ଏହାର ବ୍ୟବହାର ଖାଦ୍ୟ ଜିନିଷକୁ ରଖିବା ପାଇଁ କରାଯାଇଥାଏ, ଯାହା ଦ୍ଵାରା ଖାଦ୍ୟ ଗୁଡିକ ତାଜା ରହିବ ଓ ବ୍ୟାକ୍ଟେରିଆ ଫ୍ରୀ ରହିବ । କହିବାକୁ ଗଲେ ଆଜିକାଲି ସମସ୍ତ ମଧ୍ୟମ ବର୍ଗୀୟ ଲୋକମାନଙ୍କର ବି ଫ୍ରିଜ ଆବଶ୍ୟକତା ହୋଇ ଯାଇଛି । ଏହା ଆମର ଖାଦ୍ୟକୁ ସୁରକ୍ଷିତ ରଖିବାରେ ସାହାର୍ଯ୍ୟ କରିଥାଏ ।

Image courtesy: Google

ଉଚିତ ଦେଖାଶୁଣା ଅଭାବରେ ଫ୍ରିଜ ଭଳି ଦାମୀ ଇଲେକ୍ଟ୍ରୋନିକ ଜିନିଷ ଜିନିଷ ଶୀଘ୍ର ଖରାପ ବି ହୋଇପାରେ । ଏହାର ସଠିକ ଉପଯୋଗ ପାଇଁ ଏହାକୁ ଠିକ ଭାବରେ ସଂଚାଳନ କରିବା ଆବଶ୍ୟକ ଅଟେ ଯାହା ଦ୍ଵାରା ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କର ସେବା କରି ପାରିବ । ଏଥିପାଇଁ ଆପଣଙ୍କୁ ନିମ୍ନ ଲିଖିତ କଥା ଗୁଡିକ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ ।

Image courtesy: Google

୧. ସର୍ବ ପ୍ରଥମେ କଥା ହେଲା ଫ୍ରିଜକୁ ସର୍ବଦା ସମତଳ ସ୍ଥାନରେ ହିଁ ରଖନ୍ତୁ ଯାହା ଦ୍ଵାରା ସେ ହଲିବ ନାହିଁ । ଏହା ଦ୍ଵାରା କମ୍ପ୍ରୈସର ଭଲ ଭାବରେ କାର୍ଯ୍ୟ କରି ପାରିବ ।

୨. ଫ୍ରିଜକୁ କାନ୍ଥ ସହିତ ଲଗାଇ ରଖନ୍ତୁ ନାହିଁ । ଏହାକୁ ପବନ ଯିବା ଆସୁଥିବା ସ୍ଥାନରେ ରଖନ୍ତୁ । ଫ୍ରିଜକୁ କାନ୍ଥରୁ ପାଖାପାଖି ୧ ଫୁଟ ଦୂରତାରେ ରଖନ୍ତୁ । ଯାହା ଦ୍ଵାରା କମ୍ପ୍ରୈସରର ଗରମ ପବନ କାନ୍ଥରେ ବାଜି ପୁଣି କମ୍ପ୍ରୈସରକୁ ଫେରିବ ନାହିଁ ।

Image courtesy: Google

୩. ଫ୍ରିଜକୁ କେବେ ବି ଗରମ ସ୍ଥାନରେ ରଖନ୍ତୁ ନାହିଁ । ଏହାକୁ ନିଜର ଗ୍ୟାସ ଠାରୁ ପାଖାପାଖି ୫ ଫୁଟ ଦୂରତାରେ ରଖନ୍ତୁ । ଏହା ଛଡା ଫ୍ରିଜରେ କୌଣସି ଗରମ ଜିନିଷ ରଖନ୍ତୁ ନାହିଁ । ପ୍ରଥମେ ସେହି ଖାଦ୍ୟ ଜିନିଷକୁ ଥଣ୍ଡା କରନ୍ତୁ, ତାହା ପରେ ତାକୁ ଫ୍ରିଜରେ ରଖନ୍ତୁ । ଏହା ଛଡା ଫ୍ରିଜରୁ ବାହାର କରି କୌଣସି ଖାଦ୍ୟ ଜିନିଷକୁ ତୁରନ୍ତ ଗରମ ବି କରନ୍ତୁ ନାହିଁ । ତାକୁ ପ୍ରଥମେ ସାମାନ୍ୟ ତାପମାତ୍ରାରେ କିଛି ସମୟ ବାହାରେ ରଖନ୍ତୁ ଓ ଏହା ପରେ ତାକୁ ଗରମ କରନ୍ତୁ ।

୪. ଫ୍ରିଜ ଚାଲୁଥିବା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରିଜର କବାଟକୁ ଖୋଲା ରଖନ୍ତୁ ନାହିଁ । ଏହା ଦ୍ଵାରା ଫ୍ରିଜ ଭିତର ତାପମାନ ବଢିଯାଏ ଓ ପୁଣି ଥରେ ଥଣ୍ଡା ହେବା ପାଇଁ ଅନାବଶ୍ୟକ ରୂପରେ ବିଜୁଳି ଅଧିକ ଖର୍ଚ ହୋଇଥାଏ । ଏହା ଛଡା ଫ୍ରିଜକୁ ଧୀରେ ଧୀରେ ଖୋଲିବା ଉଚିତ । ନଚେତ ଏହା ଦ୍ଵାରା ଫ୍ରିଜର ବଲ୍ବ ଖରାପ ହୋଇପାରେ । ତାହାର କବାଟରେ ଲାଗିଥିବା ରବର ବି ଖରାପ ହୋଇପାରେ ।

Image courtesy: Google

୫. ଏହା ଧ୍ୟାନ ରଖିବା ଆବଶ୍ୟକ ଅଟେ କି ଫ୍ରିଜର ବାହାର ଅଂଶରେ ଯେପରି ବରଫ ନ ଜମିଯାଉ । ଯଦି ଜମି ଯାଉଛି ତେବେ ତାକୁ ଡୀଫ୍ରାସ୍ଟ କରିଦେବା ଉଚିତ । ଏହା ଛଡା ଫ୍ରିଜର ତାପମାନକୁ ଧୀରେ ଧୀରେ କମ କିମ୍ବା ଅଧିକ କରିବା ଉଚିତ । ଯଦି ଫ୍ରିଜ ଥଣ୍ଡା ହେଉ ନାହିଁ ତେବେ ବୁଝି ଯାଆନ୍ତୁ କି କମ୍ପ୍ରୈସର ର ଗ୍ୟାସ ବାହାରି ଯାଇଛି । ଏହାକୁ ଭଲ ମେକାନିକକୁ ଦେଖାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।