ଫାଶି ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ କାହିଁକି ଭାଙ୍ଗି ଦେଇଥାନ୍ତି, କ’ଣ ଆପଣଙ୍କୁ ଜଣା ଅଛି ଏହାର ଉତ୍ତର, ଜାଣନ୍ତୁ

ପ୍ରାୟତଃ ଆପଣମାନେ ଶିକ୍ଷା ଶେଷ କଲା ପରେ ଜବ ପାଇଁ ଇଣ୍ଟରଭ୍ୟୁ ଦେଇଥାନ୍ତି । ପ୍ରାୟତଃ ଲୋକମାନଙ୍କ ପାଇଁ ଲିଖିତ ପରୀକ୍ଷା ସହଜ ହୋଇଥାଏ କିନ୍ତୁ ଇଣ୍ଟରଭ୍ୟୁ ଏତେ ସହଜ ହୋଇନଥାଏ । କାରଣ ଇଣ୍ଟରଭ୍ୟୁର ପ୍ରଶ୍ନ ଗୁଡିକ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିବା ପାଇଁ ପଚରାଯାଏ । ଏହି ପ୍ରଶ୍ନଗୁଡିକ ଟିକେ ଅଜବ ପ୍ରକାରର ଥାଏ । ଏହି ପ୍ରଶ୍ନର ଜବାବ ବି ସେହିପରି ଅଜବ ଗଜବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ପ୍ରଶ୍ନ ଓ ତା’ର ଉତ୍ତର ।

ପ୍ରଶ୍ନ -୧

ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି କ୍ଷେତ ନାହିଁ ?

ଉତ୍ତର – ସିଙ୍ଗାପୁର

ପ୍ରଶ୍ନ -୨

କୁହନ୍ତୁ ଏମିତି କେଉଁ ଜୀବ ଅଛି ଯାହାର ହୃଦୟ ତା’ର ମୁଣ୍ଡରେ ଥାଏ ?

ଉତ୍ତର – ଚିଙ୍ଗୁଡି (Shrimp)

ପ୍ରଶ୍ନ – ୩

କହିଲେ ଦେଖି କେଉଁ ଗ୍ରହରେ ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ହୋଇଥାଏ ?

ଉତ୍ତର – ଶୁକ୍ର (Venus)

ପ୍ରଶ୍ନ -୪

କହି ପାରିବେ କି କେଉଁ ପ୍ରାଣୀ ଓଲଟା ବା ବ୍ୟାକୱାର୍ଡ ଯାଇପାରେ ନାହିଁ ?

ଉତ୍ତର – କଙ୍ଗାରୁ

ପ୍ରଶ୍ନ – ୫

କହିଲେ ଦେଖି ଫାଶି ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ କାହିଁକି ଭାଙ୍ଗି ଦିଅନ୍ତି ?

ଉତ୍ତର – ଫାଶି ଦଣ୍ଡ ଶୁଣାଇବା ପରେ ପେନ ର ନିବ ଭାଙ୍ଗିଦେବା ର ପ୍ରଥା ଆଜି ନୁହେଁ ବରଂ ଇଂରେଜଙ୍କ ସମୟରୁ ଚାଲି ଆସୁଛି । ଏହା ପଛରେ ଦୁଇଟି କାରଣ ଅଛି ।

ପ୍ରଥମ – ଦଣ୍ଡ ଶୁଣାଇବା ପରେ ଜଜ ଚାହିଁଲେ ମଧ୍ୟ ସେହି ନିଷ୍ପତ୍ତି କୁ ଯେମିତି ବଦଳାଇ ପାରିବେ ନାହିଁ ବା ସେହି ନିଷ୍ପତ୍ତି ଉପରେ ପୁନଃବିଚାର କରିବାର ଚେଷ୍ଟା ଯେପରି କରିବେ ନାହିଁ ।

ଦ୍ଵିତୀୟ – ଦ୍ଵିତୀୟ ଥର ସେହି କଲମରେ ପୁଣି କାହାକୁ ଫାଶି ର ଦଣ୍ଡ ନ ମିଳୁ ଓ ନା କେହି ସେହି ପ୍ରକାରର ଅପରାଧ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।