Factory ର ଛାତ ଉପରେ ଥିବା ଏହି ଜିନିଷଟି କଣ ? ଏହା କାହିଁକି ଥାଏ ଓ ଏହାର କାମ କଣ ? କଣ ଆପଣ ଜାଣନ୍ତି ?

ଫ୍ୟାକ୍ଟ୍ରି ଗୁଡିକର ଛାତ ଉପରେ ଏକ ଗୋଲ ଆକୃତିର ମେସିନ ଘୂରୁଥିବାର ଆପଣ ଦେଖିଥିବେ , ଏହି ମେସିନର କାମ କଣ ଆପଣ ଜାଣିଛନ୍ତି କି ? ଜଣେ ବ୍ୟକ୍ତି ପୋଲସା ଭଳି ମହଙ୍ଗା କାର୍ ରୁ ମାଗଣାରେ କେମିତି କିଣି ନେଇଥିଲେ ? ଏମିତି ଏକ ପେନ୍ ଅଛି ଯାହା ଭିତରେ ପୋକ ଅଛନ୍ତି ? ନଖ କାଟିବା ସମୟରେ ଆମକୁ କଣ ପାଇଁ ବ୍ୟଥା ହୋଇ ନଥାଏ ? ଏହିସବୁର ରହସ୍ୟମୟ ଉତ୍ତର ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ୟୁଏସଏ ର ଜଣେ ବ୍ୟକ୍ତି ଏକଦମ ଫ୍ରି ରେ ଏକ ଦାମୀ ପୋଲସା କାର୍ କିଣିଥିଲେ । ଆପଣ ଭାବୁଥିବେ କେମିତି ସେ ମାଗଣାରେ ଏତେ ମହଙ୍ଗା କାର୍ କିଣିପାରିଲେ ? ତେବେ ଘଟଣାଟି ହେଉଛି ସେଠାକାର ଜଣେ ବ୍ୟକ୍ତି ନକଲି ଚେକ୍ ଏବଂ ଡକ୍ୟୁମେଣ୍ଟ ଦେଇ ଏକ ପୋଲସା କାର୍ କିଣିଥିଲେ । ଯାହା ସହଜରେ କମ୍ପାନୀରେ କେହି ମଧ୍ୟ ଜାଣିପାରି ନଥିଲେ ।

କାର୍ ବିକ୍ରି ହେବାର କିଛିଦିନ ପରେ ଜଣା ପଡିଥିଲା କି ଚେକ୍ ଏବଂ ମୋବାଇଲ ନମ୍ବର ସବୁ ଫେକ୍ ବୋଲି । ତେବେ ସେହି ବ୍ୟକ୍ତିଜଣକ କିପରି ଏହି ଫେକ୍ ଚେକ୍ ପ୍ରସ୍ତୁତ କଲେ ଏବଂ ସେ କେଉଁଠାରେ ଅଛନ୍ତି ତାହା ଆଜି ଆଜେନ ମଧ୍ୟ ଜଣାପଡି ପାରିଲା ନାହିଁ ।

ଆପଣ କେବେ ଦେଖିଛନ୍ତି କି କେଉଁ ପେନ୍ ଭିତରେ ପୋକ ଥିବାର ? ଏହି ପେନ୍ କୁ ଏକ ବିଶେଷ ଉପାୟରେ ବନାଯାଇ ଥାଏ । ଅଧା ପେନ୍ ଭିତରେ ପାଣି ଭଳି କିଛି ଲିକ୍ବିଡ ରଖାଯାଇ ଥାଏ ଓ ଏହା ଭିତରେ ବଞ୍ଚିଥିବା ପୋକଙ୍କୁ ଛାଡି ଦିଆଯାଏ । ଏଥିରେ ଥିବା ଲିକ୍ବିଡ ଏହି ପୋକଙ୍କୁ ଅନେକ ଦିନ ଯାଏଁ ବଞ୍ଚେଇ ରଖେ । ତେବେ ପୋକ ଥିବାରୁ ଏହାକୁ ଆପଣ ଅସନା ଭାବୁଥିବେ । କିନ୍ତୁ ପୋକ ଥିବା ଯୋଗୁଁ ଏହି ପେନ୍ ର ଲୁକ୍ ଖୁବ ଭଲ ଦିଶିଥାଏ ଓ ଏହାର ଦାମ୍ ମଧ୍ୟ ଖୁବ ଅଧିକ ।

ଆମ ଶରୀରରେ ଯେକୌଣସି ସ୍ଥାନରେ ମଧ୍ୟ ହାଲୁକା କଟିଗଲେ ରକ୍ତ ବାହାରିଥାଏ ଏବଂ ଆମକୁ କଷ୍ଟ ହୋଇଥାଏ । କିନ୍ତୁ ନଖ ଏବଂ ଚୁଟି କାଟିଳେ କାହିଁକି କଷ୍ଟ ହୋଇ ନଥାଏ ଜାଣିଛନ୍ତି କି ? କାରଣ ଆମ ନଖ ଏବଂ ଚୁଟି ଉଭୟ ମୃତ କୋଷିକାରୁ ତିଆରି ହୋଇଥାଏ ଓ ଏହା ମଧ୍ୟରେ ରକ୍ତ ନଥାଏ । ତେଣୁ ଏହାକୁ କାଟିଲେ କଷ୍ଟ ହୁଏ ନାହିଁ ।

ଯେକୌଣସି ଫ୍ୟାକ୍ଟ୍ରିର ଛାତ ଉପରେ ଏକ ଗୋଲ ଆକୃତିର ମେସିନ ଲାଗିଥିବାର ଆପଣ ଦେଖିଥିବେ । ଏହା ହେଉଛି ୱିଣ୍ଡ ଟର୍ବାଇନ ଭେଣ୍ଟିଲେଟର । ଯାହା ଫ୍ୟାକ୍ଟ୍ରି ମଧ୍ୟରେ ଥିବା ସମସ୍ତ ଗରମ ପବନକୁ ବାହାରକୁ ଟାଣି ନେଇଥାଏ । ଫ୍ୟାକ୍ଟ୍ରି ମଧ୍ୟରେ ଅନେକ ଉପକରଣ ରହିଥାଏ ଓ ସେସବୁ ଅନବରତ ଚାଲିବା ଦ୍ଵାରା ଅଧିକ ଉତ୍ତାପ ମଧ୍ୟ ବାହାରିଥାଏ ।

ଗରମ ଲୋକଙ୍କୁ କାମ କରିବାରେ ଅସୁବିଧା ହୋଇଥାଏ । ତେଣୁ ଏହାଦ୍ବାରା ଗରମ ପବନ ବାହାରକୁ ଚାଲିଯିବା ଦ୍ଵାରା ଲୋକମାନେ ସୁବିଧାରେ କାମ କରିପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।