Exclusive: ପୁଣି ବାଲେଶ୍ୱରରେ ଭୁଲ ସିଗନାଲ, ଲୋକ ପାଇଲଟ ନଥିଲେ ଚାଲି ଯାଇଥାନ୍ତେ ଶହଶହ ଯାତ୍ରୀ

ପୁଣି ସିଗନାଲ ରେ ହେଲା ତ୍ରୁଟି । ପୁଣି ଲୁପ ଲାଇନ କୁ ପଳାଇଲା ଟ୍ରେନ । ପୁଣି ଥରେ ହୋଇଥାନ୍ତା ବାହାନଗା ଭଳି ବଡ ଦୁର୍ଘଟଣା । ଏବେ ସବୁ କିଛି ଲୋକ ପାଇଲଟ ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଟକି ଗଲା । ବଞ୍ଚିଗଲେ 400ରୁ ଅଧିକ ଯାତ୍ରୀ । ଟ୍ରେନ ଦୁର୍ଘଟଣା ହେଉ ହେଉ ବ୍ରେକ ମାରି ଦେଲେ ଲୋକ ପାଇଲଟ ଆଉ ଟ୍ରେନ ଟି ଅଟକି ଗଲା । ଟ୍ରେନ ଅଟକିବା ପରେ ଯାତ୍ରୀ ମାନେ ଟ୍ରେନରୁ ବାହାରି ଗଲେ ।

ହଁ ଦର୍ଶକ ବନ୍ଧୁ ବାହାନଗା କରମଣ୍ଡଳ ଭଳି ଦୁର୍ଘଟଣା ହେଉ ହେଉ ମେମୁ ଟ୍ରେନ ଟି ଅଟକି ଯାଇଛି । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନିଳଗିରି ରୋଡ ରେ । ମେମୁ ଟ୍ରେନ ଟି ରେଳ ଧାରଣାରେ ଅଟକି ରହିଛି । ଯାତ୍ରୀ ମାନେ ଭୟରେ ଟ୍ରେନ ରୁ ଓଲହାଇ ପଡିଛନ୍ତି । ସମସ୍ତେ ଆସି ଲୋକ ପାଇଲଟ ଙ୍କୁ ପଚାରୁଛନ୍ତି ଏମିତି କାହିଁଙ୍କି ହେଲା ?

ସୂଚନା ଅନୁଯାୟୀ ଭଦ୍ରକ ରୁ ବାଲେଶ୍ଵର ଆସୁଥିଲେ ଯାତ୍ରୀ ମାନେ । ଆଉ ସିଗନାଲ ରେ ତ୍ରୁଟି ପାଇଁ ଲୁପ ଲାଇନ ରେ ଫସିଗଲା ମେମୁ ଟ୍ରେନ ଟି । କିନ୍ତୁ ଲୋକ ପାଇଲଟ ତାଙ୍କର ଉପସ୍ଥିତି ବୁଦ୍ଧି ଖର୍ଚ୍ଚ କରି ଅଚାନକ ଟ୍ରେନ କୁ ବଡ ଦୁର୍ଘଟଣା ହେବାରୁ ଅଟକାଇ ଦେଲେ । ଯଦି ସେହି ଲୁପ ଲାଇନ ରେ ପୂର୍ବରୁ ଥିବା ଟ୍ରେନ ଟି ଛିଡା ହୋଇଥାନ୍ତା ତେବେ ଅବସ୍ଥା ବାହାନଗା ଭଳି ନ ହୋଇଥାନ୍ତା ଏଥିରେ କୌଣସି ସନ୍ଦେହ ନାହିଁ ।

ଲୋକ ପାଇଲଟ ଙ୍କ କହିବା ଅନୁଯାୟୀ ସିଗନାଲ ତ୍ରୁଟି ପାଇଁ ଏମିତି ହୋଇଛି । ତାଙ୍କୁ କୁଆଡେ ଭୁଲ ସିଗନାଲ ମିଳିଥିଲା । ରେଲୱେ ର ଟେକନିକାଲ ଭାଷା ଅନୁଯାୟୀ ସିଗନାଲ ନରମାଲ ରହିବା କଥା ହେଲେ ପଏଣ୍ଟ ରିଭର୍ସ ରେ ସେଟ ହୋଇଥିଲା । ଯାହା ପାଇଁ ମେମୁ ଟ୍ରେନ ଟି ଲୁପ ଲାଇନ କୁ ପଳାଇଲା । ତେବେ ନିଳଗିରି ରାସ୍ତା ରେ 2 ଘଣ୍ଟା ରୁ ଅଧିକ ସମୟ ଯାଏଁ ଟ୍ରେନ ଟି ଅଟକି ରହିଥିଲା ।

ଏହା ପରେ ଲୋକ ପାଇଲଟ ଟ୍ରେନ ର ବ୍ରେକ କୁ ପଛକୁ କରି ପୁଣି ବାଲେଶ୍ଵର ଅଭିମୁଖେ ବାହାରି ଥିବାର ସୂଚନା ମିଳିଛି । ସେପଟେ ବାହାନଗା ଦୁର୍ଘଟଣାର ବିଭଶ୍ଚ ଦୁର୍ଘଟଣା ଏ ଯାଏଁ ମନ ରୁ ନ ଲିଭୁଣୁ ରେଳ ବିଭାଗ ଏଭଳି କଣ ପାଇଁ ଭୁଲ କରୁଛି ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି । ଯଦି ଏହି ଦୁର୍ଘଟଣାରେ କିଛି କ୍ଷୟ କ୍ଷତି ହୋଇଥାନ୍ତା ତେବେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତା  ? ଏମିତି ଅନେକ ପ୍ରଶ୍ନ ଏବେ ଚାରି ଆଡେ ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।