ଏଥର ବି ଲୋକସଭା ବିନା “ନେତା ପ୍ରତିପକ୍ଷ” ହିଁ ରହିବ, ଜାଣନ୍ତୁ କଣ କହୁଛି ଏହି ନିୟମ

ଦୁନିଆର ସବୁଠୁ ବଡ ଲୋକତନ୍ତ୍ରର ଲୋକସଭାକୁ ଏଥର ବି ନେତା ପ୍ରତିପକ୍ଷ ମାନେ ଏଲଓପୀ ମିଳି ନାହିଁ । ଗତ ଲୋକସଭା ବି ବୀନା ଏଲଓପୀରେ ଚାଲିଥିଲା । ଏଲଓପୀ ହେବାର ଶର୍ତ ଏହା ଅଟେ କି ଲୋକସଭା ସିଟ ପାଇଁ କମ ରୁ କମ ୧୦ ପ୍ରତିଶତ ସିଟ ବିପକ୍ଷର କୌଣସି ପାର୍ଟି ପାଖରେ ଥିବା ଦରକାର । ଲୋକସଭାର ତୋଟାଳ ସିଟ ୫୪୩ ଅଟେ ।

ଏମିତିରେ ନେତା ପ୍ରତିପକ୍ଷ ହେବା ପାଇଁ କମ ରୁ କମ ୫୪ ସିଟ ହେବା ଦରକାର ହୋଇଥାଏ । କିନ୍ତୁ ଏଥର ବି ବିପକ୍ଷର ବଡ ପାର୍ଟି କଂଗ୍ରେସକୁ ବି ୫୪ ସିଟ ମିଳି ନାହିଁ । ୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନରେ ବି କଂଗ୍ରେସକୁ ମାତ୍ର ୪୪ ଟି ସିଟ ମିଳିଥିଲା । ଯେଉଁ କାରଣରୁ ତାକୁ ନେତା ପ୍ରତିପକ୍ଷର ପଦ ମିଳି ପାରିଲା ନାହିଁ । କିନ୍ତୁ କଂଗ୍ରେସ ନିଜର ବରିଷ୍ଠ ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କୁ ସଂସଦରେ ପାର୍ଟିର ନେତା ବାଛି ଥିଲେ କିନ୍ତୁ ତାଙ୍କୁ ‘ନେତା ପ୍ରତିପକ୍ଷ’ ମିଳିଲା ନାହିଁ ।

୨୦୧୪ ପୂର୍ବରୁ ବି ଲୋକସଭା ବିନା ନେତା ପ୍ରତିପକ୍ଷ ରହିଛି

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ନେତା ପ୍ରତିପକ୍ଷର ଅହମ ଭୂମିକା ହୋଇଥାଏ । ଏମିତି ନୁହେଁ କି ନରେନ୍ଦ୍ର ମୋଦୀ ଆସିବା ପରେ ବିପକ୍ଷର କୌଣସି ପାର୍ଟିକୁ ନେତା ପ୍ରତିପକ୍ଷ ପାଇଁ ସିଟ ମିଳି ନାହିଁ । ଏହା ପୂର୍ବରୁ ବି ଲୋକସଭା ବିନା ନେତା ପ୍ରତିପକ୍ଷ ଚାଲିଛି । ୧୯୬୯ ପର୍ଯ୍ୟନ୍ତ ଲୋକସଭାରେ ବି ନେତା ପ୍ରତିପକ୍ଷ ରହି ନ ଥିଲା । ୧୯୭୯ ରୁ ୧୯୮୯ ସପ୍ତମ ଓ ଅଷ୍ଟମ ନିର୍ବାଚନରେ ବି ଲୋକସଭା ବିନା ନେତା ପ୍ରତିପକ୍ଷରେ ରହି ଥିଲା ।

ନେତା ପ୍ରତିପକ୍ଷ ସହ ଜଡିତ ନିୟମ କଣ ଅଟେ ?

ଦେଶର ପ୍ରଥମ ଲୋକସଭା ଅଧ୍ୟକ୍ଷ ଜୀ ବୀ ମାବଲଂକର ସମୟରୁ ଏହି ନିୟମ ହୋଇଥିଲା କି ନେତା ପ୍ରତିପକ୍ଷ ପାଇଁ ସଦନରେ ବିପକ୍ଷ ଦଳ ପାଖରେ କମ ରୁ କମ ୧୦ ପ୍ରତିଶତ ସିଟ ଥିବା ଦରକାର । ସେହି ନିୟମକୁ “ମାବଲଂକର ନିୟମ’ ବି କୁହାଯାଏ । ୧୯୭୭ରେ ପ୍ରତିପକ୍ଷ ନେତାର ବେତନ – ଭତ୍ତାକୁ ନେଇ ବି ଏକ ଆଇନ ହୋଇଥିଲା । ଏହି ଆଇନରେ କୁହାଯାଇଥିଲା କି ପ୍ରତିପକ୍ଷଦଳ ଗୁଡିକ ମଧ୍ୟରେ ସବୁଠୁ ବଡ ପାର୍ଟିର ନେତାକୁ ଲୋକ ସଭାଧ୍ୟକ୍ଷ ମାନ୍ୟତା ଦିଆଯିବ ।

ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।