ଏଠି ହେଇଥାଏ କିନ୍ନରଙ୍କ ବିବାହ ଓ ତା ପର ଦିନ ହିଁ ହେଇ ଯାଆନ୍ତି ବିଧବା

କିନ୍ନରଙ୍କର ନାମ ନେବା ମାତ୍ରେ ହିଁ ଆମ୍ଭମାନଙ୍କ ମୁଣ୍ଡରେ ସେମାନଙ୍କ ପ୍ରତି ଏକ ଅପବିତ୍ର ଛବି ଚାଲିଆସେ । କିନ୍ନରମାନଙ୍କ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ, ଏମାନେ ନା ହିଁ ପୁରୁଷ ଅଟନ୍ତି ଓ ନା ହିଁ ସ୍ତ୍ରୀ ଅଟନ୍ତି । ସେଥିପାଇଁ ଏମାନେ ବିବାହ କରି ପାରିବେ ନାହିଁ । ଏମିତିରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗୋଟିଏ ସ୍ଥାନରେ କିନ୍ନରମାନେ ଗୋଟିଏ ରାତି ପାଇଁ ବିବାହ କରିଥାନ୍ତି ।

ପୌରାଣିକ କଥା ଗୁଡିକରେ କିନ୍ନରମାନଙ୍କୁ ଏକ ଅଲଗା ଓ ଦିବ୍ୟ ସ୍ଥାନ ଦିଆ ଯାଇଛି । ଏଠି ସମସ୍ତଙ୍କର ପରମ୍ପରା ଅଲଗା ହୋଇଥାଏ ଅନ୍ୟ ପଟେ କିନ୍ନରମାନଙ୍କର ପରମ୍ପରା ବି ଅଲଗା ଓ ଅଳ୍ପ ଭିନ୍ନ ହୋଇଥାଏ । ଏମିତି ହିଁ ଏକ ପରମ୍ପରା ଅଛି ତାମିଲନାଡୁର ଏହି ଗ୍ରାମରେ । ଯେଉଁଠି ଆଜି ବି ଏକ ଏମିତି ଉତ୍ସବ ପାଳନ କରାଯାଇଥାଏ, ଯେଉଁଥିରେ ସମସ୍ତ କିନ୍ନରମାନେ ଭାଗ ନେଇଥାନ୍ତି ।

କହିଦେଉଛୁ କି ତାମିଲନାଡୁର ବିଲ୍ଲୀପୁରମର କୂୱାଗମ ଗ୍ରାମରେ ଭଗବାନ ଅରୱନ ପାଇଁ ଏକ ବିଶେଷ ଉତ୍ସବ ହୋଇଥାଏ, ଯେଉଁଥିରେ ସମସ୍ତ କିନ୍ନର ତାଙ୍କ ସହିତ ବିବାହ କରିଥାନ୍ତି ଓ ଏହା ପରେ ତାହା ପର ଦିନ ବିଧବା ବି ହୋଇ ଯାଆନ୍ତି ।

ପୌରଣିକ କଥାର ମାନ୍ୟତା

ଏହି କଥା ଏକ ପୌରଣିକ କଥାରୁ ଆରମ୍ଭ ହୋଇଥାଏ । ଯେଉଁଠି ମହାଭାରତ ଯୁଦ୍ଧ ପୂର୍ବରୁ ଏକ ଭବିଷ୍ୟବାଣୀ ହୋଇଥିଲା କି ପାଣ୍ଡବମାନେ ଯୁଦ୍ଧ ହାରିଯିବେ । ପାଣ୍ଡବମାନେ ଏହି ଭବିଷ୍ୟବାଣୀରେ ଚିନ୍ତିତ ହୋଇ ଏକ ଜ୍ୟୋତିଷ ପାଖକୁ ଗଲେ । ଯେଉଁଠି ଜ୍ୟୋତିଷ ତାଙ୍କୁ ମାତା କାଳୀଙ୍କ ସାମ୍ନାରେ ଗୋଟିଏ ମନୁଷ୍ୟର ବଳି ଦେବା ପାଇଁ କହିଥିଲେ ।

କୌଣସି ରାଜକୁମାର ଯେତେବେଳେ ଆଗକୁ ଆସିଲେ ନାହିଁ ତେବେ ଅରୱନ କହିଲେ କି ସେ ବଳି ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସେ ଏକ ସର୍ତ୍ତ ରଖିଲେ କି ସେ ବିନା ବିବାହ କରି ବଳି ଚଢିବେ ନାହିଁ । ପାଣ୍ଡବମାନଙ୍କ ପାଖରେ ସମସ୍ୟା ଆସିଗଲା କି ଗୋଟିଏ ଦିନ ପାଇଁ କେଉଁ ରାଜକୁମାରୀ ଅରୱନ ସହ ବିବାହ କରିବ ଓ ତାହା ପର ଦିନ ବିଧବା ହୋଇଯିବ ।

ଏହି ସମସ୍ୟାର ସମାଧାନ ଶ୍ରୀ କୃଷ୍ଣ ବାହାର କରିଲେ । ଶ୍ରୀ କୃଷ୍ଣ ନିଜେ ମୋହିନୀ ରୂପ ଧାରଣ କରି ଆସିଲେ ଓ ସେ ଅରୱନ ସହ ବିବାହ କରିଲେ । ତାହା ପର ଦିନ ଅରୱନଙ୍କର ବଳି ଦିଆଗଲା ଓ ଶ୍ରୀ କୃଷ୍ଣ ବିଧବା ହୋଇ ବିଳାପ କରିଲେ । ଏହି ଘଟଣାକୁ ମନେ ପକାଇ କିନ୍ନରମାନେ ଅରୱନଙ୍କୁ ନିଜର ଭଗବାନ ମାନନ୍ତି ଓ ଗୋଟିଏ ରାତି ପାଇଁ ବିବାହ କରନ୍ତି ।

କିନ୍ନରମାନଙ୍କର ହୋଇଥାଏ ଭଗବାନ ଅରୱନଙ୍କ ସହ ବିବାହ

ସେହି ସମୟରୁ ଏହି ପ୍ରଥା ଚାଲି ଆସୁଛି ଓ ଏହି ପର୍ବକୁ କିନ୍ନରମାନେ ୧୮ ଦିନ ପର୍ଯ୍ୟନ୍ତ ମାନନ୍ତି । ଅରୱନଙ୍କୁ କୋତାଂଡୱାର ରୂପରେ ପୂଜା କରାଯାଏ । ଏଠି ସମସ୍ତ କିନ୍ନରମାନେ ମୋହିନୀ ରୂପରେ ପ୍ରସ୍ତୁତ ହୁଅନ୍ତି ଓ ଭଗବାନ ଅରୱନଙ୍କୁ ନିଜର ସ୍ଵାମୀ ରୂପରେ ମାନନ୍ତି । ଯେଉଁଠି ପଣ୍ଡିତମାନେ ତାଙ୍କୁ ଏକ ଧାର୍ମିକ ରକ୍ଷା ସୂତା ବାନ୍ଧନ୍ତି । କିନ୍ତୁ ଗୋଟିଏ ଦିନ ପାଇଁ କିନ୍ନର ଭଗବାନ ଅରୱନଙ୍କ ସହ ବିବାହ କରନ୍ତି ଓ ପ୍ରଥା ଅନୁସାରେ ତାହା ପର ଦିନ ଅରୱନଙ୍କର ମୁର୍ତ୍ୟୁ ପରେ କିନ୍ନର ମାନେ ବିଧବା ହୋଇ ଯାଆନ୍ତି ।

ବିଧବା କିନ୍ନରମାନେ ଧଳା ଶାଢୀ ପିନ୍ଧି ୧୦ ଦିନ ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରନ୍ତି । କୁୱାଗମର ଏହି ଉତ୍ସବ କିନ୍ନରମାନଙ୍କ ପାଇଁ ବହୁତ ବଡ ପର୍ବ ଅଟେ । ଏହି ପ୍ରଥାକୁ ପାଳନ କରିବା ପାଇଁ କିନ୍ନରମାନେ ଏଠି ଦୂର ଦୂରରୁ ଆସିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।