୧ ନଭେମ୍ବରରୁ ବନ୍ଦ ହୋଇଯିବ ୭ କୋଟି ଲୋକମାନଙ୍କର ମୋବାଇଲ ନମ୍ବର, ବଞ୍ଚିବା ପାଇଁ କରନ୍ତୁ ଏହି କାମ

ଭାରତରେ କୋଟି କୋଟି ମୋବାଇଲ ୟୁଜର ଅଛନ୍ତି । ଏମିତିରେ ୭ କୋଟି ମୋବାଇଲ ୟୁଜରମାନଙ୍କୁ ଏହି ଆର୍ଟକୀଲ ଉପରେ ଧ୍ୟାନ ଦେବାର ଅଛି । କହିବାକୁ ଗଲେ ସବୁ ମୋବାଇଲ କମ୍ପାନୀମାନଙ୍କ ପାଇଁ ନିୟମ ପ୍ରସ୍ତୁତ କରୁଥିବା TRAI କିଛି ମୋବାଇଲ ନମ୍ବର ୟୁଜରମାନଙ୍କ ପାଇଁ ଡେଡଲାଇନ ଜାରି କରିଛନ୍ତି । ଏହି ନିୟମ ଅନୁସାରେ ୭ କୋଟି ୟୁଜରମାନଙ୍କୁ ୩୧ ଅକ୍ଟୋବର ୨୦୧୯ ପୂର୍ବରୁ ନିଜର ମୋବାଇଲ ନମ୍ବରକୁ ଅନ୍ୟ କୌଣସି କମ୍ପାନୀ ରେ ପୋର୍ଟ କରିବାର ଅଛି । ଯଦି ସେମାନେ ଏହିଭଳି କରୁ ନାହାନ୍ତି ତେବେ ସେ ନିଜର ମୋବାଇଲ ନମ୍ବରକୁ ହାସଲ କରି ପାରିବେ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଏହି ସମସ୍ତ ମୋବାଇଲ ନମ୍ବର Aircel କମ୍ପାନୀର ଅଟେ । ଆପଣଙ୍କର ମନେ ଥିବ କି ଫେବୃୟାରୀ ୨୦୧୮ରେ Aircel ଦ୍ଵାରା ନିଜର ସମସ୍ତ ସର୍ବିସ ବନ୍ଦ କରି ଦିଆ ଯାଇଥିଲା । ଏହା ଏଥିପାଇଁ ହୋଇଥିଲା କାରଣ ମାର୍କେଟରେ ରିଲାୟନ୍ସ ଜିଓ ଆସିବା ପରେ କେତେକ କମ୍ପାନୀଙ୍କର ଅବସ୍ଥା ଖରାପ ହୋଇଗଲା ଓ ତାଙ୍କୁ ଲାଭ ମିଳିବା ବି ବନ୍ଦ ହୋଇଗଲା ।

ଜିଓ କାରଣରୁ ବହୁତ ଟେଲିକମ କମ୍ପାନୀ ବନ୍ଦ ହୋଇଥିଲା କିମ୍ବା ତାଙ୍କୁ ଅନ୍ୟ କୌଣସି ବଡ କମ୍ପାନୀ କିଣି ଦେଇଥିଲା । କିନ୍ତୁ Aircel ନିଜର ସମସ୍ତ ସେବା ପୂରାପୂରି ବନ୍ଦ କରିବା ପାଇଁ ନିର୍ଣ୍ଣୟ ନେଇଥିଲା । ସେହି ସମୟରେ Aircelର ପାଖାପାଖି ୯ କୋଟି ଗ୍ରାହକ ଥିଲେ । ଏମିତିରେ ସେ TRAIକୁ ଅନୁରୋଧ କରିଥିଲେ କି Aircel ଗ୍ରାହକମାନଙ୍କୁ UPC (ୟୁନିକ ପୋଟିଙ୍ଗ କୋଡ) ଦିଅନ୍ତୁ ଯାହା ଦ୍ଵାରା ସେମାନେ ନିଜର ମୋବାଇଲ ନମ୍ବରକୁ ଅନ୍ୟ ନମ୍ବରରେ ପୋର୍ଟ କରି ପାରିବେ ।

୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ପାଖାପାଖି ଦୁଇ କୋଟି ଲୋକମାନେ ନିଜର Aircel ନମ୍ବରକୁ ପୋର୍ଟ କରିସାରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୭ କୋଟି ଲୋକମାନେ ଏହିଭଳି କରି ନାହାନ୍ତି । ଏହି କଥାକୁ ଧ୍ୟାନରେ ରଖି TRAI ଏହି ଲୋକମାନଙ୍କୁ ଡେଡଲାଇନ ଦେଇଛନ୍ତି । ଯେଉଁ ୟୁଜର ମାନେ ଏହି ତାରିଖ ଭିତରେ ନିଜର ମୋବାଇଲ ନମ୍ବରକୁ ପୋର୍ଟ କରୁ ନାହାନ୍ତି ତାଙ୍କର ନମ୍ବର ସବୁଦିନ ପାଇଁ ବନ୍ଦ ହୋଇଯିବ । Aircel ଅତିରିକ୍ତ ଏଥିରେ ଡିଶନେଟର ଗ୍ରାହକ ବି ସାମିଲ ଅଛନ୍ତି ।

କେମିତି ମିଳିବ ଇଉପିସି କୋଡ

ଯେଉଁ Aircel ୟୁଜର ନିଜର ନମ୍ବର ପୋର୍ଟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନିଜ ମୋବାଇଲ ଉପରେ PORT ଓ ନିଜ ମୋବାଇଲ ନମ୍ବରକୁ ଟାଇପ କରି ୧୯୦୦କୁ ମ୍ୟାସେଜ ପଠାଇବାର ଅଛି । ଏହା ପରେ UPC କୋଡ ଜେନେରେଟ ହେବ ଯାହା ସାହାର୍ଯ୍ୟରେ ଆପଣ କୌଣସି ଅନ୍ୟ କମ୍ପାନୀ ଅନ୍ତର୍ଗତ ସେହି ନମ୍ବରକୁ ପୋର୍ଟ କରି ପାରିବେ । Aircel ପ୍ରଥମେ ଏହି ସୁବିଧା ନିଜର ୱେବସାଇଟରେ ଦେଇଥିଲା କିନ୍ତୁ ବର୍ତ୍ତମାନ ତାହାର ୱେବସାଇଟ ବନ୍ଦ ହୋଇ ଯାଇଛି ।