ଏଠି ଗୋଟିଏ ରୁ ଅଧିକ ବିବାହ କରିଲେ ଉପହାର ଦେଇଥାଏ ସରକାର, ନିୟମ ଓ ସର୍ତ୍ତ ବି ଜାଣି ନିଅନ୍ତୁ

ବିବାହ ସମସ୍ତଙ୍କ ପାଇଁ ସବୁଠୁ ଖାସ ହୋଇଥାଏ । ଏମିତି କୁହାଯାଏ କି ବିବାହ ଜୀବନରେ ଥରେ ହିଁ ହୋଇଥାଏ ସେଥିପାଇଁ ଏହି ନିଷ୍ପତିକୁ ସବୁବେଳେ ବୁଝିସୁଝି ହିଁ ନେବା ଉଚିତ । କିନ୍ତୁ ଆପଣମାନେ ଯେମିତି ଜାଣିଛନ୍ତି କି ଭାରତ ଓ ଅନ୍ୟ କେତେକ ଦେଶରେ ଦ୍ଵିତୀୟ ବିବାହକୁ ଭୁଲ ବୋଲି କୁହାଯାଏ । ଡିଭୋର୍ସ ନେବା ପରେ କିମ୍ବା ପତ୍ନୀର ମୁର୍ତ୍ୟୁ ପରେ ଆପଣ ଦ୍ଵିତୀୟ ବିବାହ କରି ପାରିବେ ।

କିନ୍ତୁ UAE (ସଂଯୁକ୍ତ ଅରବ ଅମୀରାତ)ର ଏହି ବିଷୟରେ ଚିନ୍ତାଧାରା ଅଳ୍ପ ଅଲଗା ଅଟେ । ଏହି ଦେଶର ସରକାର ଚାହାନ୍ତି କି ତାଙ୍କର ନାଗରିକମାନେ ଏକ ରୁ ଅଧିକ ପତ୍ନୀ ରଖନ୍ତୁ । ଏତିକି ନୁହେଁ ଏହି କାମକୁ ପ୍ରୋତ୍ସାହନ ଦେବା ପାଇଁ ସେମାନେ ଉପାହର ବି ଦେଇଥାନ୍ତି ।

ଗୋଟିଏରୁ ଅଧିକ ପତ୍ନୀ ରଖିବା ଉପରେ ମିଳିବ ଘର ଓ ଭତ୍ତା

କହିବାକୁ ଗଲେ UAEର ସରକାର ବର୍ତ୍ତମାନ ହିଁ ଘୋଷଣା କରିଛନ୍ତି କି ତାଙ୍କ ଦେଶର ନାଗରିକମାନେ ଯଦି ଗୋଟିଏ ରୁ ଅଧିକ ପତ୍ନୀ ରଖୁଛନ୍ତି ତେବେ ତାଙ୍କୁ ଅତିରିକ୍ତ ଘର ଓ ଭତ୍ତା ଦିଆଯିବ । ଅର୍ଥାତ ସେମାନେ ଯଦି ଗୋଟିଏରୁ ଅଧିକ ବିବାହ କରୁଛନ୍ତି ତେବେ ଉପହାର ସ୍ୱରୂପ ତାଙ୍କୁ ଘର ଓ ଭତ୍ତା ପ୍ରଦାନ କରାଯିବ ।

ଏହି କାରଣରୁ ଦିଆଯାଉଛି ଉପହାର

କହିବାକୁ ଗଲେ UAE ସରକାର ଏହି ନିର୍ଣ୍ଣୟ ଦେଶରେ ଥିବା ଅବିବାହିତ ଝିଅମାନଙ୍କର ସଂଖ୍ୟାକୁ ଦେଖି ନେଇଛନ୍ତି । ଏଠି ଏମିତି ବହୁତ ଯୁବତୀ ଅଛନ୍ତି ଯେଉଁମାନଙ୍କର ବିବାହ ହୋଇ ପାରୁ ନାହିଁ । ଏମିତିରେ ତାଙ୍କୁ ସେଟଲ କରିବା ପାଇଁ UAE ସରକାର ଲୋକମାନଙ୍କୁ ଉପହାର ଦେଇ ଦ୍ଵିତୀୟ ବିବାହ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ଏହା ଅଟେ ନିୟମ ଓ ସର୍ତ୍ତ

UAEର ମିଡିଆ ହାଉସ ଖଲୀଜ ଟାଇମ୍ସ ଅନୁସାରେ UAEର ବିକାଶ ମନ୍ତ୍ରୀ ଡା. ଅବ୍ଦୁଲ୍ଲା ବେଲହୈଫ ଅଲ ନୁଈମୀ ଏହି ନୂତନ ଯୋଜନାର ଘୋଷଣା ଫେଡରଲ ନେଶନଲ କାଉନ୍ସିଲ (FNC)ର ସମାରୋହ ସମୟରେ କରିଛନ୍ତି । ଏହି ଯୋଜନା ଅନୁସାରେ ଦୁଇଟି ପତ୍ନୀ ରଖୁଥିବା ବ୍ୟକ୍ତିକୁ ଶେଖ ଜାୟଦ ହାଉସିଂଗ କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ଓ ଭତ୍ତା ଦିଆଯାଇବ । ଏହି ଘର ଦ୍ଵିତୀୟ ପତ୍ନୀ ପାଇଁ ଅଲଗା ରୂପରେ ଦିଆଯିବ ।

ମାନେ ପ୍ରଥମ ପତ୍ନୀ ପାଇଁ ଦିଆଯାଉଥିବା ଘର ଓ ଭତ୍ତା ଜାରି ରହିବ । ଏହାର ଖାସ ସର୍ତ୍ତ ଏହା ଅଟେ କି ଦ୍ଵିତୀୟ ପତ୍ନୀର ରହିବାର ବ୍ୟବସ୍ଥା ପ୍ରଥମ ପତ୍ନୀ ଭଳି ହିଁ ହୋଇଥିବା ଦରକାର । ଏହା ସହିତ ଏହି ଘର ଓ ଭତ୍ତା ସେତେ ଦିନ ପର୍ଯ୍ୟନ୍ତ ଦିଆଯିବ ଯେତେ ଦିନ ପର୍ଯ୍ୟନ୍ତ ଆପଣ ନିଜର ଦୁଇ ଜଣ ପତ୍ନୀଙ୍କ ସହିତ ସମ୍ପର୍କ ରଖିଥିବେ । UAEରେ ଆଶା କରାଯାଉଛି କି ଏହି ଯୋଜନା ଦ୍ଵାରା ଦେଶରେ ଅବିବାହିତ ମହିଳାମାନଙ୍କର ସଂଖ୍ୟା କମ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।