ଏଣୁତେଣୁ କୁ ବାହା ହେବି ପଛେ ପଇସାବାଲାକୁ ନୁହେଁ, ତା’ ହେଲେ ଯାଇ ମୋ ଇଚ୍ଛାରେ ମୁଁ ସବୁ କରିପାରିବି… ଏମିତି କାହିଁକି କହିଲେ ଅଭିନେତ୍ରୀ ?

ଜଣଙ୍କ ପରେ ଜଣେ ଓଲିଉଡ ଅଭିନେତ୍ରୀ ମାନେ ବିବାହ କରୁଛନ୍ତି । ଆଉ ଏତିକି ବେଳେ ସେମାନଙ୍କ ବିବାହକୁ ନେଇ ଲୋକେ ଅନେକ ପ୍ରକାରର କଥା ହେଉଛନ୍ତି । ହିରୋଇନ ମାନେ ପଇସାବାଲା ଖୋଜି ବାହା ହେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଇତିମଧ୍ୟରେ ଜଣେ ହିରୋଇନଙ୍କ ମନ୍ତବ୍ୟ । ଆସନ୍ତା ମାର୍ଚ୍ଚ 17 ତାରିଖରେ ରିଲିଜ ହେବାକୁ ଯାଉଛି ଓଟିଟି ଫିଲ୍ମ “ଏ ଦିଲ୍ ତୋତେ ଦେଲି” । ଯାହାକି ଓଡିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ରିଲିଜ ହେବାକୁ ଯାଉଛି ।

ରିୟାନା ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତକାରରେ ରିୟାନା ନିଜ ବିବାହକୁ ନେଇ ବଡ ଖୁଲାସା କରିଛନ୍ତି । ରିୟାନା କହିଛନ୍ତି କି, ସେ ଜଣେ ଏମିତି ଲୋକଙ୍କୁ ବିବାହ କରିବାକୁ ଚାହାଁନ୍ତି ଯାହାଙ୍କ ପାଖରେ ପଇସା ନଥିବ । କାହିଁକି ନା ଟଙ୍କା ନଥିବା ବ୍ୟକ୍ତିଙ୍କ ପାଖେ ପଇସାର ଗର୍ବ ନଥିବ ଏବଂ ରିୟାନା ଯେଉଁ କାମ କରିବାକୁ ଚାହାଁନ୍ତି ସେଥିରେ ବି ତାଙ୍କୁ ରୋକିବେ ନାହିଁ ।

ସେଥିପାଇଁ ସେ ପଇସାବାଲା ଲୋକଙ୍କୁ ବାହା ହେବାକୁ ଚାହାଁନ୍ତିନି ବରଂ ଜଣେ ଭଲ ହୃଦୟର ବ୍ୟକ୍ତିଙ୍କୁ ନିଜ ଜୀବନସାଥି କରିବେ ବୋଲି କହିଛନ୍ତି । ରିୟାନା ଆହୁରି ମଧ୍ୟ କହିଛନ୍ତି କି, ସେ ମୁମ୍ବାଇରେ ରୁହନ୍ତି ଓ ସେଠାରେ ଥିବାବେଳେ ଅଭିନୟ କ୍ଯାରିୟର ଆରମ୍ଭରେ ଅନେକ ମନିଟାରୀ ସମସ୍ଯା ହୋଇଛି ହେଲେ ସେ କେବେ ପଛକୁ ଫେରିବା କଥା ଭାବି ନାହାନ୍ତି । ଅଭିନେତ୍ରୀ ଜୀବନରେ ଅନେକ ପ୍ରଲୋଭନ ଆସେ ଓ କ୍ଯାରିୟର ଆରମ୍ଭରେ ଜ୍ଞାନର ଅଭାବ ଯୋଗୁଁ ହିରୋଇନ ମାନଙ୍କର ଫାଇଦା ଉଠାଇବାକୁ ଅନେକ ଲୋକ ଚାହିଁଥାନ୍ତି ।

ତେଣୁ ସେ ଫିଲ୍ମ ସ୍କୁଲରେ ପାଠ ପାଢୀ ତା’ପରେ ଅଭିନୟରେ କ୍ଯାରିୟର କରିବାକୁ ଯାଇଥିଲେ । ସେଥିପାଇଁ କେହି କେବେ ତାଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରିନାହାନ୍ତି । ରିୟାନା କହିଛନ୍ତି, ମୁଁ ସବୁବେଳେ ମୋ ସର୍ତ୍ତ ଅନୁସାରେ କାମ କରିବାକୁ ଭଲ ପାଏ । ତା’ ଠୁ ଅଧିକ କେହି କିଛି କହିଲେ ସେ କାମ ପାଇବା ଆଶାରେ କେବେ ଭୁଲ ବାଟରେ ପାଦ ଦିଅନ୍ତିନି ।

ତେବେ କଞ୍ଚାଲଙ୍କାରେ ରିଲିଜ ହେବାକୁ ଯାଉଥିବା ରିୟାନାଙ୍କ ଫିଲ୍ମ ଦେଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ଫିଲ୍ମ ଦେଖିବାକୁ ହେଲେ କଞ୍ଚାଲଙ୍କା ର ସବସ୍କ୍ରିପସନ ନେବାକୁ ହେବ, ଯାହାର ମୂଲ୍ୟ ଖୁବ କମ୍ ରହିଛି । ଆପଣ ଏହି ଫିଲ୍ମଟିକୁ ଦେଖିବାକୁ ଚାହୁଁଛନ୍ତି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।