ଏଣିକି ପାଣିରେ ଚାଲିବ କାର ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଏହି ବଡ ଘୋଷଣା, ଶକ୍ତିକ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହେବ ଭାରତ, ଦେଖନ୍ତୁ ଏହି Special Report

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ଆଗକୁ ପାଣି ସାହାଯ୍ୟରେ ଚାଲିବ କାର ଓ ପେଟ୍ରୋଲ ଡିଜେଲ ମହଙ୍ଗା ମାଡରୁ ମିଳିବ ତ୍ରାହି । ଭାରତର ଶକ୍ତି ପର୍ଯ୍ୟାପ୍ତତା ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏଥର ଅଗଷ୍ଟ ୧୫ରେ ଜାତୀୟ ହାଇଡ୍ରୋଜେନ ମିଶନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ମୋଦି ସ୍ଵାଧୀନତା ଦିବସରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ସବୁଜ ହାଇଡ୍ରୋଜେନ ଉତ୍ପାଦନ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ଵସ୍ତରୀୟ ହବ୍ ରେ ପରିଣତ କରିବାକୁ ଯୋଜନା କରାଯାଉଛି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି କି ଏହି ଗ୍ରୀନ ହାଇଡ୍ରୋଜେନ ମିଶନ ଦେଶକୁ ଏକ ନୂଆ ଲମ୍ଫ ନେବାରେ ସାହାଯ୍ୟ କରିବ । ସ୍ଵାଧୀନତାର ଶହେ ବର୍ଷ ହେବା ପୂର୍ବରୁ ଭାରତକୁ ଶକ୍ତିକ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ପରିଣତ କରିବାକୁ ଶପଥ ନେବାକୁ ହେବ । ଏହାସହ ଦେଶରେ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଖୁବ ଶୀଘ୍ର ଶହେ ଲକ୍ଷ କୋଟିର ଗତିଶକ୍ତି ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବର୍ତ୍ତମାନ ହାଇଡ୍ରୋଜେନ ଗ୍ଯାସ ଉତ୍ପନ୍ନ ପାଇଁ ଭାରତରେ ଦୁଇ ପ୍ରକାର ଟେକ୍ନୋଲୋଜି ବ୍ୟବହୃତ ହେଉଛି । ଏହି ପଦ୍ଧତିରେ କାର ଗୁଡିକ ଜଳ ସାହାଯ୍ୟରେ ନିର୍ମିତ ହାଇଡ୍ରୋଜେନ ଦ୍ଵାରା ଚାଲିବାକୁ ସକ୍ଷମ ହେବ । ଅବଶ୍ୟ ଏହି ପଦ୍ଧତି କେବଳ ସେହି କାର ଗୁଡିକ ପାଇଁ ସମ୍ଭବ ହେବ ଯାହା ହାଇଡ୍ରୋଜେନ ଗ୍ଯାସ ଇନ୍ଧନକୁ ସପୋର୍ଟ କରୁଥିବ । ଅନ୍ୟ ଉପାୟରେ ପ୍ରକୃତିକ ଗ୍ଯାସକୁ ହାଇଡ୍ରୋଜେନ ଓ କାର୍ବନରେ ବିଭକ୍ତ କରାଯାଏ ଓ ଏଥିରୁ ଉତ୍ପାଦିତ ହେଉଥିବା ଇନ୍ଧନକୁ କାରରେ ବ୍ୟବହାର କରାଯାଏ ।

ତେବେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଯୋଜନା ସଫଳକୃତ ହୁଏ ତେବେ ନିଃସନ୍ଦେହ ଆମ ଦେଶ ଭାରତ ଶକ୍ତି କ୍ଷେତ୍ରରେ ଗୋଟିଏ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚୟ ସୃଷ୍ଟି କରିପାରିବ । ଆଉ ଭବିଷ୍ୟତରେ ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ନେଇ ଆଉ ଚିନ୍ତାରେ ପଡିବେନି ଲୋକେ । ଆପଣଙ୍କୁ ଏହି ଖବର ଶୁଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।