ଏହି ଜାଗାରେ ଓଲଟା ବହିଥାଏ ପାଣି ଏବଂ ଓଲଟା ଚାଲିଥାଏ ଗାଡି, ବୈଜ୍ଞାନିକମାନେ ବି ଜାଣି ପାରି ନାହାନ୍ତି ଏମିତି କେମିତି ହେଉଛି – ଦେଖନ୍ତୁ

ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ପ୍ରଗତି କରି ସାରିଲାଣି । ସବୁ କ୍ଷେତ୍ରରେ ବିଜ୍ଞାନ ଦ୍ଵାରା କରାଯାଇଥିବା ଉପଲବ୍ଧି ବିଷୟରେ ସମସ୍ତେ ଅବଗତ ଅଛନ୍ତି । କିନ୍ତୁ ଆଜି ବି ପୁରା ଦୁନିଆରେ ଏମିତି କେତେକ ସ୍ଥାନ ଏବଂ ରହସ୍ୟ ଅଛି ଯାହାଙ୍କ ବିଷୟରେ ଆଜି ବି ବିଜ୍ଞାନଙ୍କୁ କୌଣସି ପ୍ରକାରର କିଛି ସୂଚନା ନାହିଁ । ପ୍ରକୃତି ଦ୍ଵାରା କରାଯାଉଥିବା ଏହି ଅଦ୍ଭୁତ କରିସମା ଗୁଡିକ ପଛର କାରଣ ଏବଂ ତାଙ୍କର ଏହିଭଳି ହେବାର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାନ୍ତି ।

ଆଜି ଆମେ ଆପଣଙ୍କୁ ପ୍ରକୃତି ଦ୍ଵାରା କରାଯାଇଥିବା ଏକ ଏମିତି କରିସମା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ସମସ୍ତେ ଦେଖିଥିବେ କିମ୍ବା ଶୁଣିଥିବେ କି ପାଣି ଉପରୁ ତଳକୁ ପ୍ରବାହିତ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ପାଣି ଓଲଟା ଚାଲିଥାଏ ।

ଏଠି ପାଣି ଓଲଟା ପ୍ରବାହିତ ହୋଇଥାଏ

ଛତିସଗଡରେ ମୈନପାଟ ନାମକ ଏକ ଜାଗା ଅଛି ଯାହାକୁ ସେଠିକାର ଶିମଲା ମଧ୍ୟ କୁହାଯାଏ । ମୈନପାଟକୁ ତାହାର ପ୍ରାକୃତିକ ସୁନ୍ଦରତା, ତିବ୍ବତୀ ଏବଂ ଜନଜାତୀୟ ସଂସ୍କୃତି ପାଇଁ ପରିଚିତ ଅଟେ । ସେହି ଜାଗର ନାମ “ଉଲଟା ପାନି” ଅଟେ । ଏହି ଜାଗାରେ ହିଁ ପାଣି ଓଲଟା ପ୍ରବାହିତ ହୋଇଥାଏ । ଏହି ଜାଗାରେ ପାଣି କାହିଁକି ଓଲଟା ପ୍ରବାହିତ ହୋଇଥାଏ ସେହି ବିଷୟରେ ବୈଜ୍ଞାନିକ ମାନେ ରିସର୍ଚ କରୁଛନ୍ତି ।

ଉଲ୍ଟାପାନୀ ନାମକ ଏହି ଜାଗା ଅମ୍ବିକାପୁର ଠାରୁ ୫୬ କିଲୋମିଟର ଦୂରରେ ବିସରପାଣି ନାମକ ଗ୍ରାମରେ ଅବସ୍ଥିତ । ସେଠିକାର କ୍ଷତ୍ରିୟ ଭାଷାରେ ବିସରପାଣିର ଅର୍ଥ ପାଣି ଝରିବା । କହିଦେଉଛୁ ଯେ ଏଠି ପାଣି ରାସ୍ତାର କଡରେ ଚାଷ ଜମିରୁ ଗୋଟିଏ କୋଣରୁ ଝରି ପ୍ରକୃତିର ସାମାନ୍ୟ ନିୟମ ବିପରୀତ ଘାଟ ଆଡକୁ ଚଢିଥାଏ । ପାଣିର ଏହି ଓଲଟା ଧାରା ପ୍ରାୟତଃ ୨ କିଲୋମିଟର ଲମ୍ବାରେ ପ୍ରବାହିତ ହୋଇଥାଏ ।

ଗାଡି ବି ଓଲଟା ଚାଲି ଥାଏ

କହିଦେଉଛୁ ଯେ କେବଳ ପାଣି ନୁହେଁ ଏହି ରାସ୍ତାରେ ଯଦି ଆପଣ ନିଜର ଗାଡିକୁ ନ୍ଯୂଟ୍ରଲରେ ରଖି ଦେଉଛନ୍ତି ତେବେ ସେ ବି ନିଜେ ନିଜେ ଘାଟ ଆଡକୁ ଚାଲିବାକୁ ଲାଗିବ । ଏହାକୁ ଦେଖିବା ବହୁତ ରୋମାଞ୍ଚକ ପୂର୍ଣ ଅଟେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନାହିଁ ରିସର୍ଚ

ଏଠି ଏହିଭଳି ପାଣି ପ୍ରବାହିତ ହେବା ଏକ ଆଶ୍ଚର୍ଯ୍ୟଜଣକ କଥା ଅଟେ କିନ୍ତୁ ଏହା ସତ୍ବେ ବି ଏଠି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିସର୍ଚ ଟିମ ପହଞ୍ଚି ନାହାନ୍ତି । ଭୌଗିଳିକବିଦ ମାନଙ୍କର ଅନୁମାନ ଅଟେ କି ଏହା ହେବାର କାରଣ ଗୁରୁତ୍ୱାକର୍ଷଣ ଏବଂ ଚୁମ୍ବକୀୟ ଅଟେ କିନ୍ତୁ ଏହା ଏକ ଅନୁମାନ ହିଁ ଅଟେ ।

କହିଦେଉଛୁ ଯେ ଭୌଗୋଳିକ ମାନେ ପାଣି ଓଲଟା ପ୍ରବାହିତ ହେବାର ମୁଖ୍ୟ କାରଣ ଗୁରୁତ୍ୱାକର୍ଷଣ ବୋଲି କହୁଛନ୍ତି । ତାଙ୍କ କହିବା ଅନୁସାରେ ପାଣି ବିପରୀତ ଦିଗରେ ପ୍ରବାହିତ ହେବା ଚୁମ୍ବକୀୟ ଭଣ୍ଡାରକୁ ସେହି ଦିଗରେ ହେବା ହୋଇପାରେ । କାରଣ ମୈନପାଟ ଜ୍ୱାଲାମୁଖୀ ମାଳଭୂମି ଅଟେ ।