ଏକାଠି ହେଲେ ସବୁ ରାଜନୈତିକ ଦଳ, କେନ୍ଦ୍ର ବିରୁଦ୍ଧରେ ରଚିଲେ ଷଡଯନ୍ତ୍ର

କେନ୍ଦ୍ର ସରକାର 370 ଧାରାକୁ ଜାମୁ କାଶ୍ମୀରରୁ ଅଗଷ୍ଟ ୫ତାରିଖରେ ଉଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । ଏବେ ଜାମୁ କାଶ୍ମୀର ଦଳ ଗୁଡିକ ଏକାଠି ହୋଇ କେନ୍ଦ୍ର ବିରୋଧରେ ଲଢିବାକୁ ଚାହୁଛନ୍ତି । ୩୭୦ ଧାରା ପୁଣି ଲାଗୁ କରିବା ପାଇଁ ସେ ପୁଣି ଦାବି କରିଛନ୍ତି । ସେଥିପାଇଁ ଏବେ ସବୁ ରାଜନୈତିକ ଦଳ ସବୁ ରାଗ ଭୁଲି ପୁଣି ହାତ ମିଳାଇଛନ୍ତି । ନ୍ୟାସନାଲ କନଫରେନସେ, ପିଡିପି, ସିପିଆଇଏମ, କଂଗ୍ରେସ ଓ ଆୱାମୀ ନେସନଲ କନଫରେନସ ଏକାଠି ହୋଇ ଏକ ପ୍ରେସ ମିଟିଂ କରିଛନ୍ତି ।

ସେମାନଙ୍କ କହିବା କଥା କି ୨ ଓ ୧୯ ଅଗଷ୍ଟରେ କେନ୍ଦ୍ରସରକାର ନେଇଥିବା ଏହି ନିଷ୍ପତିରେ ଜାମୁ କାଶ୍ମୀର ଓ ଦିଲ୍ଲୀ ଭିତରେ ଥିବା ସମ୍ପର୍କ ଉପରେ ବହୁତ ପ୍ରଭାବ ପଡୁଛି ।

ଭାରତ ସମ୍ବିଧାନ ଧାରା ୩୭୦ ରେ ଜମ୍ମୁ କାଶ୍ମୀର ସ୍ଵତନ୍ତ୍ର ମାନ୍ୟତାକୁ ଫେରାଇ ଆଣିବାକୁ ଲଢେଇ ଜାରି ରଖିବେ ବୋଲି ସେମାନେ କହିଛନ୍ତି । ସବୁ ରାଜନୈତିକ ଦଳ ଏକାଠି ହୋଇ କେନ୍ଦ୍ର ବିରୋଧରେ ଲଢିବାକୁ ନିସ୍ପତି ନେଇଛନ୍ତି । ୨୦୧୯ ରେ ହୋଇଥିବା ଗୁପକର ଡିକ୍ଲାରେସନ ଅନୁସାରେ ସବୁ ଦଳ ଏକାଠି ହୋଇଛନ୍ତି ।

କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ଏକତ୍ର ହୋଇ ଜମ୍ମୁ କାଶ୍ମୀରରେ ଲାଗୁଥିବା ନିୟମକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିବା ନିଷ୍ପତିର ବିରୋଧ କରିବେ । ସବୁ ରାଜନୈତିକ ଦଳ ଏହି ଚୁକ୍ତି ବଳରେ କେନ୍ଦ୍ରକୁ ବିରୋଧ କରିବା ପାଇଁ ନିସ୍ପତି ନେଇଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।