ଫ୍ଲାଇଟ ବୁକିଙ୍ଗ ହେଲା ଆରମ୍ଭ, ଜାଣନ୍ତୁ କେବେଠୁ ଟିକେଟ ହେବ ଉପଲ୍ବଧ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ କରାଯାଇଛି । ଏହା ମଧ୍ୟରେ ସମସ୍ତଙ୍କ ମନରେ କେବଳ ଗୋଟିଏ ହିଁ ପ୍ରଶ୍ନ ଆସୁଛି କି, ଲକଡାଉନ କେବେ ଖୋଲିବ । କିନ୍ତୁ ଏହି ସବୁ ମଧ୍ୟରେ ଗୋଟିଏ ଭଲ କଥା ଏହା ଅଟେ କି ଘରେଲୁ ଏୟାରଲାଇନ୍ସ ଗୁଡିକ ଫ୍ଲାଇଟର ବୁକିଙ୍ଗ ଆରମ୍ଭ କରି ଦେଇଛନ୍ତି । ବର୍ତ୍ତମାନ ଆପଣ ଏହି କମ୍ପାନୀମାନଙ୍କ ୱେବସାଇଟ କିମ୍ବା କୌଣସି ଟ୍ରାଭଲ ପୋର୍ଟଲରୁ ନିଜର ଟିକେଟ ବୁକ କରି ପାରିବେ ।

ଲକଡାଉନ କହିବାକୁ ଗଲେ ୩ ମେ ପର୍ଯ୍ୟନ୍ତ ଲାଗୁ ଅଛି । କିନ୍ତୁ ଏୟାରଲାଇନ୍ସ ଗୁଡିକ ମେ ମାସରେ କୌଣସି ବୁକିଙ୍ଗ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଇଂଡିଗୋ, ଗୋ-ଏୟର, ସ୍ପାଇସ ଜେଟ ଓ ଏୟାର ଏସିୟା ନିଜର ବୁକିଙ୍ଗ ୧ ଜୁନରୁ ଖୋଲିବେ । ମାନେ ଯଦି କୌଣସି କାରଣ ବଶତଃ ୩ ମେ ଠାରୁ ବି ଲକଡାଉନକୁ ଅଗ୍ରସର କରାଯାଏ ତେବେ କମ୍ପାନୀମାନଙ୍କୁ ରିଫଣ୍ଡର ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ।

ଏହି ମାମଲା ସହ ଜଡିତ ସୂଚନା ଅନୁସାରେ କହିବା ଅଟେ କି ପ୍ରଥମ ଲକଡାଉନ ପରେ ବି ଏୟାରଲାଇନ୍ସ ଟିକେଟ ବୁକିଙ୍ଗ ଆରମ୍ଭ କରି ଦେଇଥିଲେ । କିନ୍ତୁ କରୋନା ଭାଇରସର ବଢୁଥିବା ମାମଲା କାରଣରୁ ଲକଡାଉନକୁ ବଢାଗଲା । ଏହି କାରଣରୁ ଗ୍ରାହକମାନଙ୍କୁ କମ୍ପାନୀମାନେ ଟଙ୍କା ଫେରାଇ ଦେଲେ । ଏହି କାରଣରୁ ଏଥର ବିମାନ କମ୍ପାନୀମାନେ ବହୁତ ବୁଝି ସୁଝି ବୁକିଙ୍ଗ ନେବା ଆରମ୍ଭ କରିଛନ୍ତି ।

କହିବାକୁ ଗଲେ ଏହି କମ୍ପାନୀମାନଙ୍କୁ ଏହି ସମୟରେ ଟଙ୍କାର ବହୁତ ଆବଶ୍ୟକ ଅଟେ । ଏମିତିରେ ଆଡଭାନ୍ସ ବୁକିଙ୍ଗ ଦ୍ଵାରା ହିଁ ସେ କିଛି ଟଙ୍କା ଏକାଠି କରି ପାରିବେ । ଲକଡାଉନ କାରଣରୁ ସବୁଠୁ ଅଧିକ ଅସୁବିଧା ଏୟାରଲାଇନ୍ସ କମ୍ପାନୀମାନଙ୍କୁ ହେଉଛି । କ୍ଷତିରେ ଚାଲୁଥିବା କମ୍ପାନୀମାନଙ୍କ ପାଖରେ ବର୍ତ୍ତମାନ ଟଙ୍କାର ଅସୁବିଧା ସାମ୍ନାକୁ ଆସୁଛି । ଏମିତିରେ ଆଡଭାନ୍ସ ଟିକେଟ ବୁକିଙ୍ଗ ହିଁ ଗୋଟିଏ ମାତ୍ର ଉପାୟ ଅଟେ । କିନ୍ତୁ ଆସନ୍ତା ସମୟରେ କଣ ହେବ ଏହା ବିଷୟରେ କାହାକୁ ବି ଜଣା ନାହିଁ । ଦେଶର ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।