IPL 2022: ଏଥର ଆଇପିଏଲ ରେ ଟିମ୍ ମାନଙ୍କରେ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଦେଖନ୍ତୁ ଏଥର କେଉଁ ଟିମ୍ କାହାକୁ ରିଟେନ କରିବେ ଓ କାହାକୁ ରିଲିଜ କରିବେ ? ଦେଖନ୍ତୁ video

ଗତ କିଛି ଦିନ ପୂର୍ବେ ଆଇପିଏଲ ଶେଷ ହୋଇଥିବା ବେଳେ ଏବେ ପୁଣି ଆଇପିଏଲ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏଥର ଆଇପିଏଲ ରେ ଦୁଇଟି ନୂଆ ଟିମ୍ ଯୋଡି ହୋଇଥିବା ବେଳେ ମହାନିଲାମୀ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ପ୍ରତ୍ଯେକ ଦଳ କେଉଁ ଚାରୋଟି ଖେଳାଳିଙ୍କୁ ରିଟେନ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ପୁରୁଣା ୮ଟି ଦଳ ପାଖରେ ଚାରି ଜଣ ଖେଳାଳିଙ୍କୁ ରିଟେନ କରିବାର ସୁଯୋଗ ରହିଛି । ଏସବୁ ମଧ୍ୟରେ ଚମ୍ପିୟାନ ଚେନ୍ନାଇ ପୁଣି ଥରେ ଧୋନୀଙ୍କୁ ରିଟେନ କରିବ ବୋଲି ଚର୍ଚ୍ଚା ହେଉଛି ।

ଧୋନୀ ପୂର୍ବରୁ ନିଜ ବୟାନ ଦ୍ଵାରା ସଂକେତ ଦେଇଥିଲେ ଯେ ଦଳ ତାଙ୍କୁ ଆଗାମୀ ଆଇପିଏଲ ପାଇଁ ରିଟେନ କରିପାରେ । କାରଣ ଧୋନୀ କହିଥିଲେ ଚେନ୍ନାଇରେ ହିଁ ଶେଷ ଟି-୨୦ ମ୍ଯାଚ ଖେଳିବେ । ଧୋନୀଙ୍କ ଅଧିନାୟକତାରେ ଚେନ୍ନାଇ ଚାରି ଥର ଚମ୍ପିୟାନ ହୋଇପାରିଛି । ତେଣୁ ଧୋନୀଙ୍କୁ ଦଳ ଏତେ ସହଜରେ ଛାଡିବାକୁ ଚାହୁଁନାହିଁ । ଜା-ତୀ-ୟ ଗ-ଣ-ମା-ଧ୍ୟ-ମ-ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚେନ୍ନାଇ ଆଗାମୀ ଆଇପିଏଲ ପାଇଁ ଧୋନୀଙ୍କୁ ରିଟେନ କରିପାରେ ।

ତେବେ ଧୋନୀଙ୍କ ବ୍ଯତୀତ ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଇକୱାଡ ଓ ମୋଇନ ଅଲ୍ଲୀଙ୍କୁ ରିଟେନ କରିପାରେ ଚେନ୍ନାଇ । ମୋଇନ ଅଲ୍ଲୀଙ୍କ ସ୍ଥାନରେ ଶାମ କୁରନଙ୍କୁ ମଧ୍ୟ ଦଳ ରିଟେନ କରିବାର ସମ୍ଭାବନା ଥିବା କୁହାଯାଉଛି । କିନ୍ତୁ ରାଇନାଙ୍କୁ ରିଟେନ କରିବାର ସେଭଳି ସଂକେତ ମିଳିନାହିଁ । ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ଵ ଦେଇଥିବାରୁ ଶ୍ରେୟସ ଆୟରଙ୍କୁ ରିଲିଜ କରିବାର ସମ୍ଭାବନା ରହିଛି । ପନ୍ତଙ୍କ ସହ ପୃଥିବୀ ଶ, ଅକ୍ଷର ପଟେଲ ଓ ନୋକିଆଙ୍କୁ ଦଳ ରିଟେନ କରିପାରେ ।

ନଭେମ୍ବର ୩୦ ତାରିଖ ମଧ୍ୟରେ କେଉଁ ଦଳ କେଉଁ ଖେଳାଳିଙ୍କୁ ରିଟେନ କରିଛନ୍ତି ତାହାର ତାଲିକା ପ୍ରଦାନ କରିବେ । ଏହି ପ୍ରକ୍ରିୟା ପୁରା ହେବା ପରେ ଆସନ୍ତା ମାସରେ ମେଗା ନିଲାମୀ ହେବ । ଏଥିରେ ଦୁଇ ନୂଆ ଦଳ ଅହମଦାବାଦ ଓ ଲକ୍ଷ୍ନୌ ମଧ୍ୟ ସାମିଲ ହେବେ । ଚର୍ଚ୍ଚା ଅନୁଯାୟୀ ପଞ୍ଜାବ ଟିମ୍ ର ଅଧିନାୟକ କେ.ଏଲ ରାହୁଲ ଲକ୍ଷ୍ନୌ ଟିମ୍ ର ମଙ୍ଗ ଧରିପାରନ୍ତି । ସେହିପରି ସୁରେଶ ରାଇନାଙ୍କୁ ମଧ୍ୟ ନୂଆ ଦଳରେ ଦେଖିବାକୁ ମିଳିପାରେ ।

ସର୍ବାଧିକ ଥର ଚମ୍ପିୟାନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସହ, ଯଶପ୍ରିତ ବୁମରାହ, ଇଶାନ କିଶାନଙ୍କୁ ରିଟେନ କରିପାରେ । ପୋଲାର୍ଡଙ୍କୁ ମଧ୍ୟ ରିଟେନ କରିବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି ବୋଲି ଶୁଣିବାକୁ ମିଳୁଛି । ଏହାଛଡା ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ମହାନିଲାମୀରେ ପୁଣି ଥରେ ଦଳ କିଣିବାକୁ ଉଦ୍ୟମ କରିପାରେ । କିନ୍ତୁ ପାଣ୍ଡ୍ୟା ବଦର୍ସଙ୍କୁ ଦଳ ରିଲିଜ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

ସେହିପରି କଲିକତା ଟିମ୍ ମଧ୍ୟ ସୁନୀଲ ନାରନ ଓ ଆନ୍ଦ୍ରିୟ ରସେଲଙ୍କୁ ଦଳରେ ରିଟେନ କରିବାର ସମ୍ଭାବନା ରହିଛି । ଭେଙ୍କଟେଶ ଆୟର ଓ ଶୁଭମାନ ଗିଲ୍ ଙ୍କୁ ନେଇ ଦଳ ବଡ ନିଷ୍ପତ୍ତି ନେଇପାରେ । ସେହିଭଳି ବାଙ୍ଗାଲୋର ଟିମ୍ କୋହଲି, ମ୍ୟାକ୍ସୱେଲ ଓ ଚହଲଙ୍କୁ ରିଟେନ କରିପାରେ । ଡେଭିଲିୟର୍ସ କ୍ରିକେଟରୁ ସନ୍ନ୍ୟାସ ନେଇଥିବାରୁ ଦଳ ଆଉ ଜଣେ ବ୍ୟାଟରଙ୍କୁ ରିଟେନ କରିପାରେ । ଏଥିରେ ଦେବିଦତ୍ତ ପାଡିକଲଙ୍କ ନାଁ ଆଗରେ ରହିଛି ।

ହାଇଦ୍ରାବାଦ ରସିଦ ଖାନଙ୍କୁ ରିଟେନ କରିବାର ସମ୍ଭାବନା ରହିଥିବା ବେଳେ ରାଜସ୍ଥାନ କାହାକୁ ରିଟେନ କରିବ ସେନେଇ କୌଣସି ସଂକେତ ମିଳିନାହିଁ । ଦୁଇଟି ନୂଆ ଖେଳାଳିଙ୍କ ସହ ୨୦୨୨ ଆଇପିଏଲ ଭାରତରେ ଖେଳାଯିବ ବୋଲି ବିସିସିଆଇ ସଚିବ ଜୟ ଶାହ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।