ଫଟା ଗୋଇଠି କେବଳ ଗୋଟିଏ ଦିନରେ ଭଲ ହୋଇଯିବ, ଏମିତି ମୁଲାୟମ ଗୋଇଠି ଆପଣ ପୂର୍ବରୁ ଅନୁଭବ କରି ନଥିବେ, (Cracked Heels Treatment)

ଶୀତଦିନେ ଅନେକ ଲୋକଙ୍କ ଠାରେ ଗୋଇଠି ଫାଟିବା ସମସ୍ଯା ଦେଖା ଦେଇଥାଏ । ବିଶେଷ କରି ମହିଳାମାନଙ୍କ ଠାରେ ଏହି ସମସ୍ଯା ଅଧିକ ଦେଖାଯାଏ । ଏହା ଅସୁନ୍ଦର ଦେଖାଯିବା ସହ କାମ କରିବାରେ ଅସୁବିଧା ଓ କଷ୍ଟ ଲାଗେ । ଏହି ସମସ୍ଯାକୁ ଆପଣ କେବଳ ଗୋଟିଏ ଦିନରେ ଘରୋଇ ଉପଚାର ମାଧ୍ୟମରେ ଦୂର କରିପାରିବେ । ତେବେ ଚାଲନ୍ତୁ ଏହି ଜବରଦସ୍ତ ଘରୋଇ ଉପଚାର ପ୍ରସ୍ତୁତି ଶିଖିବା ଯାହାର ପ୍ରୟୋଗ କରି ଆପଣ ଫଟା ଗୋଇଠି ସମସ୍ଯାକୁ ଚୁଟକିରେ ଦୂର କରିପାରିବେ ।

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ଅନେକ ଲୋକଙ୍କର ପାଦ ଫାଟିଥାଏ । ତେଣୁ ଆପଣଙ୍କ ପାଦ ଫାଟିବା ସମସ୍ଯା ଏବେ ସହଜରେ ଆପଣ ଦୂର କରିପାରିବେ । ଯେଉଁ ଘରୋଇ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ପେଟ୍ରୋଲିୟମ ଜେଲି । ଆପଣ ଯେକୌଣସି କମ୍ପାନୀର ପେଟ୍ରୋଲିୟମ ଜେଲି ନେଇପାରିବେ । ଶୀତଦିନେ ଏହା ପ୍ରାୟ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ ।

ଏକ ଛୋଟ ଗିନାରେ ଅପ୍ନା ଏକ ଚାମୁଚ ପେଟ୍ରୋଲିୟମ ନିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ପୂଜାରେ ବ୍ୟବହାର ହେଉଥିବା ଏକ କର୍ପୁର । ଏହି କର୍ପୁରକୁ ଆପଣ ପ୍ରଥମେ ହାଲୁକା ଭାବେ ପିଟି ଗୁଣ୍ଡ କରି ଦିଅନ୍ତୁ ଓ ଏହାକୁ ପେଟ୍ରୋଲିୟମ ଜେଲି ନେଇଥିବା ଗିନାରେ ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କିଛି ନଡିଆ ତେଲ ।

ସେହି ସମାନ ଗିନାରେ ଏକ ଚାମୁଚ ନଡିଆ ତେଲ ନିଅନ୍ତୁ । ଏହାପରେ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ସୋରିଷ ତେଲ । ଏହି ସମସ୍ତ ସାମଗ୍ରୀ ନେବା ପରେ ଆପଣ ଏକ ଚାମୁଚ ସାହାଯ୍ୟରେ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ । କି

ଛି ସମୟ ଦେଇ ଆପଣ ସେସବୁକୁ ଭଲ ଭାବେ ମିଶାନ୍ତୁ ଯେପରି ତାହା ଏକ ବହଳିଆ କ୍ରିମ ଭଳି ଦିଶିବାକୁ ଲାଗିବ । ଏହି କ୍ରିମକୁ ଆପଣ ରାତିରେ ଶୋଇବାକୁ ଯିବା ପୂର୍ବରୁ ନିଜ ଗୋଇଠିରେ ଲଗାନ୍ତୁ । ସବୁ କାମ ସରିବା ପରେ ପ୍ରଥମେ ପାଦକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ । ଆପଣ ଚାହିଁଲେ ଉଷୁମ ପାଣିରେ ପାଦକୁ 10ମିନିଟ ଯାଏଁ ବୁଡେଇ ରଖନ୍ତୁ ।

ଏହାପରେ ଏକ ଗାମୁଛାରେ ପାଦକୁ ଭଲ ଭାବେ ପୋଛି ଦିଅନ୍ତୁ ଓ ପ୍ରସ୍ତୁତ କରିଥିବା କ୍ରିମରୁ ଅଳ୍ପ ନେଇ ଗୋଇଠିରେ ଭଲ ଭାବେ ମାଲିସ କରନ୍ତୁ । 5ମିନିଟ ଧରି ଭଲ ଭାବେ ମାଲିସ କରିବା ପରେ ଗୋଇଠିରେ ଖଣ୍ଡେ ସୂତା କପଡା ଗୁଡାଇ ଦିଅନ୍ତୁ । ଏହାଦ୍ବାରା ଏହି ତେଲ ଆପଣଙ୍କ ବିଛଣା କିମ୍ବା ପୋଷାକରେ ଲାଗିବନି ।

ଏହିଭଳି ଗୋଟିଏ ରାତି ଲଗାନ୍ତୁ ଦେଖିବେ ଫଟା ଗୋଇଠି ଆରମ୍ଭ ହୋଇଥିଲେ ତାହା ଗୋଟିଏ ଥରରେ ହିଁ ଭଲ ହୋଇଯିବ । ଯଦି ଫଟା ଗୋଇଠି ସମସ୍ଯା ଅଳ୍ପ ପୁରୁଣା ଅଟେ ତେବେ ଆପଣ ଏହାକୁ ସାତ ଦିନ ଧରି ଲଗାନ୍ତୁ, ଦେଖିବେ ଏହି ସମସ୍ୟାରୁ ଖୁବ ଶୀଘ୍ର ମୁକ୍ତି ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।