40 କୋଟି ଗ୍ରାହକଙ୍କୁ ସତର୍କ କଲା SBI, ଏହି ସବୁ କାମ ନକଲେ ବନ୍ଦ ହେଇଯିବ ଆପଣଙ୍କ ବ୍ୟାଙ୍କ ସେବା, ଦେଖନ୍ତୁ ସଂପୂର୍ଣ୍ଣ ତଥ୍ୟ

ଦେଶର ସବୁଠୁ ଅଧିକ ଟ୍ରାନ୍ସାକ୍ସନ କରୁଥିବା ବ୍ଯାଙ୍କ ଷ୍ଟେଟ ଅଫ ବ୍ଯାଙ୍କ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଆଲର୍ଟ କରିଛି । ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ଏସବୁ କମ କରିବାକୁ ନୋଟିସ ଜାରି କରିଛି ବ୍ଯାଙ୍କ । କାରଣ ଦେଶରେ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କଡାକଡି ହୋଇଛି । ଆଉ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସିଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନିଜ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବାକୁ ଗ୍ରାହକଙ୍କୁ ନୋଟିସ ଜାରି କରିଛି ଏସବିଆଇ ।

ଏହାସହ ନିଜ ବ୍ଯାଙ୍କ ଆକାଉଣ୍ଟ ସହ ଏହାକୁ ତୁରନ୍ତ ଲିଙ୍କ କରିବା ପାଇଁ ଏସବିଆଇ ଟ୍ବିଟ କରି ଜଣାଇଛି । ସମୟ ସେମା ପୂର୍ବରୁ ଏସବୁ ନ କରିଥିଲେ ଗ୍ରାହକଙ୍କ ବ୍ଯାଙ୍କ ସେବା ବନ୍ଦ ହୋଇପାରେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିବା ଆପଣଙ୍କ ଆଧାର ସହ ପ୍ୟାନ କିପରି ଲିଙ୍କ କରିବେ । ଏଥିପାଇଁ ପ୍ରଥେମ ଇନକମ୍ ଟ୍ଯାକ୍ସ ୱେବସାଇଟ www.incometaxindiaefiling.gov.in/home ରେ କ୍ଲିକ କରନ୍ତୁ । ଏହାପରେ ଏହି ସାଇଟର ବାମ ପଟେ ଆପଣଙ୍କୁ ‘ଲିଙ୍କ ଆଧାର’ ର ବିକଳ୍ପ ଦେଖାଯିବ ।

ଏହା ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ୍ ଖୋଲିଯିବ । ଯେଉଁଠାରେ ଆପଣଙ୍କ ପ୍ୟାନ ଓ ଆଧାର ଅନୁସାରେ ଆପଣଙ୍କ ନାମ ଓ ଅନ୍ୟ ସମସ୍ତ ତଥ୍ୟ ଭରିବାକୁ ପଡିବ । ଯଦି ଆପଣଙ୍କ ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ରହିଛି ତେବେ ‘I have only year of birth in aadhaar card’ ବକ୍ସ ଉପରେ କ୍ଲିକ କରନ୍ତୁ । ସବମିଟ୍ କରିବା ପରେ ଆପଣଙ୍କ ଲିଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ ।

ଓଟିପି ଅପସନ ଭରି ‘ଲିଙ୍କ ଆଧାର’ ଅପସନକୁ କ୍ଲିକ କଲେ ଆପଣଙ୍କ ପ୍ୟାନ କାର୍ଡ ଓ ଆଧାର କାର୍ଡ ଆପେ ଆପେ ଲିଙ୍କ ହୋଇଯିବ ।ୱେବସାଇଟ ବ୍ଯତୀତ SMS ମାଧ୍ୟମରେ ମଧ୍ୟ ଆପଣ ପ୍ୟାନ ଓ ଆଧାର ଲିଙ୍କ କରିପାରିବେ । ପ୍ରଥମେ ମୋବାଇଲର ମେସେଜ ବକ୍ସକୁ ଯାଇ ଟାଇପ କରନ୍ତୁ UIDPAN ଓ ସ୍ପେସ ଦେଇ ଆପଣଙ୍କ ୧୨ ଡିଜିଟର ଆଧାର ନମ୍ବର ଓ ସ୍ପେସ ଦେଇ ୧୦ ଡିଜିଟର ପ୍ୟାନ ନମ୍ବର ଲେଖନ୍ତୁ ।

ଏହି ମେସେଜକୁ ୫୬୭୬୭୮ କିମ୍ବା ୫୬୧୬୧ ରେ ପଠାଇ ଦିଅନ୍ତୁ । କେବଳ ଏତିକି କଲେ ପ୍ୟାନ ସହ ଆଧାର ଲିଙ୍କ ହୋଇ ଯାଇଥାଏ । ଯାହାକୁ ଆପଣ ନିଜ ବ୍ଯାଙ୍କ ଆକାଉଣ୍ଟ ସହ ଅପଡେଟ କରିପାରିବେ । ପୂର୍ବରୁ ଆଧାର ସହ ପ୍ୟାନ ଲିଙ୍କ ସମୟ ସୀମା ୩୦ ସେପ୍ଟେମ୍ବର ୨୦୨୧ ଯାଏଁ ରଖା ଯାଇଥିଲା । ଏବେ ଏହି ନିୟମକୁ ୩୧ ମାର୍ଚ୍ଚ ୨୦୨୨ ଯାଏଁ ବୃଦ୍ଧି କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।