Exam centre ରେ ପହଞ୍ଚିବା ମାତ୍ରେ କାନ୍ଦିବାକୁ ଲାଗିଲେ ଝିଅମାନେ, Live କ୍ୟାମେରା ଖୋଲିଦେଲା ସରକାରଙ୍କ ପୋଲ୍, ଦେଖନ୍ତୁ video

REET ପରୀକ୍ଷାର ଦୁଇଟି ଯାକ ପର୍ଯ୍ୟାୟ ସମାପ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୧୦:୩୦ ରେ ଆରମ୍ଭ ହୋଇଥିଲା । କିନ୍ତୁ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଏହାକୁ ନେଇ ସେଠାରେ କିଛି ବି-ବା-ଦ ଦେଖା ଦେଇଥିଲା । କିଛି ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ସାମାନ୍ଯ ଡେରିରେ ପହଞ୍ଚିବା ହେତୁ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ପରୀକ୍ଷା ହଲ୍ କୁ ଯିବା ପାଇଁ କିଛି ମହିଳା ପ୍ରାର୍ଥୀ କାନ୍ଦିବାକୁ ଲାଗିଥିଲେ ।

ରାଜସ୍ଥାନର ସିକରରେ ତିନି ଜଣ ମହିଳା ପ୍ରାର୍ଥୀ ମାତ୍ର ୫ ମିନିଟ ଡେରିରେ ପହଞ୍ଚିବା ଯୋଗୁଁ ତାଙ୍କୁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା । ସେମାନଙ୍କ ମଧ୍ୟରୁ ଗୁଜୁରାଟରୁ ଆସିଥିବା ଜଣେ ମହିଳା ପ୍ରାର୍ଥୀଙ୍କ ଆଡମିଟ କାର୍ଡ ଆଜମେରରେ କେଉଁଠି ଗଳି ପଡିଥିଲା । ଆଡମିଟ କାର୍ଡ ଖୋଜି ପରୀକ୍ଷା ହଲ୍ ରେ ପହଞ୍ଚିବା ବେଳକୁ ବିଳମ୍ବ ହୋଇ ଯାଇଥିଲା । ପରୀକ୍ଷା ଦେଇ ନପାରି ମହିଳା ପ୍ରାର୍ଥୀ କାନ୍ଦିବାକୁ ଲାଗିଥିଲେ ।

ପରୀକ୍ଷା ଦେବା ପାଇଁ ସେ ଗୁଜୁରାଟର ଦାହୋଡରୁ ଆସିଥିଲେ ବୋଲି କହିଛନ୍ତି । REET ପରୀକ୍ଷା ପାଇଁ ପ୍ରାର୍ଥୀ ଜଣକ ଗତ ଦୁଇ ବର୍ଷ ଧରି ପ୍ରସ୍ତୁତ ହେଉଥିଲେ । କିନ୍ତୁ ମାତ୍ର ୫ ମିନିଟ ବିଳମ୍ବ ଯୋଗୁଁ ତାଙ୍କୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ତିନି ଜଣ ଯାକ ମହିଳା ପ୍ରାର୍ଥୀ ହାତ ଯୋଡି ଯେତେ ଅନୁରୋଧ କଲେ ମଧ୍ୟ ସେମାନେ ଶୁଣିଲେନି । ମହିଳା ପ୍ରାର୍ଥୀ ଗେଟ ପାଖରେ ଠିଆ ହୋଇ ଅନେକ ସମୟ ଧରି କାନ୍ଦିବା ସହ ଲୁହା ଗେଟକୁ ହାତରେ ମା-ରି-ବା-କୁ ମଧ୍ୟ ଲାଗିଲେ । ତା’ପରେ ସେଠାରେ ବସି ଖୁବ ସମୟ ଧରି କାନ୍ଦିଥିଲେ ।

ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ପରୀକ୍ଷା ହଲ୍ ରେ ପ୍ରବେଶ କରିବାକୁ ଦିଆଗଲା ନାହିଁ । ସେମାନଙ୍କୁ କୁହାଗଲା କି ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପୂର୍ବରୁ ପରୀକ୍ଷା ହଲ୍ ରେ ସେମାନେ ପହଞ୍ଚିବାର ଥିଲା । ସେମାନେ ସେଠାରେ ପହଞ୍ଚିବା ବେଳକୁ ଗେଟ ବନ୍ଦ ହୋଇ ଯାଇଥିଲା ଓ ସିକ୍ଯୁରିଟି ସେମାନଙ୍କୁ ପଛ ଗେଟ ଦେଇ ଯିବାକୁ କହିଥିଲା । କିନ୍ତୁ ପଛ ଗେଟକୁ ଯିବା ପରେ ସେଠାରେ ଥିବା ସିକ୍ଯୁରିଟି ତାଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ।

ଆଉ ଥରେ ମେନ ଗେଟକୁ ଆସିବା ପରେ ଏଠାରେ ମଧ୍ୟ ପ୍ରବେଶ ନ ମିଳିବା ପରେ ମହିଳା ପ୍ରାର୍ଥୀମାନେ କାନ୍ଦିବାକୁ ଲାଗିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।