ପାଚନ ଶକ୍ତି ବଢାନ୍ତୁ, ଗ୍ୟାସ, ଏସିଡିଟି ଓ ଅନେକ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଆନ୍ତୁ, ଜାଣନ୍ତୁ କେମିତି

ଆମ ଶରୀରର ସବୁ ଗତି ବିଧି ଆମ ପାଚନ କ୍ରିୟା ସହିତ ସମ୍ପୃକ୍ତ ଥାଏ । ଏଥିପାଇଁ ପାଚନ ପ୍ରକ୍ରିୟାରେ ଗଡବଡ ହେଲେ ଆମ ତ୍ଵଚ୍ଚା, ବାଳ, ଆଖି, ମସ୍ତିସ୍କ ଓ ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ପାଚନ ପକ୍ରିୟାରେ ଅଲଗା ଅଲଗା ଇଣ୍ଟରନାଲ ଅରଗାନ ଏକ ସହିତ କାମ କରିଥାନ୍ତି ଓ ଖାଉଥିବା ଖାଦ୍ୟକୁ ପଚାଇ ଏଥିରେ ଥିବା ଜରୁରୀ ପୋଷକ ତତ୍ତ୍ଵରୁ ଶରୀରରକୁ ଏନର୍ଜି ପ୍ରଦାନ କରିଥାନ୍ତି ।

ଯଦି ଭୋଜନ ବହୁତ ଜଲ୍ଦି ବା ବହୁତ ଡେରିରେ ହଜମ ହୋଇଥାଏ, ଯେତେ ଖାଇଲେ ମଧ୍ୟ ଶରୀରରେ ଲାଗେ ନାହିଁ, ବାରମ୍ବାର ବା ବହୁତ କମ ଭୋକ ଲାଗିବା, ସକାଳେ ଉଠିଲେ ପେଟ ସଫା ନ ହେବା, ଦିନ ସାରା ବାରମ୍ବାର ଫ୍ରେସ ହେବା ପାଇଁ ଯିବା, ଏହା ସବୁ ପାଚନ କମଜୋରି ର ଲକ୍ଷଣ ହୋଇଥାଏ । ଯାହା ବହୁତ ପ୍ରକାରର ରୋଗର କାରଣ ହୋଇଥାଏ । ଆଜି ଆମେ ଜାଣିବା କିଛି ଜରୁରୀ ଟିପ୍ସ ଓ କିଛି ଭଲ ଘରୋଇ ଉପଚାର ବିଷୟରେ ଯାହା ଦ୍ଵାରା ଆପଣଙ୍କ ପାଚନ ଶକ୍ତି ମଝବୁତ ହୋଇଯିବ ।

ପାଚନ କମଜୋରି ର ମୁଖ୍ୟ କାରଣ ହୋଇଥାଏ ପେଟରେ ଭଲ ବ୍ୟାକ୍ଟେରିଆର ଅଭାବ ହେବା ଯାହା ଦ୍ଵାରା ପେଟରେ ଭୋଜନକୁ ହଜମ କରୁଥିବା ପାଚକ ରସ ର ଅଭାବ ହୋଇଥାଏ ଓ ଭୋଜନ ଠିକ ଭାବରେ ହଜମ ହୁଏ ନାହିଁ ।

ଘରୋଇ ଉପଚାର

୧. ଦହି ଓ ଜୀରା ର ସେବନ ପେଟରେ ଭଲ ବ୍ୟାକ୍ଟେରିଆକୁ ବଢାଇଥାଏ ଓ ପାଚନ ସ୍ଥିତିକୁ ସୁଧାରିବାରେ ବହୁତ ଲାଭକାରୀ ହୋଇଥାଏ । ଗୋଟିଏ କପ ଦହିରେ ଗୋଟିଏ ଚାମଚ ମିଶ୍ରି ପାଉଡର , ଅଧା ଚାମଚ ଜୀରା ଗୁଣ୍ଡ ଓ ଅଳ୍ପ ବ୍ଲାକ ସଲ୍ଟ ମିଶାଇ ପ୍ରତିଦିନ ଖାଇବା ପରେ ଏହାର ସେବନ କରିବା ଦ୍ଵାରା ଶରୀରରେ ଭଲ ବ୍ୟାକ୍ଟେରିଆ ମାତ୍ରା ବଢିଥାଏ ଓ ପାଚନ ପାଚନ ଶକ୍ତି ମଝବୁତ ହୋଇଥାଏ ।

୨. ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବା ଦ୍ଵାରା ପାଚନ ପ୍ରକ୍ରିୟା ବଢିଥାଏ ତା ସହିତ ଏହା ଆମ ଶରୀରରେ ମେଟାବୋଲିଜିମ ବଢାଇଥାଏ ଓ ପେଟକୁ ଥଣ୍ଡା ରଖିଥାଏ ।

୩. ଖାଦ୍ୟ ଖାଇବା ପୂର୍ବରୁ ଏକ କପ ପାଣିରେ ଏକ ଚାମଚ ଅଦା ରସ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ସେବନ କରିବା ଦ୍ଵାରା ଆମ ଶରୀରରେ ପାଚନ ରସ ଭରପୁର ମାତ୍ରାରେ ପ୍ରସ୍ତୁତ ହୋଇଥାଏ ଓ ଖାଦ୍ୟ ସହଜରେ ହଜମ ହୋଇଥାଏ ।

୪. ରାତିର ଭୋଜନର ୧ ବା ୨ ଘଣ୍ଟା ପରେ ହଳଦୀ ବାଲା କ୍ଷୀରର ସେବନ କରନ୍ତୁ । ଏହା ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ ଓ ସକାଳେ ପେଟ ଭଲ ଭାବେ ସଫା ହୋଇଥାଏ ।

କିଛି ଜରୁରୀ ଟିପ୍ସ

୧. ସବୁବେଳେ ଭୋଜନ ଧୀରେ ଧୀରେ ଓ ଭଲ ଭାବେ ଚୋବାଇ ଚୋବାଇ ଖାଆନ୍ତୁ ।

୨. ଗୋଟିଏ ଦିନରେ ୬-୭ ଲିଟର ପାଣି ଅବଶ୍ୟ ପିଅନ୍ତୁ ।

୩. ଭୋଜନ ଏକ ନିର୍ଧାରିତ ସମୟରେ ଖାଆନ୍ତୁ ।

୪. ମଇଦାରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବହୁତ କମ ସେବନ କରନ୍ତୁ ।

୪. ପ୍ୟାକେଟ ରେ ଉପଲବ୍ଧ ଥିବା ପ୍ରିଜରବେଟିଭ ଫୁଡ କମ ସେବନ କରନ୍ତୁ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।