ମାତ୍ର 1 ମିନିଟ କାଫି ଅଟେ, ଭୟଙ୍କର ରୁ ଭୟଙ୍କର ଏସିଡିଟି କୁ ଭଲ କରିବା ପାଇଁ, ପେଟ ଓ ଛାତି ଜଳାପୋଡା, ହାଇପର ଏସିଡିଟି ହେବ ଛୁ ମନ୍ତର- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ଦେଖାଯାଏ । ଏମିତି କିଛି ରୋଗ ଅଛି ଯାହା ଔଷଧ ସେବନ କରିଲେ ଭଲ ହୋଇଥାଏ । କିନ୍ତୁ ଆଉ ଏମିତି କିଛି ରୋଗ ଅଛି ଯାହା ଯେତେ ଔଷଧ ସେବନ କରିଲେ ମଧ୍ୟ କିଛି ଲାଭ ହୋଇ ନ ଥାଏ ।

ଆଜି ଆମେ ଆପଣ ମାନଙ୍କୁ ଯଦି ପେଟ ସମସ୍ଯା ହେଉଥାଏ ତେବେ ଏହାର ପ୍ରତିକାର କଣ ହୋଇପାରେ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ପେଟ ଫୁଲୁଥାଏ ବା ପେଟ ଜନିତ କୌଣସି ସମସ୍ଯା ଯେମିତି ଗ୍ଯାସ ହେଉଥାଏ ତେବେ ଏହାର ଏକ ଘରୋଇ ଚିକିତ୍ସା ରହିଛି । ଏପରି ଏକ କାଢା ପ୍ରସ୍ତୁତ କରାଯିବ ଯେଉଁଥିରେ କିଛି ସାମଗ୍ରୀର ଆବଶ୍ୟକତା ରହିଛି । ଗୋଟେ ପାତ୍ରରେ କିଛି ମାତ୍ରାରେ ପାଣି ନିଅନ୍ତୁ । ସେଥିରେ ଅଳ୍ପ ମାତ୍ରାରେ ଜୀରା ପକାନ୍ତୁ । ଏହି ପାଣିକୁ ଭଲ ଫୁଟାଇ ଦିଅନ୍ତୁ ।

ଏହା ପରେ ଏହି ପାଣିକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ । ତା ପରେ ଏହି ପାଣିକୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହା ପରେ ଏହି ପାଣିରେ କିଛି ମାତ୍ରାରେ ସେନ୍ଧା ନମକ ବା କଳା ଲୁଣ ପକାନ୍ତୁ । ଏହାକୁ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ । ଏହା ପରେ ଏହି ପାଣିରେ କିଛି ଅଳ୍ପ ପରିମାଣରେ ଲେମ୍ବୁ ପକାନ୍ତୁ ।

ଯଦି ଆପଣଙ୍କୁ ଲେମ୍ବୁରେ ଆଲର୍ଜି ଥାଏ ତେବେ ଆପଣ ସେମିତି ଲୁଣ ପକାଇ ଏହି ପାଣିକୁ ପିଇ ପାରିବେ । ଏହି ପାଣି ବା କାଢାକୁ ରାତିରେ ଶୋଇବା ସମୟରେ ସେବନ କରିବା ଉଚିତ । ଏହାକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନେ ସେବନ କରି ପାରିବେ । ଏହି ପାଣିକୁ ସେବନ କରିଲେ ଆପଣଙ୍କର ପେଟ ଜନିତ କୌଣସି ସମସ୍ଯା ଦୂର ହେବା ସହ ଆପଣ ରିଲାକ୍ସ ଅନୁଭବ କରିବେ ।

ଜୀରା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ଓ ଲାଭଦାୟକ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ଆମ ଶରୀରରେ ଅନେକ ପ୍ରକାରର ରୋଗର ନିବାରଣ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।