କାହା ପାଦଧୂଳି ଘରେ ପଡିଲେ ଗରିବ ଲୋକ ବି ହେଇଯାଏ ଧନୀ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

ଜୀବନରେ କିଛି ନୀତିନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ ଅଟେ । ଏହାଦ୍ବାରା ଅଭାବ ଅସୁବିଧା ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ପୋଡି ଯାଇଥିବା ବା ନିଆଁ ପଡି ସାମାନ୍ଯ କଣା ହୋଇ ଯାଇଥିବା ବସ୍ତ୍ର ମଧ୍ୟ ପିନ୍ଧିବା ଅନୁଚିତ । ଯଦି ଘର ଭିତରକୁ ମାଙ୍କଡ ପଶିଯାଏ ତେବେ ଅର୍ଥହାନି ହୋଇଥାଏ  । ତେଣୁ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ସହ ଦକ୍ଷିଣା ଦାନ କରିବା ଉଚିତ । ସବୁବେଳେ କାଚ ପାତ୍ରରେ ଲୁଣ ରଖିବା ଉଚିତ । ସେଥିରେ ଚାରୋଟି ଲବଙ୍ଗ ପକାଇ ରଖିଲେ ଋଣ ଭାର ଦୂର ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ ।

ପ୍ରତ୍ଯେକ ଦିନ ଗୀତାର ଗୋଟିଏ ହେଲେ ବି ଶ୍ଳୋକ ପାଠ କରିବା ଉଚିତ । ବିଶେଷ କରି ଗର୍ଭବତୀ ମହିଳା ମାନେ ଗୀତା ପାଠ କଲେ ବହୁତ ମଙ୍ଗଳ ହୋଇଥାଏ । ଠାକୁର ପୂଜା କରିବା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଉଚିତ । ସେହିପରି ସୂର୍ଯ୍ୟଙ୍କୁ ଜଳଦାନ ସମୟରେ ତମ୍ବା ମୁଦି ପିନ୍ଧିଲେ ମଙ୍ଗଳକାରୀ ସବ୍ୟସ୍ତ୍ୟ ହୋଇଥାଏ । ସୂର୍ଯ୍ୟାସ୍ତ ପରେ ବାହାର ଲୋକଙ୍କୁ କେବେ ବି କ୍ଷୀର, ହଳଦୀ ଓ ଝାଡୁ ଆଦି ଜିନିଷ ଦିଅନ୍ତୁ ନାହିଁ । ଏହା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ ।

ବାଡିରେ କିମ୍ବା ଘରେ ମହୁଫେଣା ହୋଇଥିଲେ ଏହାକୁ ଭାଙ୍ଗନ୍ତୁ ନାହିଁ । କାରଣ ଏହା ବହୁତ ଶୁଭଫଳ ପ୍ରଦାନ କରିଥାଏ । କେବେବି ନିମ୍ବଗଛ କାଟିବା ଉଚିତ ନୁହେଁ କିମ୍ବା ନିମ୍ବକାଠ ଜା-ଳି-ବା ଅନୁଚିତ । କାରଣ ଏହାର ଧୂଆଁ ନାକରେ ବାଜିଲେ ନ-ପୁଂ-ସ-କ-ତା ଦେଖା ଦେଇଥାଏ । ଗାଧୁଘରେ ନଖ କିମ୍ବା ଦାଢି କା-ଟି-ବା ଅମଙ୍ଗଳକାରୀ ଓ କ୍ଷତିକାରକ ହୋଇଥାଏ । ଛେଳି ଖୁରାର ଧୂଳି କିମ୍ବା ଘୁଷୁରି ଖୁରାର ଧୂଳି ଘରେ ପଡିବା ଉଚିତ ନୁହେଁ ।

ଏହା ଦ୍ବାରା ଧନହାନି ହୁଏ ଓ ଦରିଦ୍ରତା ଆସେ । ଗାଈ ଖୁରାର ଧୂଳି, ଧାନର ଧୂଳି, ଭଣଜା ପାଦଧୂଳି କିମ୍ବା ବ୍ରାହ୍ମଣ ପାଦଧୂଳି ଘରେ ପଡିଲେ ଦରିଦ୍ରତା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ । ରବିବାର ଦିନ ବେଲଗଛ ପୂଜା କରି ପ୍ରଦକ୍ଷିଣ କରିବା ମଙ୍ଗଲ ହୋଇଥାଏ ଓ ଏହିପରି ସାତୋଟି ରବିବାର ଯାଏଁ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

କାଳସର୍ପ ଦୋଷ ଥିଲେ କିମ୍ବା ବିବାହ ବିଳମ୍ବ ହେଉଥିଲେ ଗାଧୁଆଘରେ ଆଳତି କର୍ପୁର ରଖିବା ଦ୍ଵାରା ଶୁଭଫଳ ମିଳିଥାଏ । ଘର ବାହାରେ ପଥର ଗଦା କରି ରଖିବା କିମ୍ବା କଣ୍ଟାଗଛ ଓ କ୍ଷୀର ବାହାରୁଥିବା ଗଛ ଆଦି ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଘରେ କେବେ ବି କୁଲା ଓ ଛାଞ୍ଚୁଣୀ ଏକାଠି ରଖିବା ଉଚିତ ନୁହେଁ । ଏହା ଅଶୁଭ ଏବଂ ଅମଙ୍ଗଳ ହୋଇଥାଏ । ବିବାହିତା ମହିଳା ମାନେ ସିନ୍ଦୁର ପିନ୍ଧିବା ବେଳେ ଗଭାରେ ଧଳା ରଙ୍ଗର ଫୁଲ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ।

ଯଦି ଘରେକୌଣସି ଅଶୁଭ କାର୍ଯ୍ୟ ଘଟୁଛି ତେବେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରି ରାଶି ଲଡୁ ଭୋଗ ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିଭଳି ବାସ୍ତୁ ଓ ଅନୁଚିନ୍ତା ମୂଳକ ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।