ଏହି 6ଟି ଜିନିଷ ଉପରେ କେବେବି ଅଧିକ ନିର୍ଭର କରନ୍ତୁ ନାହିଁ, ନେହେଲେ ପୁରା ଜୀବନ କାନ୍ଦୁଥିବେ -Shukra Niti

ଏହି ସଂସାରରେ ସମସ୍ତେ କୋୖଣସି ନା କୌଣସି ବସ୍ତୁ, ବ୍ୟକ୍ତି ଓ ସ୍ଥିତି ଉପରେ ନିର୍ଭର ରହିଥାଏ ଏବଂ ସବୁ ବେଳେ ସେ ତାହାରି ଉପରେ ହିଁ ନିର୍ଭର ରହିବାକୁ ଇଚ୍ଛା କରିଥାଏ । କହିବାକୁ ଗଲେ ଦୈତ୍ୟ ଗୁରୁ ଶୁକ୍ରଚାର୍ଯ୍ୟ ମନୁଷ୍ୟ ମାନଙ୍କ ପାଇଁ ଏପରି ୬ ଟି କଥା କହିଛନ୍ତି ଯିଏକି ସମୟ ଆସିଲେ ଆମର ସାଥ ଛାଡି ଦିଏ । ସେଥିପାଇଁ ଆମକୁ ତାଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ନିର୍ଭର ରହିବା ଉଚିତ ନୁହେଁ । ନଚେତ ସମୟ ଆସିଲେ ଆମକୁ ବହୁତ କଷ୍ଟ ଅନୁଭବ ଜରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଶୁକ୍ରଚାର୍ଯ୍ୟଙ୍କ ନୀତି ଅନୁସାରେ ସେହି ୬ ଟି ଜିନିଷ କଣ ଅଟେ ।

ଯୌବନ

ସାଧାରଣତଃ ନାରୀ ହେଉ କି ପୁରୁଷ ହେଉ ତାକୁ ତାହାର ଯୌବନ ଉପରେ ଗର୍ବ ଥାଏ । ପୁରୁଷ ନିଜ ବାହୁ ବଲ ପ୍ରତି ଓ ନାରୀ ନିଜ ସୁନ୍ଦରତା ପ୍ରତି ଗର୍ବ କରିଥାଏ । କିନ୍ତୁ ଏହା ସବୁବେଳେ ରୁହେ ନାହିଁ । ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ଦିନେ ନନାଦିନେ ଏହି ଯବାନ ଅବସ୍ଥା ଲୋପ ପାଇ ଯିବ ସେତେବେଳେ ଆପଣଙ୍କୁ ଏହି ଅବସ୍ଥା ମନେ ପଡିବ ଓ ଆପଣ ସେତେବେଳେ ବହୁତ ଦୁଃଖିତ ହେବେ । ସେଥିପାଇଁ ଆପଣଙ୍କୁ ନିଜର ଯବାନ ଅବସ୍ଥା ଉପରେ ନିର୍ଭର କିମ୍ବା ଗର୍ବ କରିବା ଉଚିତ ନୁହେଁ ।

ଲକ୍ଷ୍ମୀ

ଲକ୍ଷ୍ମୀଙ୍କ ସ୍ଵଭାଵ ବହୁତ ଚଞ୍ଚଳ ହୋଇଥାଏ । ସେ କେବେ ବି ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ । ସେ ଆଜି ଏଠି ତ କାଲି ଅନ୍ୟ କେଉଁଠି । ସେଥିପାଇଁ ଯେଉଁ ବ୍ୟକ୍ତି ଲକ୍ଷ୍ମୀ କିମ୍ବା ଟଙ୍କା ଉପରେ ନିର୍ଭର ଥାଏ ଓ ସେ ଚିନ୍ତା କରେ କି ସବୁ କାମ ଟଙ୍କା ଦ୍ୱାରା କରିବ ତେବେ ସେ ଭୁଲ ଅଟେ । ତାକୁ ବୁଝିବା ଉଚିତ କି ଟଙ୍କା ଦିନେ ନା ଦିନେ ତା ପାଖରୁ ଚାଲିଯିବ ସେଥିପାଇଁ ତାକୁ ସାତ୍ଵିକ ଜୀବନ ଶୈଳୀକୁ ବାଛିବା ଉଚିତ ଓ ଏଥିରେ ତାକୁ ସୁଖ ପ୍ପ୍ରାପ୍ତି ହେବ ।

ମନ

ମନୁଷ୍ୟ ମନ ସବୁବେବେଳେ ଗୋଟିଏ କଥାରେ ସହମତ ହୋଇ ରୁହେ ନାହିଁ । ମନ ହୁଏତ ଏବେ ଆପଣଙ୍କୁ ସପୋର୍ଟ କରିବେ ତ ଆଉ କିଛି ସମୟ ପରେ ଆପଣଙ୍କ  ବିରୁଦ୍ଧରେ ଯାଇ ପାରନ୍ତି । ସେଥିପାଇଁ ମନର ବଶୀଭୂତ ନ ହୋଇ ଧ୍ୟାନ ଓ ଯୋଗ ମାଧ୍ୟମରେ ମନକୁ ନିୟନ୍ତ୍ରଣ କରିବା ଉଚିତ ।

ବ୍ୟକ୍ତିର ଛାଇ

ଏହି ସଂସାରରେ ସମସ୍ତେ କୌଣସି ନା କୌଣସି ବ୍ୟକ୍ତି ଉପରେ ବିଶ୍ଵାସ କରିଥାନ୍ତି । ସେ ଆମ ବାପା, ମା, ଭାଇ, ଭଉଣୀ, ସାଙ୍ଗ ଇତ୍ୟାଦି । କିନ୍ତୁ କେହି ବି ସବୁଦିନ ପର୍ଯ୍ୟନ୍ତ ସାଥ ଦିଅନ୍ତି ନାହିଁ । କାରଣ ମନୁଷ୍ୟର ଛାଇ ବି ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାହାରି ସାଙ୍ଗରେ ଥାଏ । ସେଥିପାଇଁ  ନିଜର ଆତ୍ମ ବିଶ୍ୱାସକୁ ଦୃଢ଼ କରି ଆଗକୁ ବଢ଼ିବା ଉଚିତ ।

ଅଧିକାର

ସବୁ ବ୍ୟକ୍ତିକୁ ନିଜ ପଦ ପଦବୀ ଉପରେ ଗର୍ବ ଥାଏ କିନ୍ତୁ ଏହି ପଦ ପଦବୀକୁ ଦିନେ ନା ଦିନେ ଛାଡିବାକୁ ପଡିଥାଏ । କିଛି ଲୋକ ଏହି ଦୁଃଖକୁ ସମ୍ଭାଳି ନ ପାରି ନିଜ ମୃତ୍ୟୁକୁ ଆଦରି ନେଇଥାନ୍ତି । ସେଥିପାଇଁ ମନୁଷ୍ୟକୁ ନିଜ ପଦ ପଦବୀ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବା ଉଚିତ । ଏମିତିରେ ଯେତେବେଳେ ଏହି ପଦବୀ ଚାଲିଯାଏ ମନରେ କୌଣସି ଦୁଃଖ ଆସେ ନାହିଁ ।

ଜୀବନ

ସଂସାରରେ ଜନ୍ମ ନେଇଥିବା ସବୁ ପ୍ରାଣୀ ଦିନେ ନା ଦିନେ ନିଶ୍ଚିତ ରୂପରେ ମୃତ୍ୟୁ ବରଣ କରିବ । ସେଥିପାଇଁ ମନୁଷ୍ୟକୁ ଜୀବନ ପ୍ରତି ମୋହ ନ କରି ନିଜ ପାଖରେ ଥିବା ସମୟର ସଦୁପଯୋଗ କରିବା ଉଚିତ । ଏହା ଫଳରେ ଜୀବନକୁ ଆନନ୍ଦମୟ କରି ହେବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।