Soumya ଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟ୍ଵିଷ୍ଟ, ପୁଅକୁ ହରାଇବା ପରେ ବି ସୌମ୍ଯଙ୍କ ବାପା Sonali ଙ୍କୁ ନେଇ ଯାହା କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବାପା ବୁଝୁଛନ୍ତି ଜଣେ ବାପାର ଦୁଃଖ । ପ୍ରେମିକା ସୋନାଲି ପାଇଁ ପୁଅର ମୃତ୍ୟୁ ହୋଇଥିଲେ ବି ତାଙ୍କୁ କ୍ଷମା କରିବାକୁ ରାଜି ହେଲେ । ତାଙ୍କ ପୁଅ ଆଉ ନାହିଁ ବୋଲି ବିଶ୍ବାସ ହେଉନି କି ମନ ମାନୁନି । ପୁଅ ପାଇଁ ବାପାର ଅନ୍ତର କାନ୍ଦୁଛି । ଯେଉଁ ହାତରେ ତାକୁ କୋଳେଇ କାଖେଇ ବଡ କରିଥିଲେ ଆଜି ସେଇ ହାତରେ ତା’ର ଶବ ସତ୍କାର କରି ଆସିଛନ୍ତି । ପୁଅକୁ ହରାଇବାର ଦୁଃଖ ସହି ପାରୁ ନାହାନ୍ତି । ହେଲେ ଆଉ ଜଣେ ବାପାଙ୍କୁ ବି କଷ୍ଟ ଦେବାକୁ ଚାହୁଁ ନାହାନ୍ତି । ପୁଅ ତ ଚାଲିଗଲା ହେଲେ ଆଉ କାହା ଜୀବନ ନଷ୍ଟ ନହେଉ ।

ପୁଅର ସୁଇସାଇଡ ନୋଟରେ ରହିଛି ସୋନାଲିର ନାଁ । ତଥାପି ତା’ ଉପରେ ରାଗ ରଖି ନାହାନ୍ତି ସୌମ୍ଯଙ୍କ ବାପା । ସଂସାର ଭାସିଗଲା ଆଉ ଏଥିପାଇଁ ଆଖିରେ ଆଖିର ଲୁହ ଏବଂ ମନରେ ଭରି  ରହିଛି କୋହ । ତଥାପି ସୋନାଲିର ଭଲ ଚାହୁଁଛନ୍ତି ସେ । ପୁଅର ମୃତ୍ୟୁ ପରେ ବି ଗୋଟିଏ ଝିଅର ଜୀବନ ନଷ୍ଟ କରା ନଯାଉ ବୋଲି କହିଛନ୍ତି ସୌମ୍ଯଙ୍କ ବାପା । ପୁଅ ପ୍ରେମର କଠିନ ପରୀକ୍ଷା ଦେଇ ପାରିଲା ନାହିଁ । ଆଉ ଆଜି ବାପାକୁ କଷ୍ଟ ଭୋଗିବାକୁ ପଡୁଛି ।

ପ୍ରେମ ପାଇଁ ପୁଅ ଜୀବନ ଦେଇଦେଲା ସିନା ହେଲେ ବାପାମାଆ କୁଆଡେ ଯିବେ ଏବଂ କାହାକୁ ଦୋଷ ଦେବେ ? ଦୋଷ ଦେଲେ ପୁଅ କି ଆଜି ଆଉ ଫେରି ଆସିବ ? ଯବାନ ପୁଅକୁ ହରାଇ ବି ମନକୁ ଦୃଢ କରିଛନ୍ତି ସୌମ୍ଯଙ୍କ ବାପା । ପୁଅର ଆତ୍ମହତୟା ପାଇଁ ସୋନାଲି ଦାୟୀ ଥିଲେ ବି ତାଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ସୌମ୍ଯଙ୍କ ବାପା । ତେବେ ସେ ଆଉ କାହା ଜୀବନ ସହ ଏମିତି ନଖେଳୁ ବୋଲି ସୌମ୍ଯଙ୍କ ବାପା କହିଛନ୍ତି ।

ଅନ୍ୟପଟେ ସୌମ୍ଯଙ୍କ ଭଉଣୀ ସୋନାଲିଙ୍କୁ କ୍ଷମା କରିପାରୁ ନାହାନ୍ତି କି ଭାଇ ଆତ୍ମହତୟା କରିଥିବା କଥାକୁ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କ ଭାଇ ଭଳି ଏତେ ସରଳ ଓ ଶାନ୍ତ ପିଲା ସୁଇସାଇଡ ନୋଟ ଲେଖି ଆତ୍ମହତୟା କରିଛି ମାନେ ତା’ ମନକୁ କେତେ ବାଧିଥିବ । ଭାଇନା ସୋନାଲି ପାଇଁ ତାଙ୍କୁ ଛାଡି ଚାଲି ଯାଇଛନ୍ତି ତେଣୁ ତାକୁ ଉଚିତ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି । ଗତକାଲି ଭୁବନେଶ୍ବର ନନ୍ଦନବିହାର ଅଞ୍ଚଳର ପ୍ଲଟ ନଂ ଇଲାଇଚି ୧୦୦ରେ ଥିବା ଘର ଭିତରୁ ସୌମ୍ଯଙ୍କ ମୃତଦେହ ମିଳିଥିଲା ।

ନିଜ ସୁଇସାଇଡ ନୋଟରେ ଏତ ଭଲପାଇବା ପରେ ବି ସେ ତାଙ୍କ ସହ କିପରି ଖେଳିଲେ ସେସବୁ ଗୋଟି ଗୋଟି କରି ଲେଖି ଯାଇଛନ୍ତି ସୌମ୍ଯ । ପ୍ରେମିକା ସୋନାଲିର ପ୍ରତାରଣା ପାଇଁ ସେଜୀବନ ହାରିଥିବା ସ୍ପଷ୍ଟ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।