ଫିଲ୍ମ ଦୁନିଆରୁ ଆସିଲା ଆଉ ଏକ ଦୁଃଖଦ ଖବର ! ଫ୍ୟାନରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ଫିଲ୍ମ ଦୁନିଆରୁ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ଯୁ ଖବର ଆସିବା ପରେ ଫ୍ୟାନ୍ସ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେ ହେଉଛନ୍ତି ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ପଲ୍ଲବୀ ଦେ । ଆତ୍ମହତ୍ୟା ଯୋଗୁଁ ବେଙ୍ଗଲ ଅଭିନେତ୍ରୀ ପଲ୍ଲବୀ ଦେ ଙ୍କ ଦେହାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ପଲ୍ଲବୀଙ୍କ ନିଜ ବାସଭବନରୁ ତାଙ୍କ ମୃତ ଦେହ ଠାବ କରାଯାଇଛି ।

ପ୍ରାଥମିକ ତଦନ୍ତ ପରେ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ତାଙ୍କ ଘରର ଫ୍ୟାନରେ ଝୁଳୁଥିବା ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରା ଯାଇଥିବା ସ୍କୁହାନା ମିଳିଛି । ତେବେ କଲିକତାର ଗରଫା ଏରିଆରେ ରହୁଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ଙ୍କ ମୃତ୍ୟୁକୁ ନେଉଆ ସନ୍ଦେହ ଉପୁଜୁଛି । ଆଜି ସକାଳେ ପଲ୍ଲବୀଙ୍କ ମୃତଦେହକୁ ତାଙ୍କ ଘରୁ ଉଦ୍ଧାର କରା ଯାଇଥିଲା । ବର୍ତ୍ତମାନ ବେଙ୍ଗଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପଲ୍ଲବୀ ହେଉଛନ୍ତି ବେଙ୍ଗଲର ଜଣେ ଖୁବ ଜଣାଶୁଣା ଅଭିନେତ୍ରୀ । ସେ ପ୍ରସିଦ୍ଧ ଓ ଲୋଳପ୍ରିୟ ଟିଭି ସିରିଏଲ “ମନ୍ ମାନେନା” ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ଯତୀତ ଅନେକ ଶୋ’ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ଅଭିନୟ ଓ କାର୍ଯ୍ୟ ମାଧ୍ୟମରେ ସେ ଅନେକ ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ ।

ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ହଠାତ କାହିଁକି ଏଭଳି ପଦକ୍ଷେପ ନେଲେ ସେନେଇ କୌଣସି ସଠିକ ସୂଚନା ମିଳି ପାରିନାହିଁ । ତାଙ୍କ ପରିବାର ଲୋକଙ୍କ ଠାରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ପଲ୍ଲବୀଙ୍କ ଘରୁ ତାଙ୍କ ମୃତ ଦେହ ପୋଲିସ ଜବତ କରିଥିବା ବେଳେ ସେଠାରୁ କୌଣସି ସୁଇସାଇଡ ନୋଟ ମଧ୍ୟ ମିଳିନାହିଁ । ଯାହାଫଳରେ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବା ପ୍ରାଥମିକ ଭାବେ ସମ୍ଭବ ହୋଇ ପାରିନାହିଁ ।

ତେବେ ପଲ୍ଲବୀଙ୍କ ଶବକୁ ଜବତ କରିବା ପରେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପଲ୍ଲବୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଏହିଁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାର, ଫ୍ୟାନ୍ସ ଓ ଶୁଭଚିନ୍ତକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।