ଯେଉଁ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ୮ଟି ଅଭ୍ୟାସ ସେ କେବେ ଧନୀ ହୋଇପାରନ୍ତି ନାହିଁ, ଜାଣନ୍ତୁ କଣ ସେହି ଅଭ୍ୟାସ ଗୁଡିକ

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଏବଂ ବିଦ୍ଵାନ ଥିଲେ । ସେ ବହୁତ ନ୍ୟାୟପ୍ରିୟ ମଧ୍ୟ ଥିଲେ । ଚାଣକ୍ୟ ଗୋଟିଏ ଏତେ ବଡ ରାଜ୍ୟର ମନ୍ତ୍ରୀ ହୋଇ ମଧ୍ୟ ସେ ଏକ କୁଟୀରରେ ରହୁଥିଲେ । ଚାଣକ୍ୟ କହିଛନ୍ତି ସବୁ ଲୋକଙ୍କ ଭିତରେ କିଛି ଭଲ ଅଭ୍ୟାସ ଅଛି ତ ଆଉ କିଛି ଖରାପ ଅଭ୍ୟାସ ମଧ୍ୟ ଅଛି । କିଛି ଲୋକଙ୍କର ଖରାପ ଅଭ୍ୟାସ ପାଇଁ ଅନ୍ୟ ଲୋକ ବହୁତ ଅସୁବିଧାରେ ପଡିଥାନ୍ତି । ତେଣୁ ଚାଣକ୍ୟ ଏମିତି କିଛି କଥା କହିଛନ୍ତି ଯାହାକୁ କି ବ୍ୟକ୍ତି ଛାଡି ଦେବା ଉଚିତ ନହେଲେ ସେ କେବେ ବି ଧନୀ ହୋଇ ପାରିବ ନାହିଁ ।

ଏହି ଅଭ୍ୟାସ କୁ ଛାଡି ଦେବା ବ୍ୟକ୍ତି କେବେ ଗରିବ ହୋଇ ନଥାଏ

ଚାଣକ୍ୟ କହିଛନ୍ତି ବ୍ୟକ୍ତି କେବେ ହେଲେ ବି ମିଛ କହିବା ଉଚିତ ନୁହେଁ କାରଣ ମିଛ କହୁଥିବା ଲୋକ ସବୁବେଳେ ଗରିବ ଭଳି ଜୀବନ ଯାପନ କରିଥାଏ । ଏଥିପାଇଁ ସବୁବେଳେ ସତ କହିବା ଉଚିତ ।

ଯେଉଁ ବ୍ୟକ୍ତି ସବୁବେଳେ ମଇଳା କପଡା ପିନ୍ଧିବା ସହିତ ସଫା ରହିନଥାଏ ତାହେଲେ ସେ କେବେ ହେଲେ ବି ଧନୀ ହୋଇପାରି ନଥାଏ । କାରଣ ସ୍ବଚ୍ଛ ଶରୀର ଭିତରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

ଯେଉଁ ବ୍ୟକ୍ତି ଦରକାର ଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି ସେ କେବେ ହେଲେ ବି ଧନୀ ହୋଇ ପାରନ୍ତି ନାହିଁ । ଏଥିପାଇଁ ବ୍ୟକ୍ତିଙ୍କୁ ସବୁବେଳେ ନିଜ ଖାଇବା ଉପରେ ନିୟନ୍ତ୍ରଣ ରଖିବା ଦରକାର ।

ଯେଉଁ ଲୋକ ସକାଳେ ସୂର୍ଯ୍ୟଦୟ ପରେ ଉଠିଥାନ୍ତି ମା ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ କେବେ ହେଲେ ବି ନଥାଏ ଯାହା ଦ୍ଵାରା ସେମାନେ ଧନୀ ହୋଇ ପାରନ୍ତି ନାହିଁ । ଏଥିପାଇଁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ଉଚିତ ।

ଯେଉଁ ବ୍ୟକ୍ତି ନିଜର ଦାନ୍ତ ସଫା ରଖିନଥାଏ ଏବଂ ତା ପାଟିରୁ ଗନ୍ଧ ଆସୁଥାଏ ସେହି ଲୋକଙ୍କ ଠାରୁ ଲକ୍ଷ୍ମୀ ସବୁବେଳେ ଦୂରେଇ ରୁହନ୍ତି । ଏମିତି ବ୍ୟକ୍ତି ସବୁବେଳ ପାଇଁ ଗରିବ ହୋଇ ରହିଯାନ୍ତି ।

ଯେଉଁ ବ୍ୟକ୍ତି ମହିଳା ମାନଙ୍କର ଇଜ୍ଜତ କରିନଥାନ୍ତି ଏବଂ ତାଙ୍କୁ ସବୁ କଥାରେ ଦୁଖଃକଷ୍ଟ ଦେଇଥାନ୍ତି ତାଙ୍କ ଘରକୁ କେବେ ହେଲେ ବି ମା ଲକ୍ଷ୍ମୀ ଆସି ନଥାନ୍ତି । କାରଣ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ ।

ଯେଉଁ ବ୍ୟକ୍ତି ନିଜର ରୋଷେଇ ଘରକୁ ସଫା ରଖିନଥାଏ ଏବଂ ସବୁବେଳେ ଅଇଁଠା ବାସନ ପକାଇ ରଖିଥାଏ ସେ ଘରେ ମା ଲକ୍ଷ୍ମୀ କେବେ ହେଲେ ରହିନଥାନ୍ତି ଏବଂ ସେମାନଙ୍କର ସବୁବେଳେ ଆର୍ଥିକ ସ୍ଥିତି ଖରାପ ରହିଥାଏ । ଏଥିପାଇଁ ସବୁବେଳେ ରୋଷେଇ ଘରକୁ ସଫା ରଖିବା ଉଚିତ ।

ଯେଉଁ ଲୋକ ଅନ୍ୟ ଠାରୁ ଧାର ଆଣିଥିବା ପଇସା ତାଙ୍କୁ ଫେରାଇ ନଥାନ୍ତି ସେ କେବେ ହେଲେ ଧନୀ ହୋଇ ପାରନ୍ତି ନାହିଁ । ଏଥିପାଇଁ ଅନ୍ୟର ପଇସା ହେଉ ବା କୌଣସି ଜିନିଷ ,ଆପଣଙ୍କର କାମ ସାରିବା ପରେ ତାଙ୍କୁ ଫେରାଇ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।