ଏମିତି ମହିଳାଙ୍କ ଠାରୁ ରୁହନ୍ତୁ ଦୂରେଇ, ନହେଲେ ଜୀବନ ସାରା କାନ୍ଦୁଥିବେ- Chanakya Niti

ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନ କୁ ସୁଖମୟ ଏବଂ ସଫଳ ବନାଇବା ପାଇଁ ଉପୋଯୋଗୀ ନିୟମ ଦର୍ଶାଯାଇଅଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥ ମାନବ ସମାଜକୁ ନିଜ ନିଜ ଜୀବନ କିଭଳି ଭାବେ ଅତିବାହିତ କରିବେ ତାହା ସେହି ମହାନ ଗ୍ରନ୍ଥ ରେ ଦର୍ଶାଯାଇଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ମହିଳାଙ୍କ ଠାରୁ ଦୂରରେ ରହିବା ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ବିଶେଷ ତତ୍ଵ ।

୧- ସ୍ଵୋଭାବ;- ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ସ୍ତ୍ରୀ ର ସ୍ଵଭାବ ଖରାପ ଥାଏ । ସେହିଭଳି ସ୍ତ୍ରୀ ଙ୍କର ସମସ୍ତ ଖର୍ଚ୍ଚ ବହନ କରୁଥିବା ପୁରୁଷଙ୍କୁ ନିଜ ଜୀବନରେ ଅନେକ ପ୍ରକାରର ସମସ୍ଯା ର ସମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ଆପଣଙ୍କୁ ଏହିଭଳି ସ୍ତ୍ରୀ ମାନଙ୍କ ଠାରୁ ସର୍ବଦା ଦୂରରେ ରହିବାକୁ ପଡିବ ।

୨- ସ୍ଵାର୍ଥୀ ସ୍ତ୍ରୀ;- ବନ୍ଧୁଗଣ ଯେଉଁ ସ୍ତ୍ରୀ ନିଜ ସ୍ଵାର୍ଥ ପାଇଁ ଅନ୍ୟ ପୁରୁଷଙ୍କ ସହିତ ଅନେଇତିକ ସମ୍ପର୍କ ରଖିଥାନ୍ତି । ଏହିଭଳି ମହିଳା ଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ସେମାନେ କେବଳ ନିଜ ସ୍ଵାର୍ଥ ପାଇଁ ଅନ୍ୟ ପୁରୁଷ ସାଙ୍ଗେ ଜଡିତ ହୋଇଥାନ୍ତି । ଏହିଭଳି ସ୍ତ୍ରୀ ଲୋକଙ୍କର ସଙ୍ଗତି ବିନାଶ ଆଡକୁ ନେଇଯାଇଥାଏ ।

୩- କୁ-ସଂସ୍କାରୀ ତଥା ଚରିତ୍ର ହୀନ;- ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ସ୍ତ୍ରୀ ସଂସ୍କାରୀ ହୋଇନଥାଏ, ଅଥାବା ଚରିତ୍ର ହୀନା ହୋଇଥାଏ, ସେ ଦେଖିବାକୁ ଯେତେ ମଧ୍ୟ ସୁନ୍ଦର ହେଉନା କାହିଁକି ତାହା ଠାରୁ ଦୂରରେ ରହିବା ଆବଶ୍ୟକ । ମାତ୍ର ଯଦି କୌଣସି ସ୍ତ୍ରୀ ଦେଖିବାକୁ ସୁନ୍ଦର ହେଇନଥାଉ ମାତ୍ର ସଂସ୍କାରୀ ହୋଇଥାଉ, ସେହିଭଳି ସ୍ତ୍ରୀ ଙ୍କୁ ବିବାହ କରିବା ଆବଶ୍ୟକ ।

କିନ୍ତୁ ଯେଉଁ ସ୍ତ୍ରୀ ଙ୍କର ଚରିତ୍ର ନଥିବା ସେ ଅନ୍ୟ ପୁରୁଷ ଙ୍କ ପ୍ରତି ଆକର୍ଷିତ ହୋଇଥାଏ । ଏହିଭଳି ସ୍ତ୍ରୀ ଲୋକଠାରୁ ଦୁରରେ ରହିବା ଆବଶ୍ୟକ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ସ୍ତ୍ରୀ ସତ୍ୟ ନିଷ୍ଠା ତଥା ନିଜ ପତି ପାଇଁ ସର୍ବଦା ସମର୍ପିତ ହୋଇ ରହିଥାଏ । ସେହିଭଳି ସ୍ତ୍ରୀ ବିଶ୍ଵାସ ଯୋଗ୍ୟ ହୋଇଥାନ୍ତି । ତାଙ୍କ ସହିତ ସମ୍ପର୍କ ରଖିଲେ ଆପଣ ବହୁତ ଉନ୍ନତି ଆଡକୁ ଅଗ୍ରସର ହୋଇଥାନ୍ତି ।

ବନ୍ଧୁଗଣ ଦୁନିଆର ସବୁଠାରୁ ବଡ ତାକତ ପୁରୁଷ ର ବିବେକ ଏବଂ ମହିଳାଙ୍କର ସୁନ୍ଦରତା ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ସଠିକ ଅଟେ । ବନ୍ଧୁଗଣ ତାଙ୍କର ଏହି କଥା ମହିଳା ମାନଙ୍କ ଠାରେ ଦେଖାଉଥିବା ବିଚାରଧାରା କୁ ପ୍ରକଟ କରୁଅଛି । ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି କଥା ପୁରାତ୍ତନ କାଳରୁ ମନୁଷ୍ୟ ମାନଙ୍କର ପ୍ରେରଣା ସ୍ରୋତ ରହି ଆସୁଅଛି । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।