3 ଟି ପିଲାର ମା ପୁରା ଶରୀରରେ ବନେଇଛନ୍ତି 17 ଲକ୍ଷ ଟଙ୍କାର Tattoo, ଏବେ କିନ୍ତୁ ଏହି ଅଙ୍ଗରେ ଖୋଦେଇବାକୁ ଡର ଲାଗୁଛି !

ଲୋକଙ୍କୁ ବହୁତ ପୁରାତନ କାଳରୁ ଟାଟୁ ର ସଉକ ରହିଛି । କିନ୍ତୁ ଗତ କିଛି ବର୍ଷ ହେବ ଟାଟୁ ର ପ୍ରଚଳନ ଆହୁରି ଅଧିକ ବଢିଯାଇଛି । ବର୍ତ୍ତମାନ ସମୟରେ ଟାଟୁ କେବଳ ଶରୀରରେ ଗୋଟିଏ ଡିଜାଇନ ବରଂ ନିଜ ମନ କଥା ପ୍ରକାଶ କରିବାର ଏକ ଜରିଆ ହୋଇସାରିଛି । ଯେଉଁ ବିଷୟ ଲୋକଙ୍କୁ ଅଧିକ କନେକ୍ଟ କରୁଛି ଲୋକ ଏବେ ସେହିଭଳି ଟାଟୁ ବନାଉଛନ୍ତି । ଫିନଲାଣ୍ଡର ଜଣେ ମହିଳା ନିଜର ପୁରା ଶରୀରକୁ କଳା ଇଙ୍କରେ ଢାଙ୍କି ଦେବାକୁ ଚାହାନ୍ତି । କିନ୍ତୁ ଏବେ ସେ ଶରୀରର ଏହି ଗୋଟିଏ ଅଙ୍ଗରେ ଟାଟୁ ବନେଇବାକୁ ଡରୁଛନ୍ତି ।

ଫିନଲାଣ୍ଡର ୩୧ ବର୍ଷୀୟ ମହିଳା ଏଲେକଜେଣ୍ଡ୍ରା ଜାସମିନ ୩ ଟି ପିଲାର ମାଆ ହେବ ସହ ଜଣେ ଟାଟୁ ଆର୍ଟିଷ୍ଟ ମଧ୍ୟ । ସେ ୧୮ ବର୍ଷର ହୋଇଥିବା ବେଳେ ନିଜ ଶରୀରରେ ପ୍ରଥମ ଟାଟୁ ବନେଇଥିଲେ । ସେବେଠାରୁ ଏବେ ପର୍ଯ୍ୟନ୍ତ ସେ ଶରୀରରେ ୧୭ ଲକ୍ଷରୁ ଅଧିକ ଟଙ୍କାର ଟାଟୁ ବନେଇ ସାରିଲେଣି । ସେ ତାଙ୍କ ଶରୀରରେ ମଣିଷ ଖ-ପୁ-ରି, ବିଲେଇ ମାନଙ୍କ ଟାଟୁ ଓ କେତେକେ ଇଂରାଜୀ ଶବ୍ଦର ଟାଟୁ ମଧ୍ୟ ବନେଇଛନ୍ତି । ଏଲେକଜେଣ୍ଡ୍ରା ତାଙ୍କ ମଥା, ଗାଲ, ବାହୁ, ପେଟ, ଗୋଡ ଆଦି ସହ ଛାତିରେ ମଧ୍ୟ ଟାଟୁ ବନେଇଛନ୍ତି ।

କିନ୍ତୁ ଏକ ସାକ୍ଷାତକାର ଦେବା ବେଳେ ଏଲେକଜେଣ୍ଡ୍ରା କହିଛନ୍ତି କି ତାଙ୍କୁ ନିଜ ହି-ପ୍ସ ମଝିରେ ବା ବ-ଟ୍ କ୍ରା-କ ରେ ଟାଟୁ ବନେଇବାକୁ ଖୁବ ଡ-ର ଲାଗୁଛି । ସେଥିପାଇଁ ସେ ସେଠାରେ ଟାଟୁ ବନେଇବେ ନାହିଁ । ସେ କହିଛନ୍ତି କି ତାଙ୍କୁ କଳା ଇଙ୍କ ବହୁତ ଅଧିକ ପସନ୍ଦ । ସେଥିପାଇଁ ସେ ନିଜ ଶରୀରକୁ ଟାଟୁରେ ପୁରା କଳା କରିବେ ଓ ତାଙ୍କ ଶରୀରର ପ୍ରତ୍ଯେକ ଅଙ୍ଗ ଟାଟୁରେ ଭରିଯିବା ପରେ ସେ କଳା ଟାଟୁ ଉପରେ ଧଳା ଇଙ୍କରେ ଟାଟୁ ବନେଇବେ ।

ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଏହି ସଉକ ପାଇଁ ଅନେକ ଲୋକ ତାଙ୍କୁ ଜଜ୍ କରନ୍ତି ଓ ଅନେକ ଆଲୋଚନା ମଧ୍ୟ କରନ୍ତୁ । କିନ୍ତୁ ତାଙ୍କୁ ସେ ସବୁରେ କିଛି ମଧ୍ୟ ଫରକ ପଡେ ନାହିଁ । ଏଲେକଜେଣ୍ଡ୍ରାଙ୍କ ମତରେ ମଣିଷର ସ୍ଵଭାବ ତା ଲୁକ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଥିପାଇଁ ସେ ଲୋକଙ୍କ କଥାରେ ଧ୍ୟାନ ଦିଅନ୍ତି ନାହିଁ । ଏଲେକଜେଣ୍ଡ୍ରାଙ୍କ ଏହିଭଳି ଅଜବ ସଉକକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।